Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ଏହି ସଙ୍କେତ , ଜାଣି ରଖନ୍ତୁ

ସେୟାର୍ କରନ୍ତୁ

ଘରକୁ କୌଣସି ସମସ୍ୟା କିମ୍ବା ଶୁଭ ସମାଚାର ଆସିବା ପୂର୍ବରୁ ତୁଳସୀ ଗଛ ସଙ୍କେତ ଦେଇଥାଏ । ବାସ୍ତୁ ଶାସ୍ତ୍ରରେ ଜୀବନର ନକରାତ୍ମକତାକୁ ଦୂର କରିବା ପାଇଁ ତୁଳସୀ ଗଛ ଲଗାଇବାର ବିଧାନ ରହିଛି । ଏହାବ୍ୟତୀତ ତୁଳସୀ ଗଛ ଲଗାଇବାର ମଧ୍ୟ ଉପଯୁକ୍ତ ଦିଗ ରହିଛି । ତୁଳସୀ ଗଛ ଲଗାଇବାର ସର୍ବୋତ୍ତମ ଦିଗ ହେଉଛି ପୂର୍ବ ଏବଂ ଉତ୍ତର ଦିଗ । କାରଣ ଏହି ଦିଗ ହେଉଛି ସୂର୍ଯ୍ୟ ଉଦୟ ହେବାର ଦିଗ । ତୁଳସୀ ଗଛ ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି ତେବେ ଏକାଧିକ ତୁଳସୀ ଗଛ ଲଗାଇ ଦିଅନ୍ତୁ । ଦୋଷ ଦୂର ହୋଇଯିବ ।

ତୁଳସୀ ଗଛକୁ ଘର ଅଗଣାରେ କିମ୍ବା ଛାତରେ ରଖି ପାରିବେ । ମାତ୍ର ତାହାକୁ କେବେବି ଭୁଲରେ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । କାରଣ ଏହାଦ୍ବାରା ଘରକୁ ସମସ୍ୟା ଆସିଥାଏ ଏବଂ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ବଡ଼ ତୁଳସୀ ଗଛକୁ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଲଗାଇ ପାରିବେ । ମାତ୍ର ଛୋଟ ଗଛକୁ ସର୍ବଦା ପୂର୍ବ ଦିଗରେ ହିଁ ଲଗାନ୍ତୁ । ତୁଳସୀ ଗଛ ଜୀବନରେ ଅନେକ ସଙ୍କେତ ଦେଇଥାଏ । ଯାହାଦ୍ୱାରା ଜୀବନରେ ଅନେକ ଖୁସି ବିଷୟରେ ପୂର୍ବରୁ ହିଁ ଜଣା ପଡ଼ିଯାଏ । ତୁଳସୀ ଗଛକୁ ଜଳ ଅର୍ପଣ କରିବା ଉଚିତ । ମାତ୍ର ଦୀପ ଜାଳିବା ସମୟରେ ଉପଯୁକ୍ତ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।

ତୁଳସୀ ଗଛ ଘରେ ରଖିଲେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଘରେ ତୁଳସୀ ଗଛ ଲଗାଇଲେ ସର୍ବଦା ଖୁସି ଭରି ରହେ । ଘରେ ତୁଳସୀ ଗଛ ଲଗାଇବାର ଅର୍ଥ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ଅଛନ୍ତି । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରର ବାସ୍ତୁ ମଧ୍ୟ ଠିକ ରହିଥାଏ । ଯଦି ତୁଳସୀ ଗଛ ଶୁଖି ଯାଉଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ।

ତାହାକୁ ଜଳରେ ପ୍ରବାହିତ କରି ଦିଅନ୍ତୁ କିମ୍ବା ମାଟିରେ ଦବାଇ ଦିଅନ୍ତୁ । ନଚେତ ଆପଣ ତାହାକୁ ଘରେ ସାଇତି ରଖି ପାରିବେ ଏବଂ ଆଗାମୀ କୌଣସି ହୋମ ଯଜ୍ଞରେ ତାହାକୁ ବ୍ୟବହାର କରି ପାରିବେ । ନଚେତ ଶୁଖିଲା ତୁଳସୀ ବିସର୍ଜନ କରିବା ପୂର୍ବରୁ ସେଥିରୁ ଟିକିଏ ରଖି ନିଅନ୍ତୁ ଏବଂ କାର୍ତ୍ତିକ ମାସରେ ଦୀପ ଜାଳିବା ସମୟରେ ଦୀପରେ ପକାଇ ଦିଅନ୍ତୁ ।

ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ ପାଖରେ ଯଦି ଦୁବ ଘାସ ହୋଇଥାଏ ତେବେ ତାହାକୁ ଅତ୍ୟନ୍ତ ଶୁଭ ମାନାଯାଏ । ଏହା ସଫଳତା ଦିଗରେ ସଙ୍କେତ ଦେଇଥାଏ । ଏହାର ଅର୍ଥ ଘରେ କାହାରି ଚାକିରୀ ହେବାକୁ ଯାଉଛି କିମ୍ବା ବ୍ୟବସାୟରେ ସଫଳତା ମିଳିବାକୁ ଯାଉଛି । ମାତ୍ର ଦୁବ ଘାସ ଛାତରେ ହେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରେ ରାହୁ ଦୋଷ ଉତ୍ପନ୍ନ ହୋଇଥାଏ ।

ତୁଳସୀ ଗଛ ମୂଳରେ ଶାଲିଗ୍ରାମ ସ୍ଥାପନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ ତୁଳସୀ ଗଛ ରଖିଲେ ତାହାର ଯତ୍ନ ନେବା ଉଚିତ । ତୁଳସୀ ପତ୍ର ରବିବାର , ଏକାଦଶୀ , ସୂର୍ଯ୍ୟ ପରାଗ , ଚନ୍ଦ୍ର ଗ୍ରହଣରେ ଛିଡ଼ାଇବା ଉଚିତ ନୁହେଁ । ତୁଳସୀ ଗଛ ମୂଳରେ ସନ୍ଧ୍ୟା ସମୟରେ ନିଶ୍ଚିତ ଦୀପ ଜଳାନ୍ତୁ ।

ଏହିଭଳି ତୁଳସୀ ଗଛ ଘର ଉପରକୁ ଆସୁଥିବା କିଛି ଶୁଭ ଏବଂ ଅଶୁଭ ସଙ୍କେତ ବିଷୟରେ ମଧ୍ୟ ଜଣାଇ ଥାଏ । ଯେମିତିକି ଯଦି ତୁଳସୀ ଗଛ ହଠାତ ଶୁଖିଯାଏ ତେବେ ଏହାର ଅର୍ଥ ଘର ଉପରକୁ କୌଣସି ବଡ଼ ବିପଦ ଆସୁଛି । ଏମିତିରେ ସେହି ଗଛକୁ ହଟାଇ ଆଉ ଏକ ତୁଳସୀ ଗଛ ଲଗାଇ ଦିଅନ୍ତୁ । ତୁଳସୀ ଗଛର ଯତ୍ନ ଭଲ ଭାବରେ ନେଲେ ତୁଳସୀ ଗଛ ସବୁଜ ଏବଂ ଭରପୁର ରହିଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ଏବଂ ସ୍ଥାୟୀ ବାସ କରନ୍ତି । ଏହାଦ୍ବାରା ଘରକୁ ବିଭିନ୍ନ ଶୁଭ ସମାଚାର ଆସିବା ମଧ୍ୟ ଆରମ୍ଭ ହୋଇଯାଏ । ଏହାସହିତ ଘରର ନକରାତ୍ମକତା ମଧ୍ୟ ଦୂରେଇ ଯିବା ସହିତ ଘରର ସଦସ୍ୟଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *