Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ୧୦ ଟି ଚମତ୍କାରୀ ଗଛ ! ଯାହାକୁ ଲଗାଇବା ଦ୍ୱାରା ହୋଇଯିବେ କୋଟିପତି

ସେୟାର୍ କରନ୍ତୁ

ଦୁନିଆରେ ଏପରି କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଏହାଦ୍ବାରା ବାସ୍ତୁ ଦୃଢ଼ ହେବା ସହିତ ଆର୍ଥିକ ସମୃଦ୍ଧି ମଧ୍ୟ ହୋଇଥାଏ । ଦୁନିଆରେ ସବୁ ଲୋକ ଚାହାଁନ୍ତି ଯେ ନିଜ ଜୀବନକୁ ଭଲ ଶୈଳୀରେ ବିତାଇବାକୁ । ଏକ ଭଲ ଲାଇଫ ଷ୍ଟାଇଲ ପାଇବାକୁ ଲୋକେ ଖୁବ ପରିଶ୍ରମ କରନ୍ତି । କିନ୍ତୁ ତଥାପି ଅସଫଳ ହୋଇଥାନ୍ତି । ଦୁନିଆର ଅନେକ ଧନୀ ବ୍ୟକ୍ତି ପ୍ରଭାବୀ ଗଛ ମଧ୍ୟରୁ ଦଶଟି ଲଗାଇଥାନ୍ତି ଯାହାଦ୍ୱାରା ତାଙ୍କ କାର୍ଯ୍ୟରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ସେମାନେ ଧନବାନ ହୋଇ ଯାଆନ୍ତି । ତେବେ ଚାଲନ୍ତୁ ସେହି ଦଶଟି ଗଛ ବିଷୟରେ ଜାଣିନେବା ।

୧ . ନିମ ଗଛ :-

ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି । ଏହାକୁ ଲଗାଇବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ । ଏହି ଗଛକୁ ଘରେ କିମ୍ବା ଅଗଣାରେ ଲଗାଇଲେ ସବୁ ଭୟଙ୍କର ରୋଗ ଦୂର ହୋଇଥାଏ । ଏହା ଚେରମୂଳି ଔଷଧ ଆକାରରେ କାମ କରିଥାଏ । ନିମ ଗଛରେ ଦେବଦେବୀଙ୍କ ବାସ ମଧ୍ୟ ହୋଇଥାଏ ।

୨ . ତୁଳସୀ ଗଛ :-

ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ । ଏହି ଗଛ ଅତ୍ୟନ୍ତ ପବିତ୍ର ଅଟେ । ଘର ଅଗଣାରେ ଏହି ଗଛ ଲଗାଇଲେ ଘରକୁ ସକାରାତ୍ମକ ଶକ୍ତି ଆକର୍ଷିତ ହୋଇ ଆସିଥାଏ । ଏହି ଗଛ ନକରାତ୍ମକତାକୁ ମଧ୍ୟ ଅବଶୋଷିତ କରିଥାଏ । ଏହାଦ୍ୱାରା ଘରର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ ଏବଂ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ ।

୩ . ବାଉଁଶ ଗଛ :-

ଏପରି ମାନା ଯାଏ ଯେ ଯଦି ବାଉଁଶ ଗଛ ଭରା ଭରା ଏବଂ ସବୁଜ ରହେ ତେବେ ଘରକୁ ଟଙ୍କା ଆସିଥାଏ । ଆର୍ଥିକ ସମୃଦ୍ଧି ହୋଇଥାଏ । ଏହି ଗଛ ସୁଖ ସମୃଦ୍ଧିକୁ ଦର୍ଶାଇ ଥାଏ । ଯେଉଁ ଘରେ ଏହି ଗଛ ଶୁଖି ଯାଏ । ସେହି ଘରେ ଆର୍ଥିକ ସମସ୍ୟା ଆସିଥାଏ ।

୪ . କଦଳୀ ଗଛ :-

କଦଳୀ ଗଛକୁ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି । କଦଳୀ ଗଛକୁ ଲଗାଇଲେ ଏବଂ ପୂଜା କଲେ ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ । ଏହାବ୍ୟତୀତ କଦଳୀ ଗଛରେ କିଛି ବିଶେଷ ପ୍ରୟୋଗ କଲେ ମଧ୍ୟ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଚେଷ୍ଟା କରନ୍ତୁ ଏକ ଗାଉଁଲାରେ କଦଳୀ ଗଛ ଲଗାଇବାକୁ । ଏହାଦ୍ବାରା ତାହା ଅଧିକ ବଡ଼ ହେବ ନାହିଁ ଏବଂ ଆପଣ ଘରେ ଲଗାଇ ପାରିବେ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୫ . କ୍ରାସୁଲା ଗଛ :-

ଏହି ଗଛ ମଧ୍ୟ ଘରେ ଲଗାଇଲେ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଏହା ଧନକୁ ଚୁମ୍ବକ ଭଳି ଆକର୍ଷିତ କରିଥାଏ । ଯେଉଁ ସ୍ଥାନରେ କ୍ରାସୁଲା ଶୁଖିଯାଏ ସେଠାକାର ବାତାବରଣ ଭଲ ରହି ନଥାଏ । ତେଣୁ ଏହି ଘରକୁ ଘରେ ଲଗାଇ ତାହାର ଯତ୍ନ ନିଅନ୍ତୁ । ଏହାଦ୍ବାରା ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ ।

୬ . ମନୀ ପ୍ଲାଣ୍ଟ :-

ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ମନୀ ପ୍ଲାଣ୍ଟ ଘରେ ଲଗାନ୍ତୁ ।ଏହାଦ୍ବାରା ଘରକୁ ଧନ ଆକର୍ଷିତ ହୋଇଥାଏ । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ମନୀ ପ୍ଲାଣ୍ଟ ଯେତେ ସବୁଜ ଏବଂ ଭରପୁର ହେବ ସେହି ଘରକୁ ଧନ ସେତେ ଆକର୍ଷିତ ହେବ । ମନୀ ପ୍ଲାଣ୍ଟରୀ ପାଣି ଦେବା ସମୟରେ ସେଥିରେ କିଛି ବୁନ୍ଦା କ୍ଷୀର ମଧ୍ୟ ମିଶାଇ ପାରିବେ । ଏହାଦ୍ବାରା ଧନରେ ବୃଦ୍ଧି ହୋଇଥାଏ ।

୭ . ଶମୀ ଗଛ :-

ଏହି ଗଛକୁ ସାଧରଣତଃ ଲୋକେ ବାସ୍ତୁ ଦୋଷ ଦୂର କରିବା ପାଇଁ ଲଗା ଯାଇଥାଏ । ଶନି କିମ୍ବା ରାହୁ ଦୋଷ ମଧ୍ୟ ଏହି ଗଛ ଲଗାଇବା ଦ୍ୱାରା ଦୂର ହୋଇଥାଏ । ଏହି ଗଛ ମୂଳରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘିଅ ଦୀପ ଜାଳିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ସୁଖ ସମୃଦ୍ଧି ମଧ୍ୟ ଘରକୁ ଆସିଥାଏ ।

୮ . ନଡ଼ିଆ ଗଛ :-

ନଡ଼ିଆ ଗଛ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ ନଡ଼ିଆ ଗଛ ଲାଗିଥାଏ ସେହି ଘରକୁ ଧନର ଆଗମନ ହୋଇଥାଏ । ଏହାଦ୍ବାରା ଘରେ ସକାରାତ୍ମକ ବାତାବରଣ ବଜାୟ ରହିଥାଏ ।

୯ . ଶ୍ୱେତାର୍ଥ ଗଛ :-

ଏହାକୁ ଗଣପତି ଗଛ ବୋଲି ମଧ୍ୟ କୁହାଯାଏ । ଏହାକୁ ଘରେ ଲଗାଇଲେ ଘରକୁ ଧନ ଆସିବା ସହିତ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

୧୦ . ମୟୁର ପର ଗଛ :-

ଏହି ଗଛ ସମସ୍ତେ ଘରେ ଲଗାଇବା ଉଚିତ । ଏହାକୁ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ସାଧରଣତଃ ଏହି ଗଛ ଧନୀ ଲୋକଙ୍କ ଘରେ ଦେଖା ଯାଇଥାଏ । ଏହି ଗଛ ମଧ୍ୟ ଧନକୁ ଆକର୍ଷିତ କରିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *