Excuse Me Odisha

ଯାହା କହିବୁ ସତ କହିବୁ

ପାଖରେ ଅର୍ଥ ତିଷ୍ଠି ରହୁ ନାହିଁ କି? ତାହେଲେ ହଳଦୀ ଡବାରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ। ରାତାରାତି ହୋଇଯିବ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ ଅଟେ। ଦେବଗୁରୁ ବୃହସ୍ପତି ପ୍ରସନ୍ନ ରହିଲେ ଆପଣଙ୍କୁ ମାନସମ୍ମାନ, ସନ୍ତାନ ସୁଖ, ଧନସମ୍ପତ୍ତି ପ୍ରାପ୍ତ ହେବ। ଆଜି ଆମେ ଆପଣଙ୍କୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ହଳଦୀର କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ।

ହଳଦୀ ମଧ୍ୟରେ ବିଶେଷ ଔଷଧୀୟ ଓ ଦୈବିକ ଗୁଣ ରହିଛି, ଯାହାଫଳରେ ଏହାକୁ ଅନେକ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କିପରି ଆପଣ ଅଳ୍ପ ହଳଦୀକୁ ନେଇ ଜୀବନର ଅନେକ ସମସ୍ୟାରୁ ମୁକ୍ତି ପାଇ ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃହସ୍ପତି ଗ୍ରହ ସୁଦୃଢ କରିବା ପାଇଁ ଗୁରୁବାର ଦିନ ହଳଦୀ ଦାନ କରନ୍ତୁ। ଘରର ମୁଖ୍ୟ ଫାଟକ ସାମ୍ନାରେ ଏରୁଣ୍ଡି ବନ୍ଧରେ ହଳଦୀର ରେଖା ଟାଣିଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରି ନଥାଏ। ସ୍ନାନ କରୁଥିବା ସମୟରେ ପାଣିରେ ଅଳ୍ପ ହଳଦୀ ମିଶାଇ ଗାଧୋଇଲେ ଶାରୀରିକ ଓ ମାନସିକ ଶୁଦ୍ଧତା ମିଳିଥାଏ।

ବ୍ୟବସାୟ ଓ ବାଣିଜ୍ୟରେ ଆଶାନୁରୂପ ସଫଳତା ପାଇବା ପାଇଁ ହଳଦୀର ପ୍ରୟୋଗ କଲେ, ଲାଭକାରୀ ସାବ୍ୟସ୍ତ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ବିବାହିତ ଦମ୍ପତିଙ୍କୁ ଖରାପ ନଜରରୁ ରକ୍ଷା କରିବା ପାଇଁ ବିବାହ ପୂର୍ବରୁ ହଳଦୀ ଲଗା ଯାଇଥାଏ।

ପୌରାଣିକ ଯୁଗରୁ ପ୍ରତ୍ୟେକ ପୂଜାକାର୍ଯ୍ୟ ଓ ଯଜ୍ଞରେ ହଳଦୀର ବ୍ୟବହାର ହୋଇଥାଏ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ଅଳ୍ପ ହଳଦୀ ମିଶାଇ ଅର୍ଘ୍ୟ ପ୍ରଦାନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯଦି ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି ବା ଶିକ୍ଷା କ୍ଷେତ୍ରରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି, ତାହେଲେ ଆପଣଙ୍କୁ ଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ଆବଶ୍ୟକ। ଗୁରୁ ଗ୍ରହ ପ୍ରସନ୍ନ ରହିଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ତାହେଲେ ପ୍ରତ୍ୟେକ ଦିନ ହଳଦୀର ଟିକା ଲଗାନ୍ତୁ।ଏଭଳି କରିବା ଦ୍ୱାରା ଆପଣ ଧୀରେ ଧୀରେ ବେମାରୀରୁ ମୁକ୍ତି ପାଇ ପାରିବେ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ସ୍ଥିତିରେ ରହିଛି, ତାହେଲେ ଆପଣଙ୍କ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ଅସଫଳ ହେବେ। ଏହାସହିତ ବ୍ୟାପାରରେ ପ୍ରଗତି ହୋଇ ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟେ ହଳଦୀର ଖଣ୍ଡ ନେଇ ଏହାକୁ ହଳଦିଆ ସୂତାରେ ବାନ୍ଧି ନିଜ ହାତରେ ବା ଗଳାରେ ପିନ୍ଧନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *