Excuse Me Odisha

ଯାହା କହିବୁ ସତ କହିବୁ

ହୋଲିକା ଦହନ : ଜଳୁଥିବା ହୋଲିରେ ପକାଇ ଦିଅନ୍ତୁ ଏହି ଗୋଟେ ଜିନିଷ, ଜନ୍ମ ଜନ୍ମର ଦାରିଦ୍ର୍ୟତା ଦୂର ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଫାଲଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଦିନ ହୋଲିକା ଦହନ ପାଳିତ ହୋଇଥାଏ। ତାପରଦିନ ପ୍ରତିପଦ ରଙ୍ଗର ହୋଲି ପର୍ବ ପାଳିତ ହୋଇଥାଏ। ହିନ୍ଦୁ ଧର୍ମରେ ହୋଲିକା ଦହନକୁ ନେଇ ଅନେକ ମାନ୍ୟତା ଓ ପୌରାଣିକ କଥା ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି କି, ହୋଲିକା ଦହନ ସମୟରେ କିଛି ଏପରି ଜିନିଷ ଅଗ୍ନିରେ ପକାଇବା ଦ୍ଵାରା ଅନେକ ଦୁଃଖକଷ୍ଟ ଦୂର ହୋଇଥାଏ।

ଜୀବନରେ ଚାଲିଥିବା ସମସ୍ତ ଦୁଃଖକଷ୍ଟ ଦୂର କରିବା ପାଇଁ ହୋଲିକା ଦହନ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ଜିନିଷ ଆପଣ ହୋଲିକା ଅଗ୍ନିରେ ପକାଇବା ଉଚିତ, ଯାହାଦ୍ଵାରା ଆପଣଙ୍କ ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ମାନ୍ୟତା ରହିଛି କି, ଅଗ୍ନି ସମସ୍ତ ବସ୍ତୁକୁ ନିଜ ମଧ୍ୟରେ ସମାହିତ କରି ଦେଇଥାଏ। ସେହିପରି ହୋଲିକା ଅଗ୍ନି ଆପଣଙ୍କ ଜୀବନକୁ ନୂଆ ରୂପରେ ଗଢିବାରେ ସହାୟକ ହୋଇପାରେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶିର ଲୋକେ ଗୋଟେ ନଡ଼ିଆ ନିଅନ୍ତୁ ଏବଂ ତା ଉପରେ ରକ୍ଷା ସୂତ୍ର ବାନ୍ଧି ଦିଅନ୍ତୁ। ତାପରେ କୁଙ୍କୁମ ନେଇ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ। ତାପରେ ଏହାକୁ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ ଏବଂ ନିଜ ସମସ୍ୟା ବ୍ୟକ୍ତ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ବୃଷ ରାଶିର ଲୋକେ ଗୋଟେ ଗୋଲାପି ରଙ୍ଗର କପଡ଼ାରେ ୧୧ ଗୋଟି ସୁପାରି ଏବଂ ୧୦ ଗୋଟି କଉଡ଼ି ନେଇ ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ନିଜ ମୁଣ୍ଡ ଚାରି ପଟରେ ବୁଲାଇ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ।

ମିଥୁନ ରାଶିର ଲୋକେ ୨୭ ଗୋଟି ମଖାନା ଭଗବାନ ଶ୍ରୀଗଣେଶଙ୍କ ପାଖରେ ଅର୍ପଣ କରନ୍ତୁ ଏବଂ ହୋଲିକା ଅଗ୍ନିରେ ମଧ୍ୟ ପକାନ୍ତୁ। ଦେଖିବେ ଆପଣଙ୍କ ବ୍ୟବସାୟରେ ଅଗ୍ରଗତି ହେବ। କର୍କଟ ରାଶିର ଲୋକେ ହୋଲିକା ଅଗ୍ନିରେ ଅଟା କିମ୍ବା କଳା ତିଳ ପକାଇ ଦିଅନ୍ତୁ। ସିଂହ ରାଶିର ଲୋକେ ଗୋଟେ ପାନ ନିଅନ୍ତୁ , ସେଥିରେ ଗୋଟେ ସୁପାରୀ ଏବଂ ଲବଙ୍ଗ ରଖି ଠାକୁର ପାଖରେ ରଖନ୍ତୁ। ତାପରେ ଏହାକୁ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। କନ୍ୟା ରାଶିର ଲୋକେ ଆପଣ ହୋଲିକା ଅଗ୍ନିରେ ଲବଙ୍ଗ ଓ ସବୁଜ ଦୁବ ଘାସ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ୟା ଦୁଃଖକଷ୍ଟ ଦୂର ହୋଇଯିବ।

ତୁଳା ରାଶିର ଲୋକେ ଗୋଟେ ଅଶ୍ୱତ୍ଥ ଗଛର ପତ୍ର ନେଇ ସେଥିରେ ଗୋଟେ ଜାଇ ଫଳ ଓ ଅଳ୍ପ ଚାଉଳ ନିଅନ୍ତୁ। ଏହାକୁ ଘର ଚାରି ପଟରେ ବୁଲାଇ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଏହାସହିତ ଘରେ କଳି ଝଗଡା ବନ୍ଦ ହୋଇଯିବ। ବିଚାର ରାଶିର ଲୋକେ ପାଞ୍ଚଟି ପାନପତ୍ର, ପାଞ୍ଚଟି ସୁପାରୀ, ପାଞ୍ଚଟି ପଦ୍ମ ଫୁଲର ମଞ୍ଜି ନିଅନ୍ତୁ। ଏହାକୁ ଓଁ ହନୁମନ୍ତେ ନମଃ ମନ୍ତ୍ର ଜପ କରି ହୋଲିକା ଅଗ୍ନି ମଧ୍ୟରେ ପକାଇ ଦିଅନ୍ତୁ।

ଧନୁ ରାଶିର ଲୋକେ ଗୋଟେ ନଡ଼ିଆ ନେଇ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ମକର ରାଶିର ଲୋକେ ଅଶ୍ୱତ୍ଥ ଗଛର ପତ୍ରରେ ଅଳ୍ପ କଳା ତିଳ ମିଶାଇ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ଧନୁ ରାଶିରୁ ଲୋକେ ଶନିଙ୍କ ସାଢେ଼ ସାତୀରୁ ମୁକ୍ତି ପାଇବା ପାଇଁ ହୋଲିକା ଦହନରେ ପାନପତ୍ର ମଧ୍ୟରେ ସୂପାରି ରଖି ଅଗ୍ନିରେ ପକାଇ ଦିଅନ୍ତୁ। ମୀନ ରାଶିର ଲୋକେ ହୋଲିକା ଅଗ୍ନିକୁ ପରିକ୍ରମା କରନ୍ତୁ, ଦେଖିବେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *