Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଚାଉଳ ଓ ହଳଦୀକୁ ନେଇ କରନ୍ତୁ ଏହି ଖାସ ଉପାୟ,ଖୁବ୍ ଶୀଘ୍ର ବଦଳି ଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ସମ୍ବନ୍ଧିତ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବାକୁ ଯାଉଛୁ। କାର୍ତ୍ତିକ ପୂର୍ଣ୍ଣିମାର ବିଶେଷତା ବଢ଼ି ଯାଇଥାଏ କାରଣ ଏହିଦିନ ଲୋକମାନେ ମିଳିତ ହୋଇ କୌଣସି ନଦୀ ବା ପୋଖରୀରେ ଦୀପ ପ୍ରଜ୍ବଳନ କରନ୍ତି ଏବଂ ବୋଇତ ଭସାଇ ଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣିମାକୁ ବୋଇତ ବନ୍ଦାଣ ମଧ୍ୟ କୁହାଯାଏ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଅରୁଆ ଚାଉଳରେ କ୍ଷୀରି ପ୍ରସ୍ତୁତ କରି ଠାକୁରଙ୍କୁ ଏବଂ ପୂର୍ବପୁରୁଷଙ୍କୁ ଅର୍ପଣ କରନ୍ତୁ। ଏହିଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ଅଖଣ୍ଡ ଦୀପ ଦାନ କରନ୍ତୁ, ପୁଣ୍ୟ ପ୍ରାପ୍ତି ହେବ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଚାଉଳ ଏବଂ ତିଳ ଦାନ କରିବା ଅତ୍ୟନ୍ତ ପୁଣ୍ୟର କାର୍ଯ୍ୟ ବୋଲି ମାନା ଯାଇଛି। ଏହିଦିନ ଘରେ ଦୀପ ପ୍ରଜ୍ବଳନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା କାର୍ତ୍ତିକ ପୂର୍ଣ୍ଣିମା ଦିନ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ଏହିଦିନ ମନ୍ଦିରରେ ଦୀପ ପ୍ରଜ୍ବଳନ କରିବା ଉଚିତ। ଗୋଟେ ଲାଲ କପଡ଼ାରେ ଅଳ୍ପ ଅରୁଆ ଚାଉଳ ବାନ୍ଧି ଦେଇ ଘରର ମୁଖ୍ୟ ଫାଟକ ସାମ୍ନାରେ ବାନ୍ଧି ଦିଅନ୍ତୁ। ଏହାଦ୍ବାରା ଘରୁ ନକାରାତ୍ମକ ଶକ୍ତିର ନାଶ ହୋଇଯିବ।

କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହା ନଭେମ୍ବର ୮ ତାରିଖ ଦିନ ଦ୍ବିପ୍ରହର ୧: ୩୨ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୭:୨୭ ଘଟିକା ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣ ଚାଲିଥିବା ସମୟରେ କେବେବି ସ୍ନାନ, ପୂଜା କର୍ମ, ଧର୍ମ କାର୍ଯ୍ୟ ଅଥବା ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ସମୟରେ ଦାନ ଭଳି ପୁଣ୍ୟ କାର୍ଯ୍ୟ କରିବା ଆବଶ୍ୟକ। ଏହାର ଶୁଭ ପ୍ରଭାବ ଆପଣଙ୍କ ଉପରେ ସର୍ବଦା ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *