Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଗୁରୁବାର ଦିନ ଗୋଟେ ଟୋପା ହଳଦୀ ନେଇ କରନ୍ତୁ ଖାସ ଉପାୟ। ବର୍ଷା ସାରା ଘରେ ହେବ ଧନବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଗୁରୁବାର ଦିନ ଦେବଗୁରୁ ବୃହସ୍ପତି ଦିନ ଅଟେ। ଏହିଦିନ ଦେବଗୁରୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଅଳ୍ପ ହଳଦୀକୁ ନେଇ କେଉଁ ଉପାୟ କରି ଆପଣ ଶୁଭ ଫଳ ପ୍ରାପ୍ତ କରି ପାରିବେ। କହିବାକୁ ଗଲେ ହଳଦୀର ସମ୍ପର୍କ ବୃହସ୍ପତିଙ୍କ ସହିତ ଜଡିତ ଅଟେ। ଆମେ ନିଜ ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାଉ। ତେବେ ଏପରି କେଉଁ ଉପାୟ କଲେ ଶୁଭ ଫଳ ପ୍ରାପ୍ତି ହେବ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ହଳଦୀ ମଧ୍ୟରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି। ହଳଦୀ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ସ୍ନାନ କରିବା ସମୟରେ ପାଣିରେ ଅଳ୍ପ ହଳଦୀ ମିଶାଇ ସ୍ନାନ କଲେ ଶରୀର ନିରୋଗ ହୋଇଥାଏ ଏବଂ ଶାରୀରିକ ଓ ମାନସିକ ଶୁଦ୍ଧତା ପ୍ରାପ୍ତ ହୋଇଥାଏ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହା କାରିଗର ସାବ୍ୟସ୍ତ ହୋଇଥାଏ।

ଭଗବାନ ସୂର୍ଯ୍ୟଙ୍କୁ ହଳଦୀ ମିଶା ଜଳ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ହଳଦୀର ବୃହସ୍ପତି ଗ୍ରହ ସହିତ ସମ୍ବନ୍ଧ ରହିଥାଏ। କୁଣ୍ଡଳୀରେ ବୃହସ୍ପତି ଗ୍ରହ ଶୁଭ ସ୍ଥିତିରେ ରହିଥିଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ଧନ ସଂପତ୍ତି ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଅଶୁଭ ସ୍ଥିତିରେ ଅଛନ୍ତି, ତାହେଲେ ଆପଣ ହଳଦୀକୁ ନେଇ ଏହି ଉପାୟ କରନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ ଏବଂ କୌଣସି ସଙ୍କଟ ଆପଣଙ୍କ ପାଖ ମାଡିବ ନାହିଁ। ଏହାସହିତ ଧନଲାଭ ମଧ୍ୟ ହେବ।

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ହୋଇଛନ୍ତି, ତାହେଲେ ଆପଣ ପେଶା ହୋଇଥିବା ହଳଦୀ ଦାନ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ରୋଗରୁ ଧୀରେ ଧୀରେ ମୁକ୍ତି ମିଳିଯିବ। ଛୋଟ ଖଣ୍ଡ ହଳଦୀକୁ ଆପଣ ଛୋଟ ହଳଦିଆ କପଡ଼ାରେ ବାନ୍ଧି ନିଜ ଗଳାରେ ଧାରଣ କରନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ସୁଦୃଢ ରହିବେ। ଆପଣ ସ୍ନାନ କରିବା ପୂର୍ବରୁ ପାଣିରେ ଅଳ୍ପ ପେଶି ଥିବା ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ।

ଯଦି ଆପଣ କ୍ୟାରିୟରରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ପ୍ରତ୍ୟେକଦିନ ହଳଦୀର ଟିକା ନିଜ ମଥାରେ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ। ଘରର ଏରୁଣ୍ଡୀ ବନ୍ଧରେ ହଳଦୀର ରେଖା ଟାଣିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ସକାଳୁ ଉଠି ସ୍ନାନ ସାରି ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ସେହି ଜଳରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଏବଂ ଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଏହାସହିତ ଆପଣଙ୍କର ସବୁ ଇଛା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *