Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟପରାଗ ସମୟରେ ତୁଳସୀକୁ ନେଇ କରନ୍ତୁ ଏହି ଖାସ ଉପାୟ। ସମସ୍ତ ଦୁଃଖକଷ୍ଟ ହୋଇଯିବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ବର୍ଷର ଶେଷ ସୂର୍ଯ୍ୟପରାଗରେ ୬ଟି ରାଶିର ଲୋକଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ପଡୁଛି। ଦୀପାବଳି ପର୍ବ ପରଦିନ ଏହି ସୂର୍ଯ୍ୟପରାଗ ପଡୁ ଥିବାରୁ ଏହାକୁ ଦୁର୍ଲଭ ଏବଂ ଖାସ ମାନା ଯାଇଛି। ଏହି ସମୟରେ ଆପଣ ସୂର୍ଯ୍ୟଙ୍କ ମନ୍ତ୍ର – ଓଁ ଆଦିତ୍ୟାୟ ବିଦ୍ମହେ, ଦିବାକରାୟ ଧୀମହି ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ। ଏହି ମନ୍ତ୍ରକୁ ଜପ କରନ୍ତୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ରନ୍ଧନ ଏବଂ ଖାଦ୍ୟ ଖାଇବାରୁ ବଞ୍ଚିତ ହେବା ଉଚିତ। ଭୋଜନ ପ୍ରସ୍ତୁତ କରିବା ପରେ ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ, ଯାହାଫଳରେ ଖାଦ୍ୟ ଶୁଦ୍ଧ ହୋଇଯିବ। ସୂର୍ଯ୍ୟପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ସୂର୍ଯ୍ୟପରାଗ ସମାପ୍ତ ହେବା ପରେ ଶେଷ ହୋଇଥାଏ। ସୂତକ କାଳ ଚାଲିଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଛି।ସୂର୍ଯ୍ୟପରାଗ ସମାପ୍ତ ହେବା ପରେ ହିଁ ଆପଣ ସେହି କାର୍ଯ୍ୟ କରି ପାରିବେ।

ସୂର୍ଯ୍ୟପରାଗ ଚାଲିଥିବା ସମୟରେ କୌଣଷି ଠାକୁର ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ଏହିସମୟରେ ଆପଣ ଈଶ୍ବରଙ୍କ ନାମ ସ୍ମରଣ କରି ମନ୍ତ୍ର ଜପ କରନ୍ତୁ। ଦେଖିବେ ଶୁଭ ଫଳ ପ୍ରାପ୍ତି କରିବେ। ଏହି ସମୟର କୌଣସି ବିବାଦ କରନ୍ତୁ ନାହିଁ ବା ଅପଶବ୍ଦ କୁହନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କର କ୍ଷତି ହେବାର ସମ୍ଭାବନା ରହିଥାଏ।

କୌଣସି ଗର୍ଭବତୀ ମହିଳା ଏହି ସମୟରେ ଘରୁ ବାହାରିବା ଉଚିତ ନୁହେଁ। ଏହାଦ୍ବାରା ସୂର୍ଯ୍ୟପରାଗର ନକାରାତ୍ମକ ପ୍ରଭାବ ଶିଶୁ ଉପରେ ପଡିପାରେ। ସୂର୍ଯ୍ୟପରାଗ ସରିବା ପରେ ଘରେ ଗଙ୍ଗା ଜଳ ସିଞ୍ଚନ କରିବା ଉଚିତ ଏବଂ ଠାକୁରଙ୍କୁ ଗଙ୍ଗାଜଳ ସ୍ନାନ କରାଇବା ଉଚିତ। କିନ୍ତୁ ରୋଗୀ , ଛୋଟ ଶିଶୁ, ବୃଦ୍ଧ ଲୋକଙ୍କୁ ସୂର୍ଯ୍ୟପରାଗର ନିୟମ ପାଳନ କରିବାର ଆବଶ୍ୟକତା ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *