Excuse Me Odisha

ଯାହା କହିବୁ ସତ କହିବୁ

୨୭ ଡିସେମ୍ବରକୁ ଆରମ୍ଭ ହେବ ଅଶୁଭ ସମୟ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ। ନଚେତ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

ଅଗ୍ନି ପଞ୍ଚକ :- ଏହି ପଞ୍ଚକରେ ଅଗ୍ନି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିବାକୁ ମନା କରାଯାଇଥାଏ। ମାନା ଯାଇଥାଏ କି ଏଭଳି କାର୍ଯ୍ୟ କରିବା ଦ୍ୱାରା ହାନୀ ହୋଇଥାଏ।

ହିନ୍ଦୁଧର୍ମରେ ପଞ୍ଚକକୁ ଅଶୁଭ ମାନା ଯାଇଛି ଏବଂ ସମସ୍ତ କାର୍ଯ୍ୟ କରିବାରୁ ମନା କରାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳେ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରର ତୃତୀୟ ଚରଣରେ ଆସିଥାଏ, ସେତେବେଳେ ପଞ୍ଚକ ଆରମ୍ଭ ହୋଇଥାଏ। ଏହି ପଞ୍ଚକ ଚନ୍ଦ୍ରର ସତଭିସା ନକ୍ଷତ୍ରରୁ ବାହାରିବା ପର୍ଯ୍ୟନ୍ତ ଜାରି ରହିଥାଏ। ଏହିସମୟରେ ଅନେକ ଗୁଡ଼ିଏ ନିୟମ ବିଷୟରେ କୁହାଯାଇଛି, ଯାହାକୁ ପାଳନ କରିବା ଆବଶ୍ୟକ ଅଟେ।

ପଞ୍ଚକ କେଉଁଦିନ ଆରମ୍ଭ ହୋଇଥାଏ, କାହାର ଆଧାରରେ ପଞ୍ଚକର ନାମ ଦିଆ ଯାଇଛି। କହିବାକୁ ଗଲେ ଉଦାହରଣ ସ୍ୱରୂପ ପଞ୍ଚକକୁ ମଙ୍ଗଳବାର ଠାରୁ ଆରମ୍ଭ ହେଲେ ଅଗ୍ନି ପଞ୍ଚକ, ଶୁକ୍ରବାର ଠାରୁ ଆରମ୍ଭ ହେଲେ ଚୋର ପଞ୍ଚକ, ଶନିବାର ଠାରୁ ଆରମ୍ଭ ହେଲେ ମୃତ୍ୟୁ ପଞ୍ଚକ କୁହାଯାଇଥାଏ। ଏହି ପଞ୍ଚକ ବୁଧବାର ବା ଗୁରୁବାର ଦିନ ଆରମ୍ଭ ହେଲେ ଦୋଷରହିତ ମାନା ଯାଇଥାଏ। ଏହିଦିନରେ ଆପଣ ସମସ୍ତ ଶୁଭ କାର୍ଯ୍ୟ କରି ପାରିବେ।

ଡିସେମ୍ବର ୨୭ ତାରିଖ ଆରମ୍ଭ ହେବ ଅଗ୍ନି ପଞ୍ଚକ, ରୁହନ୍ତୁ ସାବଧାନ :-

ଏହିବର୍ଷ ଡିସେମ୍ବର ୨୭ ତାରିଖରେ ଅଗ୍ନି ପଞ୍ଚକ ଆରମ୍ଭ ହେବ। ମଙ୍ଗଳବାର ସକାଳ ୩:୩୧ ଠାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଶନିବାର ଦିନ ସକାଳ ୧୧:୪୭ ଘଟିକାରେ ସମାପ୍ତ ହେବ। ମଙ୍ଗଳବାର ଦିନ ଆରମ୍ଭ ହେବା ଯୋଗୁଁ ଅଗ୍ନି ପଞ୍ଚକ କୁହାଯାଉଛି। ଏହି ସମୟରେ ଅଗ୍ନି ସମ୍ବନ୍ଧିତ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ନଚେତ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।

ଅଗ୍ନି ପଞ୍ଚକରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ :-

ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ରାମଦାସଙ୍କ ଅନୁସାରେ ଅଗ୍ନି ପଞ୍ଚକରେ କେବେବି ଅଗ୍ନି ସମ୍ବନ୍ଧିତ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ନଚେତ ଧନ ହାନୀ ହେବା ସହିତ ଜୀବନ ହାନୀ ମଧ୍ୟ ହୋଇପାରେ। ତେଣୁ ଏହିସମୟରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।

– ପଞ୍ଚକ ସମୟରେ ଘରର ଛାତ ପକାଇବା କାର୍ଯ୍ୟ କରନ୍ତୁ ନାହିଁ।

– ଏହିସମୟରେ ଘରେ ଗ୍ୟାସ ସିଲିଣ୍ଡର ବା କାଠ ଆଦିର ସଂରକ୍ଷଣ କରନ୍ତୁ ନାହିଁ।

– ଏହି ସମୟରେ କଦାପି ପଲଙ୍କ ବା ଖଟ ଆଦି ତିଆରି କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ।

ମୃତ୍ୟୁ ହେବାରୁ ବଞ୍ଚିତ ହେବା ପାଇଁ ରୁହନ୍ତୁ ସାବଧାନ :-

ଯଦି ପଞ୍ଚକ ସମୟରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଉଛି, ତାହେଲେ ଅଟାର ୫ ଗୋଟି ମୂର୍ତ୍ତି କରି ତାକୁ ପ୍ରଥମେ ଜଳାଇ ଶବକୁ ଦାହ କରନ୍ତୁ। ନଚେତ ଏହାର କୁପ୍ରଭାବ ପରିବାରରେ ୫ ଜଣଙ୍କ ଉପରେ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *