ସିନ୍ଦୁର ଡ଼ବାରେ ରଖନ୍ତୁ ଏହି ଗୋଟେ ଜିନିଷ,ସ୍ୱାମୀ ହେବେ ଧନବାନ।
ବନ୍ଧୁଗଣ ସିନ୍ଦୁରରେ ଏହି ଗୋଟିଏ ଜିନିଷ ରଖିବା ବହୁତ ଶୁଭ ଅଟେ। ତା ସହିତ ଜାଣିବା କି ପ୍ରିୟଡ଼ ସମୟରେ ସିନ୍ଦୁର ଲଗେଇବେ କି ନାହିଁ। ସିନ୍ଦୁର ପଡିବା ଦ୍ୱାରା ଆପଣଙ୍କୁ କଣ ସଂକେତ ମିଳିଥାଏ ଆଉ ଏପରି ଭୁଲ ଯାହା ପ୍ରତ୍ୟକ ମହିଳା ମଥାରେ ସିନ୍ଦୁର ଲଗେଇବା ସମୟରେ କରନ୍ତି କିନ୍ତୁ ଏହି ଭୁଲ କୁ ଆପଣ ଅଣଦେଖା କରନ୍ତୁ ନାହିଁ କାରଣ ଏହା ଆପଣଙ୍କର ପରିବାରକୁ କଷ୍ଟ ଆଣିଥାଏ। ଖାସ କରି ଆପଣଙ୍କ ସ୍ୱାମୀଙ୍କର ମୃତ୍ୟୁର କାରଣ ବନିଥାଏ। ଆଉ ଆପଣଙ୍କ ଠାରୁ ଆପଣଙ୍କ ସ୍ୱାମୀର ଦୂରତାର କାରଣ ମଧ୍ୟ ହୋଇପାରେ।
ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କ ଜୀବନରେ ସିନ୍ଦୁରର ଏକ ଖାସ ମହତ୍ୱ ରହିଛି। ଆପଣ ହିନ୍ଦୁ ଧର୍ମର ସମସ୍ତ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇଉଥିବାର ଦେଖିଥିବେ। ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ସିନ୍ଦୁରକୁ ବିବାହିତା ମହିଳାଙ୍କର ସୁହାଗର ପ୍ରତୀକ ବୋଲି ମାନାଯାଏ। ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ କରିବାର ବିଧାନ ଅଛି। ଏହା ପରେ ହିଁ ବିବାହର ବିଧିକି ପୂର୍ଣ୍ଣ ବୋଲି ମାନାଯାଏ।
ଗୋଟେ ଥର ବିବାହ ହେବା ପରେ ସବୁ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇବା ଜରୁରୀ ଅଟେ। ବଦଳୁଥିବା ଆଜିର ଏହି ଦୁନିଆରେ କିଛି ଲୋକ ଏହି ମାନ୍ୟତାକୁ ମାନୁ ନାହାନ୍ତି। ଆଜିକାଲି କିଛି ଝିଅ ବିବାହ ପରେ ବି ବିନା ସିନ୍ଦୁରରେ ଆପଣ ଦେଖିଥୁବେ କିନ୍ତୁ ବନ୍ଧୁଗଣ ଆପଣ ଜାଣି ଏହା ଆଶ୍ଚର୍ଯ୍ୟ ହେବେ କି ହିନ୍ଦୁ ଧର୍ମରେ ବନାଯାଇଥିବା ଏହି ପରମ୍ପରାର କେବଳ ଧାର୍ମିକ ମହତ୍ୱ ନାହିଁ ବରଂ ଏହାର ସୁନ୍ଦର ଭୂମିକା ବୈଜ୍ଞାନିକ ମତରେ ମଧ୍ୟ ରହିଛି।
ଧାର୍ମିକ ମାନ୍ୟତା ଅନୁସାରେ ସିନ୍ଦୁର ଲଗେଇବାର କିଛି ନିୟମ ରହିଛି। ଯାହାର ପାଳନ କରିବା ଅନିର୍ବାଯ୍ୟ ଅଟେ। ସିନ୍ଦୁର ଲଗେଇବାର ଯାହାବି ନିୟମ କୁହାଯାଇଛି ସବୁ ବିବାହିତ ମହିଳାଙ୍କୁ ଏହି ନିୟମକୁ ବିଧି ପୂର୍ବକ ପାଳନ କରିବା ଜରୁରୀ ଅଟେ। ଅନ୍ୟଥା ଜୀବନରେ ସମସ୍ୟା ଆସିଯାଏ ଏବଂ ତାଙ୍କ ସ୍ୱାମୀଙ୍କର ଜୀବନରେ କଷ୍ଟ ଆସିଯାଏ। ଯେଉଁ ମହିଳା ସିନ୍ଦୁର ଲଗେଇବାର ନିୟମ ପାଳନ କରନ୍ତି ନାହିଁ ଏପରି ମହିଳାଙ୍କ ସ୍ୱାମୀଙ୍କୁ ଧନ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ସିନ୍ଦୁର ଲଗେଇବାର କଣ ନୀତି ସବୁ ରହିଛି। ଯାହାର ପାଳନ ପ୍ରତ୍ୟକ ମହିଳାଙ୍କୁ କରିବା ଉଚିତ।
ବିବାହିତ ମହିଳାଙ୍କୁ ସିନ୍ଦୁର ନିଜ ଟଙ୍କାରେ କିଣିକି ଲଗାଇବା ଉଚିତ। କୌଣସି ଅନ୍ୟ ଲୋକର ଟଙ୍କାରେ ସିନ୍ଦୁର ଲଗେଇବା ଠାରୁ ବଞ୍ଚିତ ରୁହନ୍ତୁ।
ପରିସ୍ଥିତି ଯାହାବି ହେଉନା କାହିଁକି ବିବାହିତ ମହିଳାଙ୍କୁ କୌଣସି ଅନ୍ୟ ମହିଳାର ସିନ୍ଦୁର ଆଣି ନିଜ ମଥାରେ ଭରିବା ଉଚିତ ନୁହେଁ। ଅନ୍ୟ ମହିଳାର ସିନ୍ଦୁର ନିଜ ମଥାରେ ଭରିବା ବହୁତ ଅଶୁଭ ହୋଇଥାଏ। ଏପରି କରୁଥିବା ମହିଳାଙ୍କ ସ୍ୱାମୀଙ୍କୁ ଧନ ସମ୍ବଦ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁରକୁ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ। କାରଣ ଶାସ୍ତ୍ର ଅନୁସାରେ ଉପହାରରେ ମିଳିଥିବା ସିନ୍ଦୁରର ବ୍ୟବହାର କରିବା ଅଶୁଭ ମାନାଯାଏ।
ସିନ୍ଦୁର ଲଗାଇ କେବେବି ସ୍ନାନ କରିବା ଉଚିତ ନୁହେଁ। ସବୁବେଳେ ସ୍ନାନ ସାରି ପୂଜାପାଠ କରି ସାରି ସିନ୍ଦୁର ଲଗାଇବା ଉଚିତ।
ସିନ୍ଦୁର ଲଗାଇବା ସମୟରେ ସବୁବେଳେ ନିଜର ସ୍ୱାମୀଙ୍କର ଲମ୍ବା ଆୟୁ ଏବଂ ସଫଳତା ବିଷୟରେ ଚିନ୍ତା କରିବା ଉଚିତ। ଯାହା ଦ୍ୱାରା ତାଙ୍କର ଭାଗ୍ୟ ଏବଂ ଶକ୍ତି ଆହୁରି ବଢିବ ଏବଂ ମଥାରେ ସିନ୍ଦୁର ଲଗାଇବା ସମୟରେ ମା ପାର୍ବତୀଙ୍କୁ ଧ୍ୟାନରେ ରଖିବା ଉଚିତ କାରଣ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଆପଣଙ୍କୁ ମା ପାର୍ବତୀଙ୍କ ଠାରୁ ପ୍ରାପ୍ତ ହୋଇଥାଏ।
ଆପଣ ପ୍ରିୟଡସ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ। କାରଣ ଏହି ସମୟରେ ସିନ୍ଦୁର ଲଗାଇଲେ ସିନ୍ଦୁରର ଅପମାନ ହୋଇଥାଏ।
ସିନ୍ଦୁର ତଳେ ପଡିବା ବହୁତ ବଡ଼ ଅଶୁଭ ହୋଇଥାଏ। ଏଥିପାଇଁ ଏହାକୁ ସବୁବେଳେ ପିଲାଙ୍କ ଠାରୁ ଦୂରରେ ରଖନ୍ତୁ। ସିନ୍ଦୁର ତଳେ ପଡିଲେ ଘରକୁ ଆଶୁଭତ୍ୱ ଆସିଥାଏ।
ସିନ୍ଦୁରକୁ କେବେବି କାହାରି ସାମ୍ନାରେ ଲଗାନ୍ତୁ ନାହିଁ। କାହା ସାମ୍ନାରେ ସିନ୍ଦୁର ଲଗାଇବା ଦ୍ୱାରା ଆପଣଙ୍କ ସମ୍ପର୍କରେ ନଜର ଲାଗିପାରେ ଆଉ ଆପଣଙ୍କ ସ୍ୱାମୀଙ୍କର ପ୍ରେମ ମଧ୍ୟ କମି ଯାଇପାରେ। ସିନ୍ଦୁର ଲଗାଇବା ସମୟରେ ସବୁବେଳେ ମଥାରେ ଓଢଣୀ ଦେଇ ହିଁ ସିନ୍ଦୁର ଲଗାନ୍ତୁ।
ମଥାରେ ସବୁବେଳେ ଶୁଖିଲା ସିନ୍ଦୁରର ବ୍ୟବହାର କରନ୍ତୁ। ଆପଣ ଲିକ୍ୟୁଟ ସିନ୍ଦୁର ବ୍ୟବହାର କରନ୍ତୁ ନାହିଁ।
ଯଦି ଭୁଲରେ ଆପଣଙ୍କ ସିନ୍ଦୁର ତଳେ ପଡ଼ିଯାଏ ତ ଆପଣ ତାକୁ ଏକାଠି କରି ରଖନ୍ତୁ ଏବଂ ପ୍ରଥମେ ମା ପାର୍ବତୀଙ୍କୁ କ୍ଷମା ମାଗନ୍ତୁ। ଯାହା ଦ୍ୱାରା ବିପଦ ମଧ୍ୟ ଟଳି ଯାଏ।
ଯଦି ଆପଣ ସିନ୍ଦୁରକୁ ଠିକ ନିୟମରେ ଲଗାଉ ନାହାନ୍ତି ତ ଏହା ବହୁତ ଅଶୁଭ ହୋଇଥାଏ। ଆପଣ ସିନ୍ଦୁରକୁ ଝିଙ୍କ କଣ୍ଟା ବା ରୁପା କଣ୍ଟା ମାଧ୍ୟମରେ ମଥାରେ ଲଗାନ୍ତୁ। ନଚେତ ହଳଦୀ କାଠିରେ ମଧ୍ୟ ଲଗେଇ ପାରିବେ।
ଶାସ୍ତ୍ର ଅନୁସାରେ ଯେଉଁ ମହିଳା ନିଜ ସିନ୍ଦୁରକୁ ଚୁଟି ମଧ୍ୟରେ ଲୁଚାଇ ଥାନ୍ତି ତାଙ୍କ ସ୍ୱାମୀଙ୍କୁ ସମାଜରେ ମାନ ସମ୍ମାନ ମିଳି ପାରିନଥାଏ।
ଶାସ୍ତ୍ର ଅନୁସାରେ ସିନ୍ଦୁରକୁ ସବୁବେଳେ ନାକ ସିଧାରେ ମଥାରେ ଲଗାଇବା ଉଚିତ। ସାଇଟରେ କେବେବି ସିନ୍ଦୁର ଲଗେଇବେ ନାହିଁ।
ନବ ବିବାହିତ ମହିଳା ଏହି କଥାର ଧ୍ୟାନ ରଖନ୍ତୁ ଯାହା ବିବାହ ସମୟରେ ଯେଉଁ ସିନ୍ଦୁର ସ୍ୱାମୀ ମଥାରେ ଦେଇଥାଏ ସେହି ସିନ୍ଦୁରକୁ ସମ୍ଭାଳିକି ରଖନ୍ତୁ। ଆଉ ସେହି ସିନ୍ଦୁରକୁ ବିଶେଷ ପୂଜାରେ ବିଶେଷ ଦିନରେ ଲଗେଇବେ ତ ଏହା ବହୁତ ଶୁଭ ହୋଇଥାଏ। ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବଢିଥାଏ।
ଆପଣ ସିନ୍ଦୁରରେ ଗୋଟେ ପଇସା ନିଶ୍ଚୟ ରଖନ୍ତୁ। ଏହାକୁ ବହୁତ ଅଧିକ ଶୁଭ ମାନାଯାଏ। ଏପରି କଲେ ଆପଣଙ୍କୁ ମା ପାର୍ବତୀଙ୍କ ଆଶୀର୍ବାଦ ମିଳିଥାଏ। ଏଥିପାଇଁ ଆପଣ ନିଜ ସିନ୍ଦୁର ଡ଼ବାରେ ଗୋଟେ କଏନ ନିଶ୍ଚୟ ପକେଇ ରଖନ୍ତୁ।
କେତେ ଜଣ ମହିଳା ବ୍ୟୁଟିପାର୍ଲର ଯାଆନ୍ତୁ ଆଉ ସେଠି ଯେଉଁ ବି ମହିଳା ମେକପ କରିବା ପାଇଁ ଥାନ୍ତି ସେମାନେ ନିଜେ ଆପଣଙ୍କ ମଥାରେ ସିନ୍ଦୁର ଲଗେଇ ଦିଅନ୍ତି କିନ୍ତୁ ଏହା ଅଶୁଭ ହୋଇଥାଏ। ସବୁବେଳେ ନିଜ ମଥାରେ ନିଜେ ହିଁ ସିନ୍ଦୁର ଲଗାନ୍ତୁ କିମ୍ବା ନିଜ ସ୍ୱାମୀଙ୍କ ହାତରୁ ଲଗାନ୍ତୁ ଏହା ଦ୍ବାରା ବହୁତ ଶୁଭ ହୋଇଥାଏ।
ସ୍ୱପ୍ନରେ ସିନ୍ଦୁର ଦେଖିଲେ ବହୁତ ଶୁଭ ବୋଲି ମାନାଯାଏ। ଏହାର ଅର୍ଥ ଆପଣଙ୍କୁ ଆପଣଙ୍କର ପରିବାର ତରଫରୁ କୌଣସି ବଡ଼ ଖୁସି ଖବର ମିଳିବାକୁ ଯାଉଛି।
ଯଦି କୁଆଁରୀ ସ୍ତ୍ରୀକୁ ସ୍ୱପ୍ନରେ ନିଜେ ସିନ୍ଦୁର ଲଗାଉଥିବାର ଦେଖନ୍ତି ଏହାର ଅର୍ଥ ତାଙ୍କର ମନ ପସନ୍ଦର ପୁଅ ସହିତ ବିବାହ ହେବ।
ଯଦି ଆପଣଙ୍କ ଘରେ ଆପଣଙ୍କର ନିଜ ସ୍ୱାମୀଙ୍କ ସହିତ ଲଢେଇ ଝଗଡା ହେଉଥିବ ତ ଏହିସବୁକୁ ଦୂର କରିବା ପାଇଁ ସୋରିଷ ତେଲରେ ଟିକେ ସିନ୍ଦୁର ମିଶାଇ ଆପଣଙ୍କର ଘରରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ କିମ୍ବା ଓଁର ଚିହ୍ନ ବନାନ୍ତୁ ଏହା ଦ୍ବାରା ଆପଣଙ୍କର ସ୍ୱାମୀଙ୍କର ପ୍ରେମ ଆପଣଙ୍କ ପାଇଁ ଅଧିକ ବଢିଥାଏ ଏବଂ ଝଗଡା ଦୂର ହୋଇଥାଏ।
ଯଦି ଆପଣ ଅଫିସରେ କାମ କରୁଥାନ୍ତି ଆଉ ମଥାରେ ସିନ୍ଦୁର ଲଗାଇ ପାରୁନାହାନ୍ତି ତେବେ ଆପଣ କମସେକମ ଆପଣଙ୍କ ଘରର ପୂଜାପାଠରେ କିମ୍ବା ଶୁଭ ମାଙ୍ଗଳିକ କାର୍ଯ୍ୟରେ ଆପଣ ନିଶ୍ଚୟ ସିନ୍ଦୁର ମଥାରେ ଲଗାନ୍ତୁ। କାରଣ ଏହା ବିବାହର ପ୍ରତୀକ ହୋଇଥାଏ। ଏହିସବୁ ଅବସରରେ ମଥାରେ ସିନ୍ଦୁର ଲଗାଇ ପୂଜାପାଠ କରନ୍ତି ତ ତାହାର ଫଳ ଅବଶ୍ୟ ମିଳିଥାଏ।