Excuse Me Odisha

ଯାହା କହିବୁ ସତ କହିବୁ

ହୋଲିକା ଅଗ୍ନିରେ ଏହି ଗୋଟିଏ ଜିନିଷ ନିହାତି ଫିଙ୍ଗି ଦିଅନ୍ତୁ । ପୁରା ବର୍ଷ ଆସିବ ଧନ ଏବଂ ହୋଲି ହେବ ଶୁଭ ।

ସେୟାର୍ କରନ୍ତୁ

ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଏ । ତାହାର ଆଗାମୀ ଦିନ ରଙ୍ଗର ଉତ୍ସବ ହୋଲି ପାଳିତ ହୋଇଥାଏ । ହୋଲିର ପର୍ବ ସମାନତାର ଭାବ ଏବଂ ପ୍ରେମ ନେଇ ଆସିଥାଏ । ଶାସ୍ତ୍ର ଅନୁଯାୟୀ ହୋଲି ଦିନ ରାତିକୁ ସିଦ୍ଧିର ରାତି କୁହାଯାଏ । କାରଣ ଏହାକୁ ମହରାତ୍ରୀ ମାନା ଯାଇଥାଏ । ଏପରି କୁହାଯାଏ ଯେ ଏହି ରାତିରେ ଯୋଗୀ ଏବଂ ଯୋଗିନୀ ଜାଗ୍ରତ ରହିଥାନ୍ତି ।

ଯାହାଦ୍ୱାରା ସାଧନାର ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ହୋଲିକା ଦହନ ପରେ ସେହି ଭସ୍ମରୁ ଯଦି କିଛି ବିଶେଷ ଉପାୟ କରାଯାଏ ତେବେ ଜୀବନରେ ସୁଖ ସମୃଦ୍ଧି ବଢ଼ିଯାଏ । ହୋଲିକା ଦହନର ପାଉଁଶ ନିହାତି ଆଣିବା ଉଚିତ । ତାହାକୁ ଘରକୁ ଆଣି ସେଥିରେ ରାଇ ଏବଂ ଲୁଣ ଏକ ପରିଷ୍କାର କାଚ ଡବାରୀ ରଖି ଦିଅନ୍ତୁ ।

ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଯିବ । କୌଣସି ପ୍ରକାରର ତନ୍ତ୍ର ମନ୍ତ୍ରର ପ୍ରକୋପ ମଧ୍ୟ ନଷ୍ଟ ହୋଇଯିବ । ଅନେକ ସମୟରେ ଜାତକର ଗ୍ରହ ସମସ୍ୟା ଦେଖା ଦେଇଥାଏ । ଏଭଳି ପରିସ୍ଥିତିରେ ହୋଲିକା ଦହନ ସମୟରେ ଘିଅରେ ଦୁଇଟି ଲବଙ୍ଗ ପକାଇ ଏକ ପାନ ପତ୍ର ଉପରେ ରଖନ୍ତୁ । ଏହାପରେ ହୋଲିକା ଦହନ ଚାରିପଟେ ସାତ ଥର ପରିକ୍ରମା କରି ତାହାକୁ ଫିଙ୍ଗି ଦିଅନ୍ତୁ ।

ଆଗାମୀ ଦିନ ସେହି ପାଉଁଶକୁ ନେଇ କୌଣସି ପ୍ରବହିତ ଜଳରେ ଭସାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଜନ୍ମ କୁଣ୍ଡଳୀର କୌଣସି ବି ସମସ୍ୟା ଦୂରେଇ ଯିବ । ଆପଣଙ୍କର ସବୁ ପ୍ରକାରର ଦୁଃଖ କଷ୍ଟ ଦୂରେଇ ଯିବ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଏକ ଉପାୟ କରି ପାରିବେ ।

ଅଳ୍ପ ସୋରିଷ ଦାନା ନେଇ ସେଥିରେ ଏକ ଚିମୁଟା ହଳଦୀ , ଦହି ଏବଂ ଅଳ୍ପ ମହୁ ମିଶାଇ ଦିଅନ୍ତୁ ଏବଂ ତାହାକୁ ପୁରା ଶରୀରରେ ଲଗାଇ ଦିଅନ୍ତୁ । ଏହାପରେ ତାହାକୁ ଶରୀରରେ ଘଷି ମଳି ବାହାର କରି ସେହି ମଳିକୁ ହୋଲିକା ଦହନରେ ଫିଙ୍ଗି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ ।

ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ହୋଲିକା ଦହନ ଆଗାମୀ ଦିନ ପାଉଁଶ ଆଣି ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ । ତାହାକୁ ପୁରା ଘରେ ସିଞ୍ଚି ଦିଅନ୍ତୁ ।ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଯିବ । ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯିବ । ଏହାଦ୍ବାରା ଘରର କଳହ କ୍ଳେଶ ଜନିତ ସମସ୍ୟା ମଧ୍ୟ ଠିକ ହୋଇଯିବ ।

ଯଦି ଆପଣଙ୍କର ଅନେକ ପରିଶ୍ରମ ପରେ ବି ଫସି ରହିଥିବା ଟଙ୍କା ଫେରି ପାରୁନାହିଁ ତେବେ ହୋଲିକା ଦହନ ପୂର୍ବରୁ ସେହି ସ୍ଥାନକୁ ଯାଇ ଡାଳିମ୍ବ ଡାଳରେ ସେହି ବ୍ୟକ୍ତିଙ୍କ ନାମ ଲେଖି ଦିଅନ୍ତୁ ଏବଂ ହୋଲିକା ମାତାଙ୍କୁ ନିଜ ସମସ୍ୟା ବିଷୟରେ କୁହନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ଫସି ରହିଥିବା ଧନ ମିଳିବାର ସମ୍ଭାବନା ବଢ଼ିଯିବ ।

ହୋଲିକା ଦହନ ପରେ ସେହି ପାଉଁଶକୁ ଆଣି ଯଦି ଆପଣ ମୁଣ୍ଡରେ ତିନି ଆଙ୍ଗୁଠିରେ ବାମରୁ ଡାହାଣକୁ ଚିତା କାଟନ୍ତି ତେବେ ଦେବାଦେବୀ ପ୍ରସନ୍ନ ହୁଅନ୍ତି । କାରଣ ହୋଲିକା ପାଉଁଶ ଅତ୍ୟନ୍ତ ପବିତ୍ର ହୋଇଥାଏ । ଆପଣ ତାହାକୁ ଘରର ସବୁ ସଦସ୍ୟଙ୍କ ମଥାରେ ଲଗାଇ ପାରିବେ । ଏହାଦ୍ବାରା ସବୁ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *