ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଚାବି । ଭାଗ୍ୟର ତାଲା ଖୋକିବାକୁ ହେବନି ବିଳମ୍ବ ।
ବାସ୍ତୁ ଶାସ୍ତ୍ରରେ ତାଲା ଚାବିକୁ ନେଇ ଛୋଟ ଛୋଟ ନିୟମ ବିଷୟରେ କୁହାଯାଇଛି । ଯେଉଁଭଳି ଭାବରେ ପ୍ରତ୍ୟେକ ଚାବି ଏକ ତାଲାକୁ ଖୋଲିଥାଏ , ସେହିଭଳି ଭାଗ୍ୟର ତାଲାକୁ ଖୋଲିବା ପାଇଁ ମଧ୍ୟ ଚାବି ଆବଶ୍ୟକ । ତେବେ ଚାଲନ୍ତୁ ଜାଣିନେବା ଯେ ଚାବି ଚାବିରେ ବ୍ୟକ୍ତିର ଭାଗ୍ୟର ତାଲା କିପରି ଫିଟିଥାଏ । ସାଧରଣତଃ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ଚାବି ଅଣା ଯାଇଥାଏ । ସେହିଭଳି ଘରକୁ ନୂଆ ବିବାହ କରି ଆସୁଥିବା ବଧୂକୁ ଚାବି ଗୁଚ୍ଛା ଦିଆଯିବାର ପରମ୍ପରା ରହିଛି । କାରଣ ନୂଆ ବୋହୂକୁ ମାତା ଲକ୍ଷ୍ମୀ ସଦୃଶ ମାନା ଯାଇଥାଏ ।
ତାଲା ଏବଂ ଚାବି ଯୋଡ଼ା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ତାଲା ଏବଂ ଚାବିର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଲୋକେ ଚାବିର ମହତ୍ତ୍ୱ ନବୁଝି ତାହାକୁ ଏଣେତେଣେ ରଖି ଦିଅନ୍ତି । କିନ୍ତୁ ତାହା ଭୁଲ ଅଟେ । କାରଣ ତାଲା ରାହୁର ପ୍ରତୀକ ଏବଂ ଚାବି ବୁଧ ଗ୍ରହର ପ୍ରତୀକ ଅଟେ । ବୁଧ ଗ୍ରହକୁ ବୁଦ୍ଧିର ଦେବତା ଏବଂ ସ୍ୱାମୀ ଭଗବାନ ଗଣେଶ ହୋଇଥାନ୍ତି । ଧର୍ମ ଶାସ୍ତ୍ର ଅନୁଯାୟୀ ରୂପାର ତାଲା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଘରେ ରୁହନ୍ତୁ କିମ୍ବା ନରୁହନ୍ତୁ ଘରକୁ ତାଲା ପକାଇ ନିହାତି ରଖିବା ଉଚିତ । ଘରର ମୁଖ୍ୟଦ୍ୱାର ପୂର୍ବ ଦିଗକୁ ଥିଲେ ତମ୍ବାର ତାଲା ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।
ଏହାଦ୍ୱାରା ଘରର ସୁରକ୍ଷା ହୋଇଥାଏ । ଘର ଉପରକୁ ଆସୁଥିବା ବାଧା ବିପତ୍ତି ମଧ୍ୟ ଟଳି ଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପଶ୍ଚିମ ଦିଗ ଶନିଙ୍କ ସ୍ଥାନ ଅଟେ । ତେଣୁ ଏହି ଦିଗରେ କଳା ରଙ୍ଗର ଲୁହାର ଭାରି ତାଲା ଲଗାଇବା ଆବଶ୍ୟକ । ଏହାଦ୍ବାରା ଘର ଉପରକୁ ଆସୁଥିବା ବାଧା ଟଳି ଯାଏ । ଭୁଲରେ ବି ଏହି ଦିଗରେ ତମ୍ବାର ତାଲା ଲଗାଇବା ମୂର୍ଖାମୀ ହେବ । ଉତ୍ତର ଦିଗରେ ପିତ୍ତଳ ତାଲା ଉଚିତ ନୁହେଁ । ଏହାଦ୍ବାରା ଘର ସୁରକ୍ଷିତ ରହିଥାଏ । କିନ୍ତୁ ଏହି ଦିଗରେ ଲଗା ଯାଉଥିବା ଧାତୁର ରଙ୍ଗ ସୁନେଲି ହୋଇଥିବା ଆବଶ୍ୟକ । ଯଦି ଆପଣ ପଞ୍ଚଧାତୁରେ ନିର୍ମିତ ତାଲା ଦକ୍ଷିଣ ଦିଗରେ ଲଗାନ୍ତି ତେବେ ଘର ସୁରକ୍ଷିତ ରହିଥାଏ ଏବଂ ସୁଖଶାନ୍ତି ବଜାୟ ରହିଥାଏ ।
ଏକ ଖାସ ଉପାୟ ଅନୁଯାୟୀ ଶୁକ୍ରବାର ଦିନ ଏକ ଷ୍ଟିଲ ତାଲା କିଣି ଆଣନ୍ତୁ ଶୟନ କକ୍ଷରେ ତାଲାକୁ ରଖି ଦିଅନ୍ତୁ । ଶନିବାର ଦିନ ଉଠି ତାହାକୁ ନେଇ କୌଣସି ମନ୍ଦିରରେ ପୂଜା କରନ୍ତୁ । କିନ୍ତୁ କିଣିବା ସମୟରେ ତାଲା ବନ୍ଦ ରହିବା ଆବଶ୍ୟକ । ପୂଜା ପରେ ମନ୍ଦିର ଦ୍ୱାରରେ ତାହାକୁ ଛାଡ଼ି ଚାଲି ଆସନ୍ତୁ । ମାତ୍ର ତାଲା ଏବଂ ଚାବିକୁ ସାଥିରେ ରହିବା ଆବଶ୍ୟକ । ଏଭଳି ବିଶ୍ୱାସ କରାଯାଏ ଯେ ଯଦି କେହି ବ୍ୟକ୍ତି କିମ୍ବା ପୂଜାରୀ ଆସି ସେହି ତାଲାକୁ ଖୋଲିଥାଏ ତେବେ ମନୁଷ୍ୟର ଭାଗ୍ୟର ତାଲା ଖୋଲିଯାଏ । ଆପଣ ସଫଳତା ଚାହୁଁଥିଲେ ଏକ ରୂପାର ଚାବି ତିଆରି କରନ୍ତୁ । ତାହାକୁ ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରି ମାତା ଲକ୍ଷ୍ମୀଙ୍କୁ ମନ୍ତ୍ର ଜପ କରନ୍ତୁ ଏବଂ ନିଜ ବେକରେ ଧାରଣ କରନ୍ତୁ । ଏହା ଦ୍ୱାରା ବନ୍ଦ ଭାଗ୍ୟର ତାଲା ଖୋଲିଯିବ ।