Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ନୂଆବର୍ଷ ଦିନ ଏହି ଗଛକୁ ଉପାଡ଼ି ଘରକୁ ଆଣିଲେ, ଦୂର ହୋଇଥାଏ ସମସ୍ତ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ନୂଆବର୍ଷ ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ହିନ୍ଦୁଧର୍ମରେ କିଛି ଏଭଳି ଗଛଲତା ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ମନୁଷ୍ୟର ଭାଗ୍ୟକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ, ତାହା ହେଉଛି ଧଳା ଅରଖ ଗଛ।ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଅରଖ ଗଛର ଚେଲ, ମୂଳ, ଫୁଲ ଆଦିକୁ ନେଇ ଅନେକ ଉପାୟ କରାଯାଇଥାଏ। ତାନ୍ତ୍ରିକ ମାନେ ତନ୍ତ୍ର ସାଧନ ନିମନ୍ତେ ଏହି ଗଛକୁ ବ୍ୟବହାର କରିଥାନ୍ତି। ଆଜି ଆମେ ଅରଖ ଗଛକୁ ନେଇ ଯେଉଁ ଖାସ ଉପାୟ କହିବୁ, ତାହାକୁ ପ୍ରୟୋଗ କରି ଆପଣ ନିଜର ଧନହାନୀ, ଆର୍ଥିକ ସଙ୍କଟ, ନଜର ଦୋଷ ଆଦି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଅରଖ ଗଛର ପତ୍ରକୁ ଘରର ମୁଖ୍ୟ ଦୁଆର ସାମ୍ନାରେ ଟାଙ୍ଗିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ। କହିବାକୁ ଗଲେ ଏହି ଗଛକୁ ବିଷ ଗଛ ବୋଲି ମଧ୍ୟ ସମ୍ବୋଧିତ କରାଯାଇଥାଏ। ଭଗବାନ ଶିବଙ୍କୁ ଅରଖ ଗଛର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଶିବଲିଙ୍ଗ ଉପରେ ଅରଖ ଫୁଲ ଅର୍ପଣ କଲେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିଥାଏ।

ବେଳେବେଳେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳି ନଥାଏ। ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଅରଖ ଗଛର ଚେରକୁ ଆଣନ୍ତୁ ଏବଂ ଗୋଟେ ହଳଦିଆ କପଡ଼ାରେ ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ଘରର ଦୁଆର ମୁହଁ ସାମ୍ନାରେ ଟାଙ୍ଗି ଦିଅନ୍ତୁ। ରବି ପୁଷ୍ୟ ନାକ୍ ନକ୍ଷତ୍ର ବା ଗୁରୁ ପୁଷ୍ୟ ନକ୍ଷତ୍ରରେ ଆପଣ ଅରଖ ଗଛର ମୂଳ ଆଣି ଏହାକୁ ଲାଲ ସୂତାରେ ବାନ୍ଧି ଶିବଲିଙ୍ଗ ଉପରେ ଅର୍ପଣ କରି ଦିଅନ୍ତୁ।

ଯଦି ଆପଣଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡୁଛି ଏବଂ ଧନହାନୀ ହେଉଛି, ତାହେଲେ ଅରଖ ଗଛର ଚେର ଆଣି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ତାପରେ ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଯଦି ଶତ୍ରୁ ଆପଣଙ୍କୁ ହଇରାଣ କରୁଛନ୍ତି, ତାହେଲେ ଅରଖ ଗଛର ପତ୍ର ନେଇ ତାର କ୍ଷୀରରେ ଶତ୍ରୁର ନାମ ଲେଖି ମାଟିରେ ପୋତି ଦିଅନ୍ତୁ। ଦେଖିବେ ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। ଭଗବାନ ଶିବଙ୍କୁ ଅରଖ ଫୁଲରେ ମାଳା କରି ଅର୍ପଣ କରନ୍ତୁ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *