Excuse Me Odisha

ଯାହା କହିବୁ ସତ କହିବୁ

କଥା କଥାରେ କାନ୍ଦି ପକାଉ ଥିବା ମହିଳା ମାନେ ହୋଇଥାନ୍ତି ଏହିଭଳି । ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳା ମାନେ ଖୁବ ଇମୋସନାଲ ହୋଇଥାନ୍ତି । ତେଣୁ ଏମିତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କଥା କଥାରେ ଚିତ୍କାର କରୁଥିବା ଏବଂ କାନ୍ଦୁଥିବା ମହିଳା କାହାଠାରୁ କମ ହୋଇ ନଥାନ୍ତି । ଆଶ୍ଚର୍ଯ୍ୟ ଚାଣକ୍ୟ କଥା କଥାରେ ଚିତ୍କାର କରୁଥିବା ମହିଳାଙ୍କ ଚରିତ୍ର ବିଷୟରେ ବର୍ଣ୍ଣନା କରିଛନ୍ତି । ତେବେ କହି ରଖିବୁ ଯେ ଏଭଳି ମହିଳାଙ୍କୁ ଲୋକେ ଖୁବ ଅପଶବ୍ଦ ମଧ୍ୟ କହିଥାନ୍ତି । ଯଦି ଆପଣଙ୍କ ଘରେ ମଧ୍ୟ ଏଭଳି କେହି ମହିଳା ଅଛନ୍ତି ଯିଏକି କଥା କଥାରେ ଚିତ୍କାର କରୁଥିବେ କିମ୍ବା କାନ୍ଦି ପକାଉ ଥିବେ ତେବେ ନିଶ୍ଚୟ ଜାଣି ନିଅନ୍ତୁ ।

୧ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳାଙ୍କ ମଧ୍ୟରେ ସହ୍ୟ କରିବାର କ୍ଷମତା ପୁରୁଷ ମାନଙ୍କ ଅପେକ୍ଷା ଅଧିକ ରହିଥାଏ । ତେଣୁ ଏମିତିରେ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତାଙ୍କର ଯତ୍ନ ନେବା ଉଚିତ ଏବଂ ସମ୍ମାନ ଦେବା ଉଚିତ । କାରଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏଭଳି ମହିଳା ଭାଗ୍ୟରେ ଥିଲେ ମିଳେ । ଏଭଳି ମହିଳା ମାନେ ସଚ୍ଚା ବିଚାରର ହୋଇଥାନ୍ତି ।

୨ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତାହାର ଅର୍ଥ ସେ ନିଜ ପ୍ରେମିକ କିମ୍ୱା ପାର୍ଟନର ଠାରୁ କେବେ ଅଲଗା ହେବାକୁ ଚାହେଁ ନାହିଁ । ଏଭଳି ସ୍ତ୍ରୀ ପରିବାର ପାଇଁ ଖୁବ ଭଲ ହୋଇଥାନ୍ତି । ଏମାନଙ୍କ ମନ ଖୁବ ପରିଷ୍କାର ହୋଇଥାଏ ଏବଂ ଏମାନେ ଅନ୍ୟର ମନ ନେଇ ଚଳିବା ସହିତ ଅନ୍ୟର ଇମୋସନକୁ ସମ୍ମାନ ଦିଅନ୍ତି । ତେଣୁ ଏଭଳି ସ୍ତ୍ରୀ ମିଳିବା ଭାଗ୍ୟର କଥା ଅଟେ । ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତା ମଧ୍ୟରେ ନିଜ ପାର୍ଟନର ପାଇଁ ଭଲପାଇବା ଅଧିକ ଥାଏ ।

୩ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳା ମାନେ କାନ୍ଦିବା ସହିତ ଚିତ୍କାର କରିବା ଦ୍ୱାରା ଅନେକ ଘାତକ ରୋଗ ଠିକ ହୋଇଯାଏ । କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଯାଏ । କାନ୍ଦିବା ଦ୍ୱାରା ମାନସିକ ଚିନ୍ତା ମଧ୍ୟ ଶେଷ ହୋଇଥାଏ ।

୪ . କଥା କଥାରେ କାନ୍ଦି ପକାଉଥିବା ମହିଳା ସମସ୍ତଙ୍କ ଭାଗ୍ୟରେ ନଥାଏ । ଏମାନଙ୍କ ହୃଦୟ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ଏଭଳି କାନ୍ଦି ପକାଉଥିବା ମହିଳା କେବେ କାହାରି ମନରେ କଷ୍ଟ ଦିଅନ୍ତି ନାହିଁ । ଏମାନେ ନିଜକୁ କଷ୍ଟରେ ରଖି ଅନ୍ୟକୁ ଖୁସି ଦେଇଥାନ୍ତି । ଅଧିକ କାନ୍ଦୁଥିବା ମହିଳା କେବେ ଘାତକ ହୋଇ ନଥାନ୍ତି । ଏମାନଙ୍କ ମଧ୍ୟରେ ଖୁବ ଦୁଃଖ ଭରି ରହିଥାଏ । ତେଣୁ ଏମିତିରେ ଏଭଳି ସ୍ତ୍ରୀ ର ମାନ ସମ୍ମାନ ବଢ଼ାଇବା ଆବଶ୍ୟକ । ଏଭଳି ମହିଳାଙ୍କ ହୃଦୟ ଭାଙ୍ଗିବା ମଧ୍ୟ ପାପ ସମାନ ହୋଇଥାଏ ।

୫ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଅଧିକ କାନ୍ଦୁଥିବା ଏବଂ ଚିତ୍କାର କରୁଥିବା ମହିଳା ଆପଣଙ୍କ ବିନାଶ ମଧ୍ୟ କରିଥାଏ । ଏଭଳି ମହିଳା ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଯେଉଁ ମହିଳା ଭୁଲ କରିବା ସତ୍ତ୍ୱେନି କାନ୍ଦିଥାଏ କିମ୍ବା ଚିତ୍କାର କରିଥାଏ ତେବେ ଆପଣଙ୍କୁ ସତର୍କ ହୋଇଯିବା ଆବଶ୍ୟକ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏଭଳି ମହିଳା ଖୁବ ଚତୁର ହୋଇଥାନ୍ତି ଯାହାକି ଆପଣଙ୍କ ବର୍ବାଦିର କାରଣ ହୋଇଥାଏ । ତେଣୁ ସର୍ବଦା ଏଭଳି ମହିଳା ଠାରୁ ସାବଧାନ ରହିବା ଆବଶ୍ୟକ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *