Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ସ୍ଥାନରେ ରଖି ଦିଅନ୍ତୁ ୧୦ ଟଙ୍କା, ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଦେବ ଦୀପାବଳି ପାଳନ କରିବାର ବିଧି ରହିଛି। ମାନ୍ୟତା ରହିଛି କି ଭଗବାନ ଶିବ ତ୍ରିପୁରାସୁର ରାକ୍ଷସର ବଧ କରି ଦେବତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଏହିଦିନ ଭଗବାନ ଶିବଙ୍କୁ ଆଖୁରସରେ ଅଭିଷେକ କରାଯାଏ। ଏହିଦିନ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ବିଶେଷ ରୂପରେ ପୂଜାର୍ଚ୍ଚନା କରିବା ସହିତ ଖାସ ପ୍ରୟୋଗ ମଧ୍ୟ କରାଯାଇଥାଏ। ଯାହାଫଳରେ ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ।

ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଆଦିକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ମୁଦ୍ରାକୁ ନେଇ ଖାସ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ। ଯଦି ଆପଣଙ୍କୁ ଘୋର ଆର୍ଥିକ ଅଭାବ ଦେଇ ଗତି କରିବାକୁ ପଡୁଛି, ତାହେଲେ ଗୋଟେ ଲାଲ କପଡ଼ା ନିଅନ୍ତୁ।

ସେଥିରେ ଗୋଟେ ଏକ ଟଙ୍କା କଏନ ଏବଂ ପାଞ୍ଚଟି ଲବଙ୍ଗ ରଖି ଦେବୀ ଲକ୍ଷ୍ମୀଙ୍କ ପାଖରେ ରଖି ଦିଅନ୍ତୁ। ତାପରେ ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ସାରି ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏହି ଉପାୟ ଆପଣ କୌଣସି ଅମାବାସ୍ୟା ଦିନ କରି ପାରିବେ।ଯଦି ଆପଣ ଋଣରେ ବୁଡି ରହିଛନ୍ତି ଏବଂ ବ୍ୟବସାୟରେ ଆର୍ଥିକ କ୍ଷତି ସହୁଛନ୍ତି, ତାହେଲେ ଗୋଟେ ଧଳା କପଡ଼ା ନିଅନ୍ତୁ। ସେଥିରେ ଗୋଟେ ଏକ ଟଙ୍କା କଏନ, ଅଳ୍ପ ଚାଉଳ, ଅଳ୍ପ ମସୁର ଡାଲି ରଖି ବାନ୍ଧି ଦିଅନ୍ତୁ। ଏହାକୁ କୌଣସି ଅଶ୍ୱତ୍ଥ ଗଛ ମୂଳରେ ରଖି ଏକ ମୁହାଁ ହୋଇ ଘରକୁ ପଳାଇ ଆସନ୍ତୁ।

ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ଏବଂ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧାବିଘ୍ନ ଦୂର ହୋଇଯିବ। ଘରର ସୁଖ ସମୃଦ୍ଧି ଓ ଧନସମ୍ପତ୍ତିର ବୃଦ୍ଧି ହେବା ପାଇଁ ଭଗବାନ ଶ୍ରୀଗଣେଶଙ୍କର ବିଶେଷ ରୂପରେ ପୂଜାର୍ଚ୍ଚନା କରନ୍ତୁ ଏବଂ ଦୁବ, ଫୁଲ, ଲଡୁ ଆଦି ଅର୍ପଣ କରନ୍ତୁ। ଦେଖିବେ ଘରେ ସୁଖଶାନ୍ତି ବିଦ୍ୟମାନ ହେବ ଏବଂ କୌଣସି ସଙ୍କଟ ଆପଣଙ୍କ ପାଖ ମାଡ଼ିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *