Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଏହି ଗଛକୁ ସ୍ପର୍ଶ କରନ୍ତୁ, ଘରର ଦାରିଦ୍ର୍ୟତା ଦୂର ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିରେ କେଉଁ ଗଛକୁ ସ୍ପର୍ଶ କଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ଏହାସହିତ ଘରର ବାତାବରଣକୁ ସକାରାତ୍ମକ ରଖିବା ପାଇଁ ଘରର ଆଖପାଖରେ କେଉଁ ଶୁଭ ଗଛ ଲଗାଇବା ଆବଶ୍ୟକ। ଏହି ଦୁନିଆରେ ଅନେକ ଗଛଲତା ରହିଛି ଯାହାକୁ ଦିବ୍ୟ କୁହାଯାଇଛି। ତେଣୁ ଏହି ପ୍ରକାରର ଗଛକୁ ସ୍ପର୍ଶ କରିବା ଦ୍ୱାରା ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ।

ନବରାତ୍ରିରେ ମାଆ ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହି ସମୟ ସିଦ୍ଧି ଓ ସାଧନା ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ। ଏହି ସମୟ ଅତ୍ୟନ୍ତ ଶୁଭ ଯୋଗୁଁ ଜୀବଜନ୍ତୁ, ବୃକ୍ଷଲତାଙ୍କ ମଧ୍ୟରେ ପ୍ରାଣ ଆସି ଯାଇଥାଏ। ତେବେ ଯଦି ଏହି ସମୟରେ ଆପଣ ଦିବ୍ୟ ଗଛକୁ ସ୍ପର୍ଶ କରିବେ ତାହେଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ପ୍ରଥମେ ଆସନ୍ତୁ ଜାଣିବା ବେଲ ଗଛ ବିଷୟରେ। ବେଲଗଛ ହେଉଛି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। କୁହାଯାଏ କି ଦେବୀ ପାର୍ବତୀଙ୍କ ଝାଳରୁ ବେଲଗଛର ଉତ୍ପତ୍ତି ହୋଇଥିଲା। ଆହୁରି ମଧ୍ୟ କୁହାଯାଏ କି, ବେଲଗଛର ମୂଳରେ ସୃଷ୍ଟି କର୍ତ୍ତା ବ୍ରହ୍ମା ଏବଂ ମଧ୍ୟଭାଗରେ ଭଗବାନ ବିଷ୍ଣୁ ଓ ଡାଳପତ୍ର ଗୁଡିକରେ ଭଗବାନ ଶିବଙ୍କର ବାସ ହୋଇଥାଏ। ନବରାତ୍ରିରେ ଯଦି ଆପଣ ବେଲଗଛକୁ ସାତଥର ସ୍ପର୍ଶ କରି ପ୍ରଣାମ କରିବେ, ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଏହାସହିତ ଆପଣଙ୍କୁ ଦିବ୍ୟ ଶକ୍ତିର ଅନୁଭବ ହେବ।

ନବରାତ୍ରିରେ ବେଲଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା ଶୁଭ ହୋଇଥାଏ। ଧର୍ମ ଶାସ୍ତ୍ର ଅନୁସାରେ ସନ୍ଥ ଓ ଋଷି ମାନେ ବେଲପତ୍ର ଖାଇ ସାଧନ କରୁଥିଲେ। ଯଦି ଆପଣଙ୍କର କୌଣସି ଇଛା ଅନେକ ସମୟରୁ ଅପୂର୍ଣ୍ଣ ହୋଇ ରହିଛି, ତାହେଲେ ବେଲଗଛ ମୂଳରେ ଆପଣ ଗୋଟେ ତମ୍ବା ମୁଦିକୁ ପୋତି ଦିଅନ୍ତୁ ନବରାତ୍ରି ସରିବା ପରେ, ଏହି ତମ୍ବା ମୁଦିକୁ ବାହାର କରି ନିଜେ ପରିଧାନ କରନ୍ତୁ। ଏହି ମୁଦି ଶୁଦ୍ଧ ହୋଇ ଏଥିରେ ଦିବ୍ୟ ଶକ୍ତି ଆସି ଯାଇଥାଏ।

ଦ୍ଵିତୀୟ ଦିବ୍ୟ ବୃକ୍ଷ ହେଉଛି, ଲାଜକୁଳୀ ଲତା ଗଛ। ଏହି ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ଏହି ଗଛ ଭଗବାନ ଗଣେଶଙ୍କର ପ୍ରିୟ ବୃକ୍ଷ ଅଟେ। ନବରାତ୍ରି ସମୟରେ ଲାଜକୁଳୀ ଲତା ଗଛରେ ଧୂପଦୀପ ଆଦି ଜଳାଇବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *