Excuse Me Odisha

ଯାହା କହିବୁ ସତ କହିବୁ

ଚୁପଚାପ ଏହି ସାତୋଟି କଉଡ଼ି ଦବାଇ ଦିଅନ୍ତୁ,ଦେଖିବେ ଏତେ ଟଙ୍କା ଆସିବା ଯେ,ଗଣି ଗଣି ଥକି ଯିବେ !

ସେୟାର୍ କରନ୍ତୁ

ମାତା ଲକ୍ଷ୍ମୀଙ୍କ ପ୍ରିୟ ବସ୍ତୁ ହେଉଛି କଉଡ଼ି । ଏହି କଉଡ଼ିର ମହା ପ୍ରୟୋଗ ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଏହାସହିତ ଆକସ୍ମିକ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ପରିବାରରେ କଳହ ହୁଏନାହିଁ । ଖୁସି ବଜାୟ ରହେ ଏବଂ ପରସ୍ପର ମଧ୍ୟରେ ସ୍ନେହ ଏବଂ ପ୍ରେମରେ ବୃଦ୍ଧି ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ମନାଇବାର ଏହା ବିଶେଷ ଦିନ ଅଟେ । କିନ୍ତୁ ଏହିଦିନ ଯଦି ଆପଣ କିଛି ଖାସ ପ୍ରୟୋଗ କରନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପା ବଜାୟ ରଖିବେ ।

ଆଜିକାର ଲେଖାରେ ଆମେ କଉଡ଼ିର କିଛି ପ୍ରୟୋଗ ବିଷୟରେ କହିବୁ । ଯାହାକି ମାତା ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ଜିନିଷ ହୋଇଥାଏ ଏବଂ ଏହାର ପ୍ରୟୋଗ ଦ୍ୱାରା ଆପଣ କୋଟିପତି ହୋଇ ପାରିବେ । ତେବେ ଚାଲନ୍ତୁ ସେହି ଉପାୟ ବିଷୟରେ ଜାଣିନେବା । ସାଧରଣତଃ କଉଡ଼ି ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ହୋଇଥାଏ । ମାତ୍ର ତାହା ମଧ୍ୟରୁ ହଳଦିଆ କଉଡ଼ି ମାତା ଲକ୍ଷ୍ମୀଙ୍କୁ ଅଧିକ ପସନ୍ଦ ଥାଏ ।

ଏମିତିରେ ତ କଉଡ଼ି ଧଳା , ହଳଦିଆ , ବାଦାମୀ ରଙ୍ଗର ଆସିଥାଏ । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ୧୧ କଉଡ଼ିକୁ ସାମ୍ନାରେ ରଖି ପୂଜା କରନ୍ତୁ । ଖାସକରି ଏହି କାମ ପୂର୍ଣ୍ଣିମା ତିଥିରେ କରନ୍ତୁ । ଏହି କଉଡ଼ିକୁ ହଳଦିଆ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଆପଣ କୌଣସି ଶୁକ୍ରବାର ଦିନ ଏହି ଉପାୟ କରି ପାରିବେ । ୧୧ଟି କଉଡ଼ି ନଥିଲେ ଗୋଟିଏ କଉଡ଼ି ଦ୍ୱାରା ମଧ୍ୟ କରି ପାରିବେ । ଯଦି ଆପଣ ଭାବୁଛନ୍ତି ଯେ ଅନ୍ୟ ଲୋକେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି କିମ୍ବା ଆପଣଙ୍କୁ ବିପଦରେ ପକାଇବା ପାଇଁ ଟୋଟକା କରୁଛନ୍ତି ତେବେ ଏକ ନାଲି କପଡ଼ାରେ ପାଞ୍ଚଟି କଉଡ଼ି ବାନ୍ଧି ହନୁମାନ ଚାଳିଶା ପଢ଼ି ନିଜ ଘରର ମୂଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ଯାହାଦ୍ୱାରା ଘରର ସୁଖ ସମୃଦ୍ଧି ବଢ଼ିବ । କୌଣସି ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିବ ନାହିଁ । ପରିବାର ଲୋକେ ସୁସ୍ଥ ରହିବେ ଏବଂ ରୋଗରୁ ମୁକ୍ତି ମିଳିବ ।

ଯଦି ଘରେ ଛୋଟ ପିଲାଙ୍କୁ ନଜର ଦୋଷ ଲାଗୁଛି ତେବେ ଏକ ହଳଦିଆ କଉଡ଼ି ନେଇ ସେଥିରେ ଏକ ହାଲୁଆ ଛେଦ କରି କଳା ସୂତା ସାହାଯ୍ୟରେ ଛୋଟ ପିଲାଙ୍କ ବେକରେ ବାନ୍ଧି ଦିଅନ୍ତୁ । ଆପଣ ଚାହିଁଲେ ପିଲାଙ୍କ କମରରେ ମଧ୍ୟ ବାନ୍ଧି ପାରିବେ । ଏହାଦ୍ବାରା ନଜର ଦୋଷ ଜନିତ ସମସ୍ୟାରୁ ମୁକ୍ତି ମିଳିବ । ଆଉ ଏକ ଉପାୟ ଅନୁଯାୟୀ ମାର୍କେଟରୁ ପାଞ୍ଚଟି ସାତୋଟି କିମ୍ବା ଏଗାରରି ହଳଦିଆ କଉଡ଼ି ଆଣି ହଳଦିଆ କପଡ଼ାରେ ବାନ୍ଧି ନିଜ ଘରର କୌଣସି କୋଣରେ ଲୁଚାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଲକ୍ଷ୍ମୀ ସ୍ଥିର ରହିବେ ଏବଂ ଘରୁ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂରେଇ ଯିବ ଏବଂ ଭଗବାନ କୁବେର ମଧ୍ୟ ପ୍ରସନ୍ନ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *