Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିର ଦଶମ ଦିନରେ ସିଦ୍ଧିଦାତ୍ରୀଙ୍କୁ ଏହିସବୁ ଅର୍ପଣ କରନ୍ତୁ। ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାରଦୀୟ ଦୁର୍ଗାପୂଜାରେ ନବରାତ୍ରିର ପ୍ରତ୍ୟେକଦିନ ଦେବୀ ଦୁର୍ଗାଙ୍କର ନଅଟି ସ୍ଵରୂପକୁ ସମର୍ପିତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିର ନଅଦିନରେ ମାଆ ସିଦ୍ଧିଦାତ୍ରୀଙ୍କୁ କିପରି ଭାବରେ ପୂଜାର୍ଚ୍ଚନା କରିବେ। ତେବେ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ନବମୀ ତିଥିକୁ ରାମନବମୀ ମଧ୍ୟ କୁହାଯାଏ। ଯଦି ଆପଣ ନିଜର ମନସ୍କାମନା ପୂରଣ କରିବାକୁ ଚାହୁଁଛନ୍ତି, ତାହେଲେ ଦେବୀ ଦୁର୍ଗାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ନବମୀ ତିଥି ମାଆ ସିଦ୍ଧିଦାତ୍ରୀଙ୍କୁ ସମର୍ପିତ ଅଟେ। ଏହିଦିନ ମାଆଙ୍କ ପାଖରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏହାପରେ ମାଆଙ୍କୁ ଧୂପଦୀପ,ଫୁଲଫଳ ଆଦି ଅର୍ପଣ କରନ୍ତୁ ଏବଂ ” ଓଁ ହ୍ରିଂ ଦୂର୍ଗାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଦେବୀଙ୍କୁ ଭୋଗ ଅର୍ପଣ କରନ୍ତୁ।

ମାଆ ଦୁର୍ଗାଙ୍କର ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ ପଞ୍ଚାମୃତ ଭୋଗ କରନ୍ତୁ। ଏହାସହିତ ନବଗ୍ରହକୁ ପୂଜାର୍ଚ୍ଚନା ମଧ୍ୟ କରନ୍ତୁ।ନବରାତ୍ରି ସମୟରେ ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଉଚିତ। ଏହି ଷୋହଳ ଶୃଙ୍ଗାର ମଧ୍ୟରେ ଲାଲ ସିନ୍ଦୂର, ଚୁଡ଼ି, କାନଫୁଲ, ଉତ୍ତର, ଇତ୍ୟାଦି ରହିଛି।

ନବରାତ୍ରି ସମାପ୍ତ ହେବା ପରେ ଏହି ଷୋହଳ ଶୃଙ୍ଗାରକୁ ଆପଣ କୌଣସି ବ୍ରାହ୍ମଣ, ବିବାହିତା ନାରୀଙ୍କୁ ମଧ୍ୟ ଦାନ କରି ପାରିବେ। ନବରାତ୍ରି ସମୟରେ ସୁନା ବା ରୁପା ଧାତୁ କିଣି ଠାକୁର ଘରେ ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଏହି ରୁପା ମୁଦ୍ରାକୁ ଆପଣ ନିଜ ଧନଭଣ୍ଡାର ଘରେ ରଖି ପାରିବେ। ଯାହାଦ୍ଵାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *