ଧନତରେସ ଦିନ ଭୁଲରେ ମଧ୍ୟ ଏହି ତିନୋଟି ଜିନିଷ ଘରକୁ ଆଣନ୍ତୁ ନାହିଁ। ଜାଣନ୍ତୁ କଣ ସେହି ଜିନିଷ!
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଧନତରେସ ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ କେଉଁସବୁ ଜିନିଷ କିଣାକିଣି କରିବା ଉଚିତ ନୁହେଁ।ଧନତରେସ ଦିନଟି ହେଉଛି ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏହିଦିନ ଲୋକେ ଅନେକ ଜିନିଷପତ୍ର କ୍ରୟ କରିଥାନ୍ତି। ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।
ପୌରାଣିକ କଥା ଅନୁସାରେ, ଧନତରେସ ଦିନ ଦେବତା ମାନେ ବଳି ରାଜାଙ୍କ କବଳରୁ ମୁକ୍ତି ପାଇଥିଲେ। ଧନତରେସ ଓ ଦୀପାବଳି ଦିନ ଧନର ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ହେବାର ବିଶେଷ ମାନ୍ୟତା ରହିଛି। ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନରେ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜାଙ୍କ ସୃଷ୍ଟି ହୋଇଥିଲା। ଯଦି ଧନତରେସ ଦିନ ଆପଣ ଏହି ବସ୍ତୁ ଗୁଡ଼ିକର କିଣାକିଣି କରନ୍ତି, ତାହେଲେ ଆପଣଙ୍କୁ ଅନେକ କଠିନ ସମସ୍ୟାର ମୁକାବିଲା କରିବାକୁ ପଡିପାରେ। ଏହାସହିତ ଆପଣ କିଛି ଖାସ ବସ୍ତୁ କିଣାକିଣି କରିବା ସମୟରେ ଧ୍ୟାନ ରଖନ୍ତୁ।
ଧନତରେସ ଦିନ ଲୋକମାନେ ଅନେକ କିଛି କ୍ରୟ କରିଥାନ୍ତି। କିନ୍ତୁ ଅଧିକାଂଶ ଲୋକେ ଏହିଦିନ ଷ୍ଟିଲ ବାସନ କିଣି ଥାଆନ୍ତି। କହିବାକୁ ଗଲେ ଏହି ଦିନ ଷ୍ଟିଲ ବାସନ କିଣିବା ଅଶୁଭ ମାନା ଯାଇଥାଏ। ଲୁହାକୁ ଶନିଙ୍କ କାରକ ମାନା ଯାଇଥାଏ। ତେଣୁ ଏହିଦିନ ଲୁହାରେ ତିଆରି ଜିନିଷ ମଧ୍ୟ କିଣନ୍ତୁ ନାହିଁ। ନଚେତ ଆପଣ ଧନର ଦେବତା କୁବେର ମହାରାଜାଙ୍କ କୃପାରୁ ବଞ୍ଚିତ ହେବେ। ଏହାସହିତ ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ଧନତରେସ ଦିନ କେଉଁ ସବୁ ବସ୍ତୁ କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଧନତରେସ ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ଝାଡୁକୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ।ଏହିଦିନ ଝାଡୁ କ୍ରୟ କଲେ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ପରିବାରର ଲୋକଙ୍କର ଉନ୍ନତି ହୋଇଥାଏ। କୁହାଯାଏ କି ଝାଡୁ ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାସହିତ ଏହିଦିନ ସୁନା ଓ ରୂପା ଧାତୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଧନତରେସ ଦିନ ଅଶୁଦ୍ଧ ତେଲର ଦୀପ ଜଳାନ୍ତୁ ନାହିଁ।