Excuse Me Odisha

ଯାହା କହିବୁ ସତ କହିବୁ

ସାବିତ୍ରୀ ବ୍ରତ ପୂଜା କରିବାର ଶୁଭମୁହୂର୍ତ୍ତ, ବହୁକରେ ବି କରନ୍ତୁ ନାହିଁ ଏହି ୩ଟି ଭୁଲ୍ ନଚେତ ସ୍ୱାମୀର ଆୟୁଷ ହାନି ହୁଏ

ସେୟାର୍ କରନ୍ତୁ

ସାବିତ୍ରୀ ବ୍ରତକୁ ପ୍ରତ୍ୟେକ ସାଧବା ନାରୀ ନିଷ୍ଠାର ସହିତ ପାଳନ କରିଥାନ୍ତି । ତେବେ ସାବିତ୍ରୀ ବ୍ରତର ମାନ୍ୟତା ଅନୁଯାୟୀ ସ୍ତ୍ରୀ ବ୍ରତ ରଖିଲେ ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ଏହାବ୍ୟତୀତ ମହିଳା ମାନେ ଅଖଣ୍ଡ ସୌଭଗ୍ୟ ପ୍ରାପ୍ତି ଏବଂ ସନ୍ତାନ ସୁଖ ପାଇବା ପାଇଁ ଏହିଭଳି ବ୍ରତ ରଖିଥାନ୍ତି ।

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସାବିତ୍ରୀ ବ୍ରତ ଦିନ କେଉଁ ଦୁଇଟି ଜିନିଷ ସାବିତ୍ରୀ ମାତାଙ୍କୁ ଚଢ଼ାଇବା ଉଚିତ ନୁହେଁ । ନଚେତ ବ୍ରତ ଅଧା ରହିଯିବ । କହିରଖିବୁ ଯେ ଚଳିତ ବର୍ଷ ସାବିତ୍ରୀ ବ୍ରତ ମଇ ୧୯ ଶୁକ୍ରବାର ଦିନ ପାଳିତ ହେବ ଏବଂ ଶୁକ୍ରବାର ରାତି ୯.୨୨ ପର୍ଯ୍ୟନ୍ତ ରହିବ । ପୂଜାର ଶୁଭ ମୁହୂର୍ତ୍ତ ସକାଳ ୭.୧୯ । ଏହାଦ୍ବାରା ଆପଣଙ୍କୁ ଅଧିକ ଶୁଭ ଫଳ ପାପ୍ତ ହେବ ।

ସାବିତ୍ରୀ ବ୍ରତରେ ମହିଳା ମାନେ ଷୋହଳ ଶୃଙ୍ଗାର ନିଶ୍ଚୟ କରିବା ଉଚିତ । ସାବିତ୍ରୀ ବ୍ରତରେ କଳା ପୋଷାକ କିମ୍ବା ଧଳା ପୋଷାକ ପିନ୍ଧିବା ଉଚିତ ନୁହେଁ । କାରଣ ତାହା ବିଧବାଙ୍କ ପ୍ରତୀକ ହୋଇଥାଏ । ସାବିତ୍ରୀ ବ୍ରତରେ ନାଲି ବସ୍ତ୍ର ଧାରଣ କରିବା ସବୁଠାରୁ ଶୁଭ ହୋଇଥାଏ ।

ଏହାଦ୍ବାରା ମାତା ସାବିତ୍ରୀ ପ୍ରସନ୍ନ ହୋଇ ଅଖଣ୍ଡ ସୌଭଗ୍ୟଶାଳୀର ବର ଦେଇଥାନ୍ତି । ଏହିଦିନ ନିଜର ଶୃଙ୍ଗାର ଜିନିଷ ନଦେଇ ନୂଆ କିଣି ଦାନ କଲେ ସ୍ୱାମୀର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ସାବିତ୍ରୀ ବ୍ରତ ରଖୁଥିବା ମହିଳା ଏହିଦିନ ଲୁଣ ସେବନ କରିବା ଉଚିତ ନୁହେଁ । ଏହାବ୍ୟତୀତ ମଦ ମାଂସ ମଧ୍ୟ ସେବନ କରିବା ଉଚିତ ନୁହେଁ ।

ଏହିଦିନ ଶାରୀରିକ ସମ୍ପର୍କ କିମ୍ବା ମୁହଁରୁ ଅପଶବ୍ଦ ବାହାର କରିବା ଉଚିତ ନୁହେଁ । ସାବିତ୍ରୀ ବ୍ରତ ଦିନ ସ୍ତ୍ରୀ ନିଜ ସିଂଥିରେ ଯେତେ ଅଧିକ ଲମ୍ବା ସିନ୍ଦୁର ଲଗାଇଥାଏ ତାର ସ୍ୱାମୀର ଆୟୁଷ ଖୁବ ବୃଦ୍ଧି ପାଇଥାଏ । ସାବିତ୍ରୀ ବ୍ରତ ଦିନ ନାଲି ଫୁଲ ଅର୍ପିତ କଲେ ମାତା ସାବିତ୍ରୀ ପ୍ରସନ୍ନ ହୁଅନ୍ତି । ସାବିତ୍ରୀ ବ୍ରତ ଦିନ ମହିଳା ମାନେ କେଶ କାଟିଲେ ତାହା ସ୍ୱାମୀର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ଏବଂ ସ୍ୱାମୀର ଆୟୁଷ ମଧ୍ୟ କମ ହୋଇଥାଏ । ମାତା ସାବିତ୍ରୀଙ୍କୁ ଅର୍ପିତ କରୁଥିବା କୌଣସିବି ଜିନିଷ ଯେପରି ଖଣ୍ଡିତ ନହେବା ଆବଶ୍ୟକ । ଏହିଦିନ ମହିଳା ମାନେ ନାଲି ବ୍ୟତୀତ ଅନ୍ୟ ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ ନୁହେଁ ।

ଫାଟି ଯାଇଥିବା ଚୁଡ଼ି ପିନ୍ଧିଲେ ମଧ୍ୟ ଘୋର ପାପ ଲାଗିଥାଏ ଏବଂ ବ୍ରତ ଭାଙ୍ଗି ଯାଇଥାଏ । ଏହିଦିନ ଗଳାରେ ମଙ୍ଗଳ ସୂତ୍ର ପିନ୍ଧିବା ଉଚିତ । ଯେଉଁ ମହିଳା ମନରେ ନିଜ ସ୍ୱାମୀ କଥା ନଭାବି ଅନ୍ୟ ପୁରୁଷ ବିଷୟରେ ଭାବିଥାଏ , ସେହି ମହିଳା ଅତ୍ୟନ୍ତ ଦୁଃଖ ଭୋଗିଥାଏ । ଏହାବ୍ୟତୀତ ଆପଣଙ୍କ ସ୍ୱାମୀଙ୍କ ମନରେ ଅନ୍ୟ ସ୍ତ୍ରୀ କଥା ଚିନ୍ତା କରନ୍ତି ତେବେ ମଧ୍ୟ ସମ୍ପର୍କର ଆୟୁଷ କମିଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *