Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ସକାଳୁ ଘରର ମୁଖ୍ୟଦ୍ୱାର ଖୋଲିବା ପୂର୍ବରୁ କରି ଦିଅନ୍ତୁ ଏହି କାମ । ରୋଡ଼ପତିରୁ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରର କବାଟ ସବୁଠାରୁ ସ୍ୱତନ୍ତ୍ର ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଏହି କବାଟ ସବୁବେଳେ ବଡ଼ ଏବଂ ଦୁଇ ପାର୍ଶ୍ଵ ଥିବା କବାଟ ରହିବା ଆବଶ୍ୟକ । କାରଣ ମୁଖ୍ୟଦ୍ୱାର ଦେଇ ମାତା ଲକ୍ଷ୍ମୀ ସର୍ବଦା ଘର ମଧ୍ୟକୁ ପ୍ରବେଶ କରନ୍ତି । ଘରର ମହିଳା ମାନେ ସକାଳୁ ଉଠି ଏହି ମୁଖ୍ୟଦ୍ୱାରର କବାଟ ଖୋଲିବା ମାତ୍ରେ କିଛି ବିଶେଷ କାମ କରିବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରର ବାସ୍ତୁ ମଧ୍ୟ ସବୁବେଳେ ଠିକ ରହେ । ତେବେ ଆଜିକାର ଏହି ଲେଖାରେ ଆମେ ସେହିସବୁ କାମ ବିଷୟରେ କହିବୁ ।

୧ . ସକାଳୁ ଉଠିବା ମାତ୍ରେ ଘରର ମହିଳା ମାନେ ଘରର ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ଅଳ୍ପ ଅଳ୍ପ ଜଳ ଢ଼ାଳିବା ଉଚିତ । ଗଙ୍ଗା ଜଳ ହେଲେ ତାହା ଅଧିକ ଉତ୍ତମ । ନଚେତ ଆପଣ ପୂଜା କରୁଥିବା ଲୋଟାରେ ସାଧାରଣ ଜଳ ରାତିରେ ଶୋଇବା ସମୟରେ ରଖି ଦିଅନ୍ତୁ ଏବଂ ସକାଳେ ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇବ ଏବଂ ଆର୍ଥିକ ପରିସ୍ଥିତି ମଧ୍ୟ ସୁଧୁରି ଯିବ ।

୨ . ଶନିବାର ଏବଂ ରବିବାର ସକାଳୁ ଉଠିବା ପରେ ଘର ବାରଣ୍ଡାରେ କିମ୍ବା ସାମ୍ନାରେ ଏକ ବାଲ୍ଟି କିମ୍ବା ଗୋଟିଏ ମଗ ପାଣି ଢ଼ାଳି ଝାଡୁ କରନ୍ତୁ । ଏହାଦ୍ବାରା ଯଦି ଆପଣଙ୍କ ଉପରେ କେହି ଯାଦୁ କରିଥିବେ ତେବେ ତାହା ଓଲଟା ସେହି ବ୍ୟକ୍ତି ପାଖକୁ ଚାଲିଯିବ ।

୩ . ଘର ପୋଛିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ମାରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଗୁରୁବାର ଦିନ ପୋଛା ମାରନ୍ତୁ ନାହିଁ । ନଚେତ ପାଣିରେ ଲୁଣ ସହିତ ଅଳ୍ପ ହଳଦୀ ମିଶାଇ ମଧ୍ୟ ପୋଛା ମାରି ପାରିବେ । ଏହାଦ୍ବାରା ବୃହସ୍ପତି ମଜବୁତ ହେବା ସହିତ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ ।

୪ . ଘରର ମୁଖ୍ୟଦ୍ୱାରରେ ସୋମବାର ଦିନ ଆମ୍ବପତ୍ରର ବନ୍ଧନବାର ଲଗାନ୍ତୁ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାକୁ ପ୍ରତ୍ୟେକ ସୋମବାର ବଦଳାଇ ଦିଅନ୍ତୁ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଗୁରୁବାର ଦିନ ଅଶୋକ ପତ୍ରର ବନ୍ଧନବାର ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ରହେ ନାହିଁ । ସୋମବାର ଦିନ ଆମ୍ବପତ୍ରରେ ବନ୍ଧନବାର ଲଗାଇଲେ ସ୍ୱାସ୍ଥ୍ୟ ସମସ୍ୟା ହୁଏ ନାହିଁ ।

୫ . ଘରର ମୁଖ୍ୟଦ୍ୱାରରେ ଶ୍ରୀଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ । କିନ୍ତୁ ମନେ ରଖନ୍ତୁ ଯେପରି ଗଣେଶଙ୍କ ମୁହଁ ଘରର ଭିତରକୁ ରହେ । କାରଣ ଗଣେଶଙ୍କ ପିଠିରେ ଦାରିଦ୍ର୍ୟତାର ବାସ ହୋଇଥାଏ । ତେଣୁ ଘରର ମୁଖ୍ୟଦ୍ୱାରର ଭିତର ପଟେ ଠିକ ଉପରକୁ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ।

୬ . ଘରେ ଏଣେତେଣେ ଦେବଦେବୀଙ୍କ ଫୋଟ ଟାଙ୍ଗିବା ଉଚିତ ନୁହେଁ । ବରଂ ଏକ ସ୍ୱତନ୍ତ୍ର ପୂଜାଘର ତିଆରି କରି ସେହିଠାରେ ସବୁ ଦେବଦେବୀଙ୍କ ମୂର୍ତ୍ତି ଏବଂ ଫୋଟ ସ୍ଥାପିତ କରିବା ଉଚିତ । ଏହାବ୍ୟତୀତ ଘରେ ଝରଣା ଥିବା ଫୋଟ ଟାଙ୍ଗନ୍ତୁ ନାହିଁ । ନଚେତ ଟଙ୍କା ମଧ୍ୟ ଝରଣା ଭଳି ବହିଯିବ ।

୭ . ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଆପଣ ସୋରିଷ ତେଲରେ କିମ୍ବା ଘିଅରେ ସିନ୍ଦୁର ମିଶାଇ ଏହି ଚିହ୍ନ ଆଙ୍କି ପାରିବେ । ଏହାପରେ ଚାଉଳ ଗୁଣ୍ଡରେ ହଳଦୀ ମିଶାଇ ମୁଖ୍ୟଦ୍ୱାରର ମଝାମଝିରେ ଓଁ ଲେଖନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।

୮ . ଘରର ମୁଖ୍ୟଦ୍ୱାର ପାଖରେ ସ୍ଥାନ ଥିଲେ ତୁଳସୀ ଗଛ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ରହିବ ଏବଂ ସ୍ୱାସ୍ଥ୍ୟ ହାନୀ ମଧ୍ୟ ହେବ ନାହିଁ । ଘରର ମୁଖ୍ୟଦ୍ୱାରକୁ ସର୍ବଦାହିଁ ପରିଷ୍କାର ରଖନ୍ତୁ ।

ଯଦି ଆପଣ ଶମୀବୃକ୍ଷ ଘରେ ଲଗାଉଛନ୍ତି ତେବେ ଘରର ବାହାରେ ହିଁ ଲଗାନ୍ତୁ ଏବଂ ବାମ ପାଖରେ ହିଁ ଲଗାନ୍ତୁ । ପ୍ରତ୍ୟେକ ଦିନ ସୋରିଷ ତେଲରେ ଦୀପ ମଧ୍ୟ ଜଳାନ୍ତୁ । ଘରେ ଅଶ୍ୱତ୍ଥ ବୃକ୍ଷ ଥିଲେ ମଧ୍ୟ ତାହାକୁ ନେଇ ବାହାରେ ରଖି ଦିଅନ୍ତୁ । କାରଣ ଏହା ଘର ମଧ୍ୟରେ ରହିବା ଅଶୁଭ ହୋଇଥାଏ । ବିଶେଷ କରି ପୂର୍ବ ଦିଗରେ ଏହି ଗଛକୁ ଲଗାନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *