Excuse Me Odisha

ଯାହା କହିବୁ ସତ କହିବୁ

ତିନି ଘଣ୍ଟା ମଧ୍ୟରେ ପୂରଣ ହୋଇଯିବ ମନସ୍କାମନା, କେବଳ ବେଲଗଛ ମୂଳରେ କରିବାକୁ ପଡ଼ିବା ଏହି ଖାସ ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ଅତ୍ୟନ୍ତ ଦୟାଳୁ ଦେବତା ମାନା ଯାଇଛି। କୁହାଯାଏ କି ସଚ୍ଚୋଟ ମନରେ ଓ ଶ୍ରଦ୍ଧା ସହିତ ଭଗବାନ ଶିବଙ୍କୁ ଆରାଧନା କଲେ, କୌଣସି ସମସ୍ୟାରୁ ଭଗବାନ ଶଙ୍କର ଉଦ୍ଧାର କରିଥାନ୍ତି। ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଉତ୍ପନ୍ନ ହେଉଛି ଏବଂ ଆପଣ ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଭଗବାନ ଶିବଙ୍କ ପୂଜାରେ ଏକ ଖାସ ଉପାୟ କରିବାକୁ ପଡ଼ିବ, ସେହି ବିଷୟରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।

ବେଲପତ୍ରର ମହତ୍ତ୍ଵ :-

ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ। ଏଭଳି ମାନ୍ୟତା ରହିଛି କି, ବେଲପତ୍ରର ତିନୋଟି ପତ୍ର ତ୍ରିଦେବଙ୍କୁ ସମର୍ପିତ ଅଟେ। ତିନୋଟି ପତ୍ର ଥିବା ବେଲପତ୍ରରେ ସତ, ରଜ, ତମ ଗୁଣ ଭରି ରହିଛି। ପୌରାଣିକ ମାନ୍ୟତା ଅନୁସାରେ, ଯେଉଁ ଲୋକଙ୍କ ଘରେ ବେଲଗଛ ରହିଛି, ତାଙ୍କ ଘର ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିଥାଏ। ବେଲଗଛର ମୂଳକୁ ତୀର୍ଥ ସ୍ଥାନ ସହିତ ସମାନ ବୋଲି ମାନା ଯାଇଛି। ତେଣୁ ଏହି ଗଛକୁ ଘରର ଅଗଣାରେ ଲଗାଇବା ଉଚିତ, ଏହାଦ୍ବାରା ଦେବୀ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ବେଲପତ୍ର ସମ୍ବନ୍ଧିତ କିଛି ଖାସ ଉପାୟ ବିଷୟରେ।

୩ ଘଣ୍ଟାରେ ପୂରଣ ହେବ ଆପଣଙ୍କର ଅଭିଳାଷା :-

ଯଦି ଆପଣଙ୍କ ସାମ୍ନାରେ କୌଣସି ବିକଟ ପରିସ୍ଥିତି ଆସିଯାଇଥାଏ, ତାହେଲେ ଏହାର ନିବାରଣ କରିବା ନିହାତି ଆବଶ୍ୟକ ଅଟେ। ତେବେ ଆପଣ ନିଜର ଆଖପାଖ ଅଞ୍ଚଳରେ ଥିବା ଶିବ ମନ୍ଦିରକୁ ଯାଆନ୍ତୁ। କିନ୍ତୁ ଧ୍ୟାନ ରଖିବେ ସେହି ଶିବ ମନ୍ଦିରରେ ବେଲଗଛ ରହିଥିବ। ଆପଣ ସେହି ବେଲଗଛ ମୂଳକୁ ଯାଆନ୍ତୁ।

ତାପରେ ସେଠାରେ କୌଣସି ଗୋଟେ ପଥର ଉଠାଇ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ। ସେହି ପଥରକୁ ଠାକୁର ବନେଇ ଚାଉଳ, ମୁଗ ଆଦି ଅର୍ପଣ କରନ୍ତୁ। ଏହାସହିତ ଗୋଟେ ଲୋଟା ଜଳ ମଧ୍ୟ ଅର୍ପଣ କରନ୍ତୁ। ତାପରେ ଭଗବାନ ଶିବଙ୍କୁ ନିଜ କାମନା ଓ ଅଭିଳାଷା ବିଷୟରେ କୁହନ୍ତୁ। ଦେଖିବେ ଦୁଇ ବା ତିନି ଘଣ୍ଟା ମଧ୍ୟରେ ଆପଣଙ୍କର କୌଣସି ସମସ୍ୟା ନିଶ୍ଚିତ ଭାବରେ ସମାପ୍ତ ହୋଇଯିବ।

ବେଲପତ୍ର ଲଗାଇବାର ଫାଇଦା :-

ଧାର୍ମିକ ମାନ୍ୟତା ଅନୁସାରେ ବେଲପତ୍ରକୁ ମାଆ ଗିରିଜା, ତଳେ ମାଆ ମହେଶ୍ୱରୀ, ଶାଖା ଗୁଡିକରେ ମାଆ ଦକ୍ଷାୟନୀ, ଫୁଲ ଗୁଡିକରେ ମାଆ ଗୌରୀ ବାସ କରିଥାନ୍ତି। ଘରର ଅଗଣାରେ ବେଲଗଛ ଲଗାଇଲେ ଖରାପ ଶକ୍ତି ଦୂର ହୋଇ ଯାଇଥାଏ। ଘରର ଉତ୍ତର ପଶ୍ଚିମ ଦିଗରେ ବେଲଗଛ ଲଗାଇଲେ ପରିବାର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡିଥାଏ। ଘରର ଅଗଣାରେ ବେଲଗଛ ଲଗାଇବା ଦ୍ଵାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ।

ବେଲଗଛ ମୂଳରେ ରଖନ୍ତୁ ଶିବଲିଙ୍ଗ :-

ବେଲଗଛର ମୂଳରେ ଶିବଲିଙ୍ଗ ରଖି ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ବେଲଗଛ ମୂଳରେ ଭଗବାନ ଶିବ ରହିଥାନ୍ତି ଏବଂ ସେହି ମୂଳରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ଏହାସହିତ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଭଗବାନ ଶିବଙ୍କ କୃପା ଦୃଷ୍ଟି ସର୍ବଦା ପରିବାର ଲୋକଙ୍କ ଉପରେ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *