ଘରେ କଳା ଜନ୍ଦା ଥିଲେ ବଦଳିଯିବ ଆପଣଙ୍କ ଭାଗ୍ୟ;ଜାଣି ରଖନ୍ତୁ ଏହାର କାରଣ
ସାଧରଣତଃ ସମସ୍ତଙ୍କ ଘରେ ଜନ୍ଦା ରହିଥାଏ କିନ୍ତୁ ଲୋକେ ସବୁବେଳେ ଜନ୍ଦାକୁ ଦୂର କରିବାକୁ ଅନେକ ଉପାୟ କରିଥାନ୍ତି । କିନ୍ତୁ ଜନ୍ଦା ମଧ୍ୟ ଶୁଭ ହୋଇଥାଏ ଯାହାକି ମନୁଷ୍ୟର ଭାଗ୍ୟ ବଦଳାଇ ପାରେ । ଯାହାକୁ ମନୁଷ୍ୟ ଜାଣି ରଖିବା ଉଚିତ । ସାଧରଣତଃ ଜନ୍ଦା ଧୌର୍ଯ୍ୟ ଏବଂ ଅଧ୍ୟବସାୟର ପ୍ରତୀକ ଅଟେ । ଜନ୍ଦା ଖୁବ ପରିଶ୍ରମୀ ହୋଇଥାଏ । ଏପରି କୁହାଯାଏ ଯେ ଏକାଧିକ ଜନ୍ଦା ଏକ ପାହାଡ଼କୁ କାଟିବାର ମଧ୍ୟ କ୍ଷମତା ରଖନ୍ତି । ପୁଣି ଏହା ମନୁଷ୍ୟର ଧୌର୍ଯ୍ୟ ଏବଂ ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ଏକ ଉପଯୁକ୍ତ ଉଦାହରଣ ଅଟେ । ଏହାବ୍ୟତୀତ ଜନ୍ଦା ପରିବେଶକୁ ପରିଷ୍କାର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ମନୁଷ୍ୟ ଅସଫଳ ହେଲେ ଅନେକ ସମୟରେ ଜନ୍ଦାର ଉଦାହରଣ ଦିଆଯାଏ ।।
ଜ୍ୟୋତିଷ ଶାସ୍ତ୍ରରେ ଜନ୍ଦାର ଅନେକ ମହତ୍ତ୍ୱ ରହିଛି । ଜନ୍ଦାର ଭିନ୍ନ ଭିନ୍ନ ପ୍ରଜାତି ଏବଂ ରଙ୍ଗ ଅନୁଯାୟୀ ତାହା ଶୁଭ ଅଶୁଭ ହୋଇଥାଏ । ସାଧରଣତଃ ମଣିଷ ମୃତ୍ୟୁ ପରେ ୮୪ ଲକ୍ଷ ୟୁନି ପରେ ପୁଣିଥରେ ମନୁଷ୍ୟ ଜନ୍ମ ପାଇଥାଏ । ମାତ୍ର ମଣିଷ ଜନ୍ମ ପୂର୍ବରୁ ପିମ୍ପୁଡ଼ି ଜନ୍ମ ପାଇଥାଏ । ତେଣୁ କଳା ଜନ୍ଦାକୁ ବିଷ୍ଣୁଙ୍କ ପ୍ରତୀକ ବୋଲି ମଧ୍ୟ ମାନା ଯାଏ । ତେଣୁ ମୃତ୍ୟୁ ପରେ ବୈକୁଣ୍ଠ ଲାଭ କରିବାକୁ ଚାହୁଁଥିଲେ ଜନ୍ଦାକୁ ଅଟା ଖାଇବକୁ ଦିଅନ୍ତୁ । କଳା ପିମ୍ପୁଡ଼ିକୁ ବିଷ୍ଣୁଙ୍କ ପ୍ରତୀକ ବୋଲି ମଧ୍ୟ ମାନା ଯାଏ । କଳା ଜନ୍ଦା ଉପରେ ଶନିଙ୍କର ଆଧିପତ୍ୟ ରହିଥ୍ସଏ ତେଣୁ ଶନିବାର ଦିନ କଳା ଜନ୍ଦା ଦେଖିଲେ ଆପଣ ଭାବି ନିଅନ୍ତୁ ଯେ ଶନିଦେବ ପ୍ରସନ୍ନ ଅଛନ୍ତି । ଯେଉଁ ଲୋକ ମାନେ ଚାଉଳ ଅଟାରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତି ସେମାନଙ୍କ ଦୁର୍ଭାଗ୍ୟ ଦୂର ହୋଇଯାଏ ।
ବାଦାମ ପାଉଡରରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦେଲେ ଚାକିରୀର ଯୋଗ ସୃଷ୍ଟି ହୋଇଥାଏ । ଏହି ଉପାୟ କରିବା ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ବ୍ୟବସାୟରେ ମଧ୍ୟ ଲାଭ ହୋଇଥାଏ । ଏହାବ୍ୟତୀତ କରଜ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶନି ରାହୁ କେତୁ ଏହିସବୁ ଗ୍ରହ ଦୋଷରୁ ମୁକ୍ତି ପିମ୍ପୁଡ଼ି ଦେଇଥାଏ । ପୁଥିବୀ ତତ୍ତ୍ୱ ହେଉ , ଶନିଙ୍କ କୋପ ଦୃଷ୍ଟି ହେଉ କିମ୍ବା ସାଢ଼େ ସାତି ହେଉ ଏହି ସବୁ ସମସ୍ୟା ପିମ୍ପୁଡ଼ିକୁ ଅଟା ଦେବା ଦ୍ୱାରା ଠିକ ହୋଇଥାଏ । ଅଟାରେ ଚିନି ମିଶାଇ ଖାଇବାକୁ ଦେଲେ ଜୀବନର ସମସ୍ତ ସମସ୍ୟା ଦୂରେଇ ଯାଏ ।
ଏହାସହିତ ସଫଳତାର ମାର୍ଗ ମଧ୍ୟ ଖୋଲିଯାଏ । ଅନେକ ଲୋକଙ୍କର ରୂପି ସମସ୍ୟା ହୋଇଥାଏ । ଏହାର କାରଣ ହେଉଛି ରାହୁର କୁଦୃଷ୍ଟି । ଏହାଦ୍ବାରା ଜୀବନରେ ଅନେକ ସମସ୍ୟା ମଧ୍ୟ ଆସିଥାଏ । ତେଣୁ ଏମିତିରେ ପିମ୍ପୁଡ଼ିକୁ ନିଶ୍ଚିତ ଚିନି ଖୁଆନ୍ତୁ । ଯଦି ଆପଣଙ୍କ ରାହୁ ଦୁର୍ବଳ ତେବେ ଆପଣ ଏହି ଉପାୟ କରନ୍ତୁ । ଶୁକ୍ର ଦୁର୍ବଳ ହୋଇଥିଲେ ପ୍ରତି ଶନିବାର ପିମ୍ପୁଡ଼ିକୁ ଚିନି ଖୁଆନ୍ତୁ । ଯଦି ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ପ୍ରତ୍ୟକ ରବିବାର ପିମ୍ପୁଡ଼ିକୁ ଖିରି ବନାଇ ଖାଇବାକୁ ଦିଅନ୍ତୁ । ସ୍ୱପ୍ନରେ ଅଳ୍ପ ପିମ୍ପୁଡ଼ି ନଜର ଆସିଲେ ଏହା ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ । ଅଧିକ ପିମ୍ପୁଡ଼ି ନଜର ଆସିଲେ ତାହା ବଡ଼ ସମସ୍ୟାର ଇଙ୍ଗିତ ହୋଇପାରେ ।