Excuse Me Odisha

ଯାହା କହିବୁ ସତ କହିବୁ

୧ ଅକ୍ଟୋବର ରାଶିଫଳ: ମାସର ପ୍ରଥମ ଦିନ ଏହି ସାତଟି ରାଶିର ଲୋକଙ୍କ ପାଇଁ ରହିବ ଶୁଭ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆର୍ଥିକ ମାମଲାରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ପାରିବାରିକ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହୋଇଯିବ। ଆପଣ ଉଧାର ଦେଇଥିବା ଟଙ୍କା ସଠିକ ସମୟରେ ଫେରସ୍ତ ପାଇବେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ। ଯଦି ଆପଣ ଚାକିରୀରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ଏହି ସମୟ ଅନୁକୂଳ ରହିଛି। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ମଧୁର ବାଣୀ ଦ୍ଵାରା ସମସ୍ତଙ୍କ ହୃଦୟ ଜିତି ନେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ କଠିନ ପରିସ୍ଥିତିରେ ଧର୍ଯ୍ୟ ରଖିବାକୁ ପଡିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କରିଥିବା ଲୋକଙ୍କୁ।ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢିପାରେ। ଆପଣଙ୍କର ସଫଳତାକୁ ଦେଖି ଲୋକେ ଆପଣଙ୍କୁ ଈର୍ଷା କରିବେ। ପରିବାରରେ ଚାଲିଥିବା ବିବାଦର ସମାଧାନ ହୋଇଯିବ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ରୂପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ଚିନ୍ତାଧାରା ଓ ସ୍ୱଭାବରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ବ୍ୟବସାୟିକ ମମଲାରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଘରର ଖର୍ଚ୍ଚ ବଢିପାରେ। ପିତାମାତା ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବିଦେଶରେ ବ୍ୟାପାର ସମ୍ବନ୍ଧିତ କୌଣସି ଡିଲ ଫାଇନାଲ ହୋଇପାରେ। ଆପଣଙ୍କୁ କୌଣସି ଅନୁଭବୀ ଲୋକଙ୍କର ପରାମର୍ଶ ନେବା ଆବଶ୍ୟକ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିଛି।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି କଠିନ ଦାୟିତ୍ୱ ତୁଲାଇବା ଆବଶ୍ୟକ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଜୀବନସାଥୀଙ୍କ ସହିତ ଆପଣ ସୁଖପୂର୍ଣ୍ଣ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ମାନେ ସମୟର ସଦୁପଯୋଗ କରିବେ। ଶିକ୍ଷା କ୍ଷେତ୍ରରେ ସମ୍ମାନ ପ୍ରାପ୍ତ ହେବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟ କରୁଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତୁ ନାହିଁ ଏବଂ ଆତ୍ମନିର୍ଭରଶୀଳ ହୁଅନ୍ତୁ। ସନ୍ତାନଙ୍କର ଶିକ୍ଷା କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହୋଇପାରେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଜୀବନସାଥୀଙ୍କ ସହିତ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ ଯାଇ ପାରନ୍ତି। କୌଣସି ନୂଆ କାର୍ଯ୍ୟର ଆରମ୍ଭ ପାଇଁ ଏହି ସମୟ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଶୀଘ୍ରତାରେ କୌଣସି କଠିନ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯଦି ଆପଣ ଭାବୁକ ହୋଇ ଲୋକଙ୍କୁ ସାହାଯ୍ୟ କରିବେ, ତାହେଲେ ଲୋକେ ଆପଣଙ୍କର ଫାଇଦା ଉଠାଇବା ପାଇଁ ପ୍ରୟାସ କରି ପାରନ୍ତି। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଆପଣଙ୍କର ମତଭେଦ ସୃଷ୍ଟି ହୋଇପାରେ।

ମୀନ ରାଶି:-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କଠିନ ପରିସ୍ଥିତି ସମୟରେ ଆପଣ ଧର୍ଯ୍ୟ ସହକାରେ ଆଗକୁ ବଢିବେ। କୌଣସି ନକାରାତ୍ମକ ଶକ୍ତି ଆପଣଙ୍କର କିଛି ବିଗାଡି ପାରିବ ନାହିଁ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *