Excuse Me Odisha

ଯାହା କହିବୁ ସତ କହିବୁ

ଗୋମାତାଙ୍କ ଅନୁଯାୟୀ ମନୁଷ୍ୟ ଏହି କାରଣରୁ ରହିଥାଏ ଗରିବ । ଯଦି ଗୋମତାଙ୍କ ଏହି କାହାଣୀ ଶୁଣନ୍ତି ତେବେ ଆଉ ରହିବେନି ଗରିବ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଅନେକ ସମୟରେ ଗୋମାତା ମନୁଷ୍ୟକୁ ଏଭଳି ସବୁ ସଙ୍କେତ ଦେଇଥାନ୍ତି ଯାହାକୁ ମନୁଷ୍ୟ ଜାଣି ପାରିବା ନିହାତି ଅବଶ୍ୟକ । କହିବାକୁ ଗଲେ ଗୋମାତା ପୂଜ୍ୟ ଅଟନ୍ତି ଏବଂ ତାଙ୍କ ମଧ୍ୟରେ ୩୫ କୋଟି ଦେବଦେବୀ ମଧ୍ୟ ବାସ କରନ୍ତି । ତେବେ ଗୋମାତା ମନୁଷ୍ୟକୁ ଚାରୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯାହାକୁ ମନୁଷ୍ୟକୁ ଜାଣି ରଖିବା ସହିତ ତାହାକୁ କେବେ କରିବା ମଧ୍ୟ ଉଚିତ ନୁହେଁ । ନଚେତ ମନୁଷ୍ୟ ସମସ୍ୟାରେ ପଡ଼ିପାରେ ।

ତେବେ ଏହାକୁ ଏକ କାହାଣୀ ମାଧ୍ୟମରେ ଆମେ ଆପଣଙ୍କୁ କହିବୁ । ଯାହାଦ୍ୱାରା ମନୁଷ୍ୟ ନିଜ ଜୀବନରେ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ତାହା ମଧ୍ୟ ଜାଣି ପାରିଥାଏ । କାହାଣୀ ଅନୁଯାୟୀ ଏକ ଗାଁରେ ଭୋଳା ନାମକ ଜଣେ ବ୍ୟକ୍ତି ଜମିଦାର ଏବଂ କିଛି ପ୍ରଖ୍ୟାତ ଲୋକଙ୍କ ଗାଈକୁ ପାହାଡ଼କୁ ଚରାଇବାକୁ ନେଇ ଯାଉଥିଲା ଆଉ ମିଳୁଥିବା ଟଙ୍କାରେ ଚଳି ଯାଉଥିଲା ।

ଭୋଳା ଯେଉଁ ପାହାଡ଼କୁ ଯାଉଥିଲା ସେଠାରେ ଏକ ଗୁମ୍ଫାରେ ଜଣେ ସାଧୁ ରହୁଥିଲେ ଯାହାଙ୍କ ପାଖରେ ଏକ ଚମତ୍କାରୀ ଗାଈ ଥିଲା । ଗାଈଟି ପ୍ରତ୍ୟେକ ଦିନ ଭୋଳାର ଗାଈ ଗୋଠ ସହିତ ମିଶି ଚରୁଥିଲା ଏବଂ ଫେରିବା ସମୟ ନିଜ ଗୁମ୍ଫାକୁ ଯାଉଥିଲା । ଥରେ ଭୋଳାକୁ ସନ୍ଦେହ ହେବାରୁ ସବୁ ଗାଈକୁ ଗଣିବା ପରେ ଦେଖିଲା ଗୋଠରେ ୧୦୦ ଗାଈ ଚରୁଛନ୍ତି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗାଁ ସବୁ ଲୋକଙ୍କୁ ଏହି ବିଷୟରେ କହିଲା । ଲୋକେ ମାନିଲେ ନାହିଁ ।

ଆଗାମୀ ଦିନ ମଧ୍ୟ ଭୋଳାକୁ ୧୦୦ ଗାଈ ନଜର ଆସିଥିଲେ । ଆଗାମୀ ଦିନ ଭୋଳା ଏକ ବନ୍ଧୁକୁ ସାଥିରେ ନେଇ ଗାଈକୁ ନେଇ ଘରକୁ ପଳାଇ ଯିବାକୁ କହିଲା । ଭୋଳାର ସାଙ୍ଗ ସବୁ ଗାଈକୁ ନେଇ ଘରକୁ ଆସିଲା ମାତ୍ର ଭୋଳା ସେହି ଅନ୍ୟ ଗାଈକୁ ପିଛା କରି ଏକ ଗୁମ୍ଫାରେ ପହଞ୍ଚି ଗଲା । ସେଠାରେ ଯାଇ ଭୋଳା ଜଣେ ସାଧୁଙ୍କୁ ଦେଖିଲା ଯିଏକି ଧ୍ୟାନରୁ ଉଠି ଗାଈକୁ ମାତ୍ରେ ଗାଈକୁ ବାନ୍ଧିଦେଲେ । ସାଧୁ ଭୋଜନ ପ୍ରସ୍ତୁତିରେ ଲାଗିବା ପରେ ଗାଈ ଗୋବର କଲେ ଯାହାକି ପୁରା ସୁନାର ଥିଲା ।

ତାହାକୁ ସାଧୁ ଜଣକ ଉଠାଇ ନିଜ ଧନ ଭଣ୍ଡାରରେ ରଖିଦେଲେ । ଏସବୁକୁ ଭୋଳା ଲୁଚି ଲୁଚି ଦେଖୁଥିଲେ । ସାଧୁ ପୁଣି ଧ୍ୟାନରେ ବସିବା ପରେ ଭୋଳା ଗୋମାତାଙ୍କ ପାଖକୁ ଯାଇ ସବୁକିଛି କହିଲା । ଗୋମାତା ମଧ୍ୟ ଭୋଳାକୁ ଭଲ ମଣିଷ ଭାବିଲେ କହିଲେ ଯେ ସେ ଏକ ଚମତକାରୀ ଗାଈ ଯାହାର ଗୋବର ସାଧାରଣ ନୁହେଁ ବରଂ ସୁନାର ଅଟେ । ଏହାପରେ ଗାଈ ଗୋବରକୁ ଭୋଳା ଘରକୁ ନେଇ ଆସିଲା ।

ଏମିତି କିଛି ଦିନ ଗଲା ଏବଂ ଭୋଳା ପ୍ରତ୍ୟେକ ଥର ସେହିପରି କରୁଥିଲା । କିନ୍ତୁ ଗୋମାତାଙ୍କ କଥାକୁ ଭୋଳା ନମାନି ଏ ବିଷୟରେ ସ୍ତ୍ରୀକୁ ଜଣାଇ ଦେଲା । ଏପଟେ ଭୋଳା ଗାଈ ଚରାଇବାକୁ ମଧ୍ୟ ଯାଉ ନଥାଏ । ଆଖପାଖ ପଡ଼ୋଶୀ ଈର୍ଷା କରିବାରେ ଲାଗିଲେ । ମାତ୍ର ଗାଈ ମଧ୍ୟ ଆଉ ଭୋଳା ଘରକୁ ଆସିଲା ନାହିଁ । ଯାହାଦ୍ୱାରା ଧୀରେ ଧୀରେ ଭୋଳା ପାଖରେ ସବୁ ଧନ ଶେଷ ହୋଇଗଲା ଏବଂ ସେ ପୂର୍ବ ଠାରୁ ଆହୁରି ଗରିବ ହୋଇଗଲା । ଯାହାଦ୍ୱାରା ଭୋଳା ପୁଣିଥରେ ସେହି ଗୋମାତାଙ୍କ ପାଖକୁ ଗଲା ।

ଏହା ଶୁଣି ଗୋମାତା କହିଲେ ଯେ ଏହା ଭୋଳାର କର୍ମ ଫଳ । ଏହାବ୍ୟତୀତ ଗୋମାତା ଚାରୋଟି କଥା କହିଥିଲେ ଯାହାକୁ ଯଦି ମନୁଷ୍ୟ ନିଜ ଜୀବନରେ ପାଳନ କରେ ତେବେ ତାକୁ କୌଣସି କଥାରେ ଅବଶୋସ କରିବାକୁ ପଡ଼ିବ ନାହିଁ ।

୧ . ମନୁଷ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଏକୁଟିଆ କରିବା ଉଚିତ । ସବୁ ଲୋକଙ୍କ ସାମ୍ନାରେ କଲେ ପ୍ରାର୍ଥନାର ଫଳ ମିଳି ନଥାଏ ।

୨ . ଭୋଜନ ସବୁବେଳେ ଏକୁଟିଆ ନିସଙ୍ଗରେ କରିବା ଉଚିତ ଏବଂ କାହାରି ସହିତ କିମ୍ବା କାହାରି ସାଙ୍ଗରେ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ ।

୩ . ରାତିରେ ଏକୁଟିଆ ବିଶ୍ରାମ କରିବା ଉଚିତ । କିମ୍ବା ସ୍ୱାମୀ ସ୍ତ୍ରୀ ହିଁ କେବଳ ବିଶ୍ରାମ କରିବା ଉଚିତ । ନଚେତ ଅକାଳ ମୃତ୍ୟୁ ହୋଇଥାଏ ।

୪ .ନିଜ ରୋଜଗାରର ଜରିଆ କାହାକୁ କହିବା ଉଚିତ ନୁହେଁ । ଏହାବ୍ୟତୀତ ନିଜ ଆମଦାନୀର ସ୍ରୋତ ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଉନ୍ନତି ବନ୍ଦ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *