Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଭୁଲରେ ବ୍ରତ ଭାଙ୍ଗି ଗଲେ ଭୟ କରନ୍ତୁ ନାହିଁ। ତୁରନ୍ତ କରନ୍ତୁ ଏହି କାର୍ଯ୍ୟ, ଆପଣଙ୍କ ବ୍ରତ ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ବର୍ଷ ଶାରଦୀୟ ନବରାତ୍ରି ଧୁମଧାମରେ ପାଳିତ ହେଉଛି। ସମସ୍ତେ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲାଗି ପଡିଛନ୍ତି। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ।

ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।

ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ଜାଗରଣ କରି ମାଆଙ୍କର ଆରାଧନା କରିଥାନ୍ତି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଅଧିକାଂଶ ଲୋକେ ନବରାତ୍ରିରେ ନଅଦିନ ପର୍ଯ୍ୟନ୍ତ ବ୍ରତ ଉପବାସ କରି କେବଳ ଜଳ ଓ ଫଳ ଖାଇ ରହିଥାନ୍ତି।

ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଏହି ବ୍ରତ କରିବା ଅତ୍ୟନ୍ତ କଠିନ ହୋଇଥାଏ। ଅନେକ ସମୟରେ ଆମେ ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାଉ, ଯାହାଦ୍ଵାରା ଆମ ବ୍ରତ ଭାଙ୍ଗି ଯାଇଥାଏ। ଏବେ ନଅ ଦିନ ମଧ୍ୟରେ ଉପବାସ ଭାଙ୍ଗି ଗଲେ ଭୟ କରନ୍ତୁ ନାହିଁ। କାରଣ ଜୀବନରେ ସୁଖ ପରେ ଦୁଃଖ ଆସିଥାଏ ତ ଦୁଃଖ ପରେ ସୁଖ ଆସିଥାଏ। ବ୍ରତ ଭାଙ୍ଗି ଗଲେ କିଛି ଦୋଷ ଲାଗିଥାଏ। କିନ୍ତୁ ଯଦି ଆପଣ ଏହି ସମୟରେ କିଛି ଖାସ ଉପାୟ କରିବେ, ତାହେଲେ ଆପଣଙ୍କୁ ମାଆ ଦୁର୍ଗାଙ୍କର କୃପା ଲାଭ କରି ପାରିବେ ଏବଂ ମାଆ ଆପଣଙ୍କୁ କ୍ଷମା କରି ଦେବେ।

ନବରାତ୍ରିରେ ବ୍ରତ ଭାଙ୍ଗି ଗଲେ କରନ୍ତୁ ଏହି ଉପାୟ :-

୧/ ଯଦି ନବରାତ୍ରି ପୂର୍ବରୁ ଆପଣଙ୍କର ବ୍ରତ ଭାଙ୍ଗି ଯାଇଛି, ତାହେଲେ ଆପଣ ଭୟ କରନ୍ତୁ ନାହିଁ। ମାଆ ଦୁର୍ଗାଙ୍କୁ କ୍ଷମା ମାଗି ଘରେ ଯଜ୍ଞର ଆୟୋଜନ କରନ୍ତୁ। ଦେଖିବେ ଆପଣଙ୍କ ବ୍ରତ ପୂର୍ଣ୍ଣ ହୋଇଯିବ।

୨/ ଯଦି ନବରାତ୍ରି ସମୟରେ ଆପଣଙ୍କର ବ୍ରତ ଭାଙ୍ଗି ଯାଉଛି, ତାହେଲେ କୌଣସି ମନ୍ଦିରରେ ମାଆ ଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନା କରନ୍ତୁ। ତାପରେ ଘିଅ, ମହୁ, ଦହି, କ୍ଷୀରରେ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଭାଙ୍ଗି ଯାଇଥିବା ବ୍ରତ ପୂର୍ଣ୍ଣ ହୋଇଯିବ।

୩/ ଯଦି ଆପଣଙ୍କର ବ୍ରତ ଭାଙ୍ଗି ଯାଇଛି ତାହେଲେ ଆପଣ ମାଆ ଦୁର୍ଗାଙ୍କ ପାଖରେ ମନ୍ତ୍ରର ଜପ କରିବା ସହିତ ଆଳତି ମଧ୍ୟ କରନ୍ତୁ। ଯେଉଁ ଦିନ ବ୍ରତ ଭାଙ୍ଗି ଯାଇଛି, ତାପରଦିନ ଠାରୁ ପୁଣିଥରେ ବ୍ରତ ଆରମ୍ଭ କରନ୍ତୁ।

୪/ନବରାତ୍ରିରେ ବ୍ରତ ଭାଙ୍ଗି ଗଲେ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ବ୍ରତ ଭାଙ୍ଗିବାର ଦୋଷ ଲାଗିବ ନାହିଁ ଏବଂ ପୁଣ୍ୟ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *