Excuse Me Odisha

ଯାହା କହିବୁ ସତ କହିବୁ

୨୪ ସେପ୍ଟେମ୍ବର ରାଶିଫଳ: ତୁଳା, ବିଛା, ଧନୁ ରାଶିରୁ ଲୋକଙ୍କ ପାଇଁ ଦିନଟି ଉତ୍ତମ ରହିବ। ଜାଣନ୍ତୁ ଅନ୍ୟ ରାଶି ଗୁଡ଼ିକର ଅବସ୍ଥା।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସବୁ ପୂରଣ ହେବ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଆପଣ ଚିନ୍ତିତ ରହିବେ। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ମହିଳା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘରର ଖର୍ଚ୍ଚରେ ବୃଦ୍ଧି ହେବ। କୌଣସି ସମ୍ପର୍କୀୟଙ୍କ ସହିତ ବିବାଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟିକ ମାମଲାରେ ବିଦେଶ ଯାତ୍ରା କରି ପାରନ୍ତି।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ଅସହାୟ ଲୋକଙ୍କୁ ଭୋଜନ କରାଇବେ। ପିତାମାତାଙ୍କ ଆଶୀର୍ବାଦରେ ଆପଣ କାର୍ଯ୍ୟକ୍ଷେତ୍ରରେ ବଡ଼ ଡିଲ ଫାଇନାଲ କରି ପାରନ୍ତି। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନ ପ୍ରାପ୍ତି ହେବାର ଯୋଗ ରହିଛି।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଅଧିକ ଧନ ଉପାର୍ଜନ କରିବା ପାଇଁ ନୂତନ ପନ୍ଥା ଆପଣେଇ ପାରନ୍ତି। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ପାରିବାରିକ ବ୍ୟବସାୟରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାରରେ କୌଣସି ସଦସ୍ୟଙ୍କ ବିବାହ ହୋଇପାରେ। ପରିବାରରେ ହସଖୁସିର ମାହୋଲ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢା କ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ଶତ୍ରୁ ଆପଣଙ୍କୁ ଭୟ କରିବେ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ। ପିତାମାତାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟକ୍ଷେତ୍ରରେ ଆସିଥିବା ସମସ୍ୟାକୁ ନେଇ ଆପଣ ବରିଷ୍ଠ ଅଧିକାରୀଙ୍କ ସହିତ ପରାମର୍ଶ କରିବେ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ସାମାଜିକ ଗତିବିଧିରେ ଆପଣଙ୍କ ରୁଚି ବଢିବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ ନୂଆ ସମ୍ପତ୍ତି କ୍ରୟ କରି ପାରନ୍ତି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ଅଧିକ କ୍ରୋଧିତ ହେବାରୁ ବଞ୍ଚିତ ରହିବା ଆବଶ୍ୟକ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଶ୍ଵଶୁର ଘର ପକ୍ଷରୁ କୌଣସି ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ଅଯଥା ଚିନ୍ତା କରିବା ଉଚିତ ନୁହେଁ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ ନିଜ ପରିବାରରେ ଚାଲୁଥିବା ସମସ୍ୟାକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହୋଇପାରେ। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସନ୍ତାନ ଆପଣଙ୍କର କୌଣସି କଥାରେ କ୍ରୋଧିତ ହୋଇ ପାରନ୍ତି।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଯଦି ଆପଣ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି ତାହେଲେ ଏହି ସମୟ ଅନୁକୂଳ ରହିଛି। ବ୍ୟବସାୟରେ ଆପଣ କିଛି ଯୋଜନା ପ୍ରସ୍ତୁତ କରି ପାରନ୍ତି। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଧନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିପାରେ। ଆପଣ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ରହିବେ। ପ୍ରେମ ଜୀବନରେ ମଧୁରତା ଆସିବ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣ ଫେରସ୍ତ ପାଇବେ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *