Excuse Me Odisha

ଯାହା କହିବୁ ସତ କହିବୁ

ପଇସାକୁ ଚୁମ୍ବକ ପରି ଆକର୍ଷିତ କରିଥାଏ ଏହି ଗଛ , ୨୪ ଘଣ୍ଟାରେ ବଦଳାଇ ଦେଇଥାଏ ଭାଗ୍ୟ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଆମ ଚାରିପାଖରେ ଏପରି ଅନେକ ଗଛ ରହିଛି ଯାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ ମାତ୍ର ଲୋକେ ତାହାକୁ ନିରର୍ଥକ ଭାବି ଉପାଡ଼ି ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେହି ଗଛ ପ୍ରାୟତଃ ସବୁ ସ୍ଥାନରେ ଉପଲବ୍ଧ ଥାଏ । ସେହି ଗଛ ବାସ୍ତବରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

ସେହି ଗଛରେ ମହାଦେବ , ଶନିଦେବ , ମାତା ଲକ୍ଷ୍ମୀ ଏବଂ ଏମିତିକି ମାତା ଗଙ୍ଗ ମଧ୍ୟ ବାସ କରନ୍ତି । ଏହାବ୍ୟତୀତ ଯଦି ଆପଣ ସେହି ଗଛକୁ କୌଣସି ଖାସ ପ୍ରୟୋଗରେ ଲଗାନ୍ତି ତେବେ ଆପଣଙ୍କ ଜୀବନର ଅଧିକାଂଶ ସମସ୍ୟା ଦୂରେଇ ଯିବାସହିତ ଧନ ପ୍ରାପ୍ତିର ରାସ୍ତା ମଧ୍ୟ ଖୋଲିଯିବ । ଆଜିକାର ଏହି ଲେଖାରେ ଆମେ ସେହି ଗଛର ଉଭୟ ତାନ୍ତ୍ରିକ ଏବଂ ଆୟୁର୍ବେଦିକ ମହତ୍ତ୍ୱ ବିଷୟରେ କହିବୁ ।

କହି ରଖିବୁ ଯେ ସେହି ଗଛର ନାମ ହେଉଛି ଅପାମାର୍ଗ ଗଛ ଯାହାକି ପ୍ରାୟତଃ ସବୁ ସ୍ଥାନରେ ନଜର ଆସିଥାଏ । ଏହି ଗଛକୁ ଅପାମାର୍ଗ କହିବାର ଅର୍ଥ ଏହା ଯେ ଏହି ଗଛ ଓଲଟା ଭଳି ଦେଖାଯାଏ ଅର୍ଥାତ ଅଗ୍ର ଭାଗରୁ ବଢ଼ି ମୂଳ ଦିଗରେ ବଢ଼ୁଥିବାର ଦେଖା ଯାଇଥାଏ । ତେଣୁ ଏହାକୁ ଆୟୁର୍ବେଦିକ ଭାଷାରେ ଅପାମାର୍ଗ କୁହାଯାଏ । ମାନ୍ୟତା ଅନୁଯାୟୀ ଏହି ଗଛ ଶରୀରରେ ପ୍ରୋଟିନର ମାତ୍ରା ବୃଦ୍ଧି କରିପାରେ ।

ତେଣୁ ଏହାକୁ ସେବନ କରି ଆପଣ ଶରୀରରେ ପୋଷାକ ତତ୍ତ୍ୱ ବୃଦ୍ଧି କରି ପାରିବେ । ଏଭଳି ମାନ୍ୟତା ରହିଛି ଯେ ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ ବର୍ଷ ବର୍ଷ ଧରି ଭଗବାନଙ୍କ ଧ୍ୟାନରେ ଲୀନ ରହୁଥିଲେ ସେହି ସମୟରେ ସେମାନେ ଏହି ଗଛର ଖିଚୁଡ଼ି ବନାଇ ଖାଉଥିଲେ । ଯାହାଦ୍ୱାରା ସେମାନଙ୍କୁ ଦଶ ଦିନ ପର୍ଯ୍ୟନ୍ତ ଖାଇବାକୁ ପଡ଼ୁ ନଥିଲା ।

ଶାସ୍ତ୍ର ଅନୁସାରେ ଏଭଳି ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଅମୃତର କିଛି ବୁନ୍ଦା ଏହି ଅପାମାର୍ଗ ଗଛ ଉପରେ ପଡ଼ିଥିଲା । ତେଣୁ ଏହା ଅମୃତ ସଦୃଶ୍ୟ ଅଟେ । ଯଦି ଆପଣଙ୍କର ଦାନ୍ତ ଜନିତ କୌଣସି ସମସ୍ୟା ରହିଥାଏ ତେବେ ଏହି ଗଛର ଦାନ୍ତକାଠିକୁ ବ୍ୟବହାର କଲେ ଏହା ରାମବାଣ ସଦୃଶ କାମ କରିଥାଏ । ଏହାର ବ୍ୟବହାର ଦ୍ୱାରା ଦାନ୍ତରେ ବ୍ୟାକ୍ଟେରିଆ ସମସ୍ୟା ଏବଂ ପୋକ ସମସ୍ୟା ଦୂର ହୋଇଥାଏ ।

ଯାହାର ପ୍ରୟୋଗ ଅତ୍ୟନ୍ତ ପ୍ରଭାବୀ ପ୍ରମାଣିତ ହୋଇଥାଏ । ମାତ୍ର ୧୫ ଦିନର ବ୍ୟବହାର ଦ୍ୱାରା ଆପଣଙ୍କୁ ଏହାର ଫାଇଦା ନଜର ଆସିବ । ଏଭଳି ମାନ୍ୟତା ମଧ୍ୟ ରହିଛି ଯେ ଯଦି ଆପଣଙ୍କ ଦାନ୍ତରେ ବ୍ୟଥା ଅନୁଭୂତ ହେଉଥାଏ ତେବେ ଏହି ଗଛର ମୂଳରେ ଦାନ୍ତ ଘଷିଲେ ଅଳ୍ପ ଦିନ ମଧ୍ୟରେ ସମସ୍ୟାର ଦୁରୀଭୂତ ହୋଇଥାଏ । ଏହାବ୍ୟତୀତ ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡ଼ି ଯାଉଛି ଅପାମାର୍ଗ ଗଛ ମୂଳରେ ଦଣ୍ତ ଘଷିଲେ ତାହା ଦୂର ହୋଇଥାଏ ।

କୌଣସି ପ୍ରକାରର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଥିଲେ ଅପାମାର୍ଗ ଗଛର ମୂଳକୁ ଆଣି ଖରାରେ ଶୁଖାଇ ତାହାର ପାଉଡର ବନାଇ ନିଅନ୍ତୁ । ସେହି ପାଉଡରକୁ ସୋରିଷ ତେଲରେ ମିଶାଇ ଆଣ୍ଠୁ ଗଣ୍ଠି ବ୍ୟଥା ଥିବା ସ୍ଥାନରେ ମାଲିସ କଲେ ଆଣ୍ଠୁ ଗଣ୍ଠି ବ୍ୟଥା ଦୂର ହୋଇଥାଏ । ଏହି ଗଛର ଅନେକ ତାନ୍ତ୍ରିକ ଗୁଣ ମଧ୍ୟ ରହିଛି । ଯଦି ଆପଣ ଏଭଳି ଅନୁଭୂତ କରୁଛନ୍ତି ଯେ ଶତ୍ରୁ ଶକ୍ତି ଆପଣଙ୍କର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତେବେ ଶନିବାର ଦିନ ଏହାର ମଞ୍ଜିକୁ ଛିଡ଼ାଇ ଆଣନ୍ତୁ ।

ଏହାପରେ ଶନି ମନ୍ଦିରରେ ଶନିଙ୍କ ସାମ୍ନାରେ ବସି ଶନି ଚାଳିଶା ୫୧ ଥର ପାଠ କରିବା ପରେ ସେହି ମୂଳକୁ ଏକ ନାଲି କପଡ଼ାରେ ଗୁଡ଼ାଇ ଏପରି ଏକ ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନକୁ କେହିବି ଯାଆସ କରୁ ନଥିବେ । ଦେଖିବା ଓଲଟା ସେହି ଶତ୍ରୁର ବିନାଶ ହୋଇଯିବ । ବ୍ୟାପାରରେ ଉନ୍ନତି ଚାହୁଁଥିଲେ ଶୁକ୍ରବାର ଦିନ ଏହି ଗଛର ମୂଳକୁ ଛିଡ଼ାଇ ଆଣି ଏକ ନାଲି କପଡ଼ା ଉପରେ ରଖି ତାହା ଉପରେ ଅଳ୍ପ ସିନ୍ଦୁର ପକାଇ ବାନ୍ଧି ଦିଅନ୍ତୁ ଏବଂ ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ ।

ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଉପରେ କୌଣସି ତନ୍ତ୍ର ମନ୍ତ୍ର କ୍ରିୟା ହୋଇଛି ତେବେ ସୋମବାର ଦିନ ଏହି ଗଛର ମୂଳକୁ ସମ୍ପୂର୍ଣ୍ଣ ଛିଡ଼ାଇ ଆଣି ଧୋଇ ମହାଦେବଙ୍କ ସାମ୍ନାରେ ବସି ୧୦୦୧ ଥର ଓଁ ନମଃ ଶିବାୟ ମନ୍ତ୍ରର ଜପ କର ସେହି ମୂଳକୁ ଏକ ତାବିଜରେ ପୁରାଇ ବାହୁରେ କିମ୍ବା ବେକରେ ଧାରଣ କରନ୍ତୁ । ମଙ୍ଗଳବାର ଦିନଟି ହନୁମାନଙ୍କ ଦିନ ହୋଇଥାଏ । ତେଣୁ ଏହି ଦିନ ଏହି ଗଛକୁ ଉପାଡ଼ି ଆଣି ଏହାର ମୂଳକୁ ଧୋଇ ଶୁଖାଇ ଦିଅନ୍ତୁ । ଏହାକୁ ପାଉଡ଼ର କରି ନିଜର ତିଳକ ଧାରଣ କରୁଥିବା ସିନ୍ଦୁରରେ ମିଶାଇ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ମଙ୍ଗଳ ଦୃଢ଼ ହେବ । ଯେଉଁ କାରଣରୁ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *