Excuse Me Odisha

ଯାହା କହିବୁ ସତ କହିବୁ

ଅରଖ ଗଛର ଚେରରେ ରହିଥାଏ କୋଟିପତି ହେବାର ରହସ୍ୟ । କେବଳ ଗୋଟିଏ ଉପାୟ କରି ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ପ୍ରଭାବ ।

ସେୟାର୍ କରନ୍ତୁ

ଅରଖ ଗଛ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ବର୍ଣ୍ଣିତ ରହିଛି ଯେ ଏହି ଗଛର ଗୋଟିଏ ଫୁଲକୁ ଯଦି ଆପଣ ନିଷ୍ଠାର ସହିତ ଭଗବାନ ଶିବଙ୍କୁ ଅର୍ପିତ କରନ୍ତି ତେବେ ସବୁ ମନସ୍କାମନା ପୂରଣ ହୋଇଥାଏ । ରାବଣ ଉପରେ ଭଗବାନ ଶିବ ପ୍ରସନ୍ନ ହେବାର କାରଣ ମଧ୍ୟ ଏହି ଫୁଲ ଅଟେ । ଏହି ଫୁଲର ଏକାଧିକ ପ୍ରୟୋଗ ରହିଛି ଯାହାକି ଜଣେ ମନୁଷ୍ୟର ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ ।

ବ୍ୟକ୍ତିର ନବଗ୍ରହ ଦୋଷକୁ ମଧ୍ୟ ଦୂର କରିଥାଏ । ଘର ସାମ୍ନାରେ ଅରଖ ଗଛ ହୋଇଥିଲେ ତାହା ଧନ ପ୍ରାପ୍ତିର କାରଣ ହୋଇଥାଏ ବୋଲି କୁହାଯାଏ ଏବଂ ତାହା ଭଗବାନ ଗଣେଶଙ୍କୁ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ ବୋଲି କୁଆଯାଏ କାରଣ ଅରଖ ଗଛ ପୁରୁଣା ହେଲେ ତାହାର ଫୁଲ ଭଗବାନ ଗଣେଶଙ୍କ ଆକୃତି ଦେଇଥାଏ ।

ଏହି ଗଛ ଅନେକ ରୋଗ ସମସ୍ୟା ଠାରୁ ଆରମ୍ଭ କରି ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ଠିକ କରିଥାଏ । ଏହି ଗଛରେ ଏକାଧିକ ଦେବଦେବୀଙ୍କ ବାସ ହୋଇଥାଏ । ତେଣୁ ଏହି ଗଛର ଚେରର ଉପଯୁକ୍ତ ବ୍ୟବହାର ଏକାଧିକ ରୋଗକୁ ଠିକ କରିବା ସହିତ ଜୀବନର ତମାମ ସମସ୍ୟାର ସମାଧାନ ମଧ୍ୟ କରିଥାଏ । ଏହି ଗଛର ଫୁଲକୁ ସଠିକ ଭାବରେ ପୂଜା କଲେ ଧନ ପ୍ରାପ୍ତିର ମାର୍ଗ ଫିଟିଯାଏ ।

ତାନ୍ତ୍ରିକ ପ୍ରୟୋଗରେ ଏହି ଗଛର ଫୁଲ ଏବଂ ମୂଳ ଦୁଇ ପ୍ରକାରର ଉପାୟରେ ବ୍ୟବହାର କରାଯାଏ । ଯଦି ଆପଣଙ୍କ ଘରେ ଉପରେ କୌଣସି ତନ୍ତ୍ର ମନ୍ତ୍ର ହୋଇଛି ଏବଂ ଗୁଣି ଗାରେଡ଼ି ହୋଇଛି ତେବେ ତେବେ ଅରଖ ଗଛର ମୂଳକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ଯଦି ଆପଣଙ୍କର ବ୍ୟବସାୟ ଜନିତ କୌଣସି ସମସ୍ୟା , କ୍ଷତି ହେଉଛି , କିମ୍ବା ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ କିମ୍ବା ନିବେଶ କରିବାକୁ ଯାଉଛନ୍ତି ତେବେ ଏକ ଅରଖ ଗଛ ଆଣି ତାହାକୁ ହଳଦିଆ କୁଣ୍ଡରେ ଲଗାଇ ଘର ସାମ୍ନାରେ ରଖି ଦିଅନ୍ତୁ । ଏହି ଗଛକୁ କେବଳ ବୁଧବାର ଦିନ ଆଣି ସ୍ଥାପିତ କରି ଦିଅନ୍ତୁ । ୧୧ ଦିନ ପର୍ଯ୍ୟନ୍ତ ଲଗାତାର ଭଗବାନ ଗଣେଶଙ୍କ ସାମ୍ନାରେ ଘିଅ ଦୀପ ଜାଳି ନିଜର ମନସ୍କାମନା କହି ଦିଅନ୍ତୁ ।

ଦେଖିବେ ଆପଣଙ୍କର କୌଣସିବି ବ୍ୟବସାୟ ଜନିତ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଦ୍ୱାରା ଭଗବାନ ଗଣେଶଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ନିବେଶର ଦୁଇଗୁଣା ଲାଭ ହେବ ଏବଂ ଧନ ପ୍ରାପ୍ତିର ଏକାଧିକ ଅବସର ପ୍ରାପ୍ତ ହେବ ।

ଯଦି ଲଗାତାର ୧୧ ଟି ବୁଧବାର ପର୍ଯ୍ୟନ୍ତ ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କୁ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖିବାକୁ ମିଳିବ ନାହିଁ । ଆପଣଙ୍କ ଜୀବନରୁ ସବୁ କଷ୍ଟ ସମସ୍ୟା ଦୂର ହୋଇଯିବ । ମହାଦେବଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସହଜ ଅଟେ । ତେଣୁ ଆପଣ ସୋମବାର ଦିନ ସକାଳୁ ସ୍ନାନ କରି ସାରି ଅରଖ ଗଛର ଗୋଟିଏ ମାତ୍ର ଫୁଲ ଛିଡ଼ାଇ ଆଣି କୌଣସି ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ସେହି ଫୁଲକୁ ଅର୍ପିତ କରିବା ସହିତ ଏକ ଲୋଟା ଜଳ ଅର୍ପିତ କରନ୍ତୁ ଏବଂ ୫୦୧ ଥର ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଶରୀରରେ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ସବୁ ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ନବ ଗ୍ରହ ସାଥ ଦେବା ସହିତ ଆପଣଙ୍କ ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହେବା ସହିତ ମହାଦେବଙ୍କ ଅସୀମ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *