Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୩୧ ତାରିଖ ଦିନ କରନ୍ତୁ ଏହି କାର୍ଯ୍ୟ, ବଦଳି ଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା ମାନା ଯାଇଥାଏ। ଭଗବାନ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କଲେ, ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇ ଯାଇଥାଏ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏହାଦ୍ୱାରା ଜୀବନରେ ଆସୁଥିବା ସଙ୍କଟ ଦୂର ହୋଇ ଯାଇଥାଏ। ସକାଳୁ ଉଠି ଗଣେଶଙ୍କର ବନ୍ଦନା କରିବା ଦ୍ୱାରା ଦିନଟି ଶୁଭ ସାବ୍ୟସ୍ତ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ବୁଧବାର ଦିନ ଭଗବାନ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହାସହିତ ପ୍ରଭୁ ଶ୍ରୀଗଣେଶଙ୍କର ପ୍ରିୟ ଫଳମୂଳ, ଖସା ଲଡୁ ଆଦି ଅର୍ପଣ କରିବା ଉଚିତ। ଏହାଦ୍ବାରା ପ୍ରଭୁ ଶ୍ରୀଗଣେଶଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଥାଏ।

– ବୁଧବାର ଦିନ ପ୍ରଭୁ ଶ୍ରୀ ଗଣେଶଙ୍କୁ ସିନ୍ଦୂର ଅର୍ପଣ କଲେ ଶୁଭ ହୋଇଥାଏ। ଏହାସହିତ ଖସା ଲଡୁ, ମୋଦକ ଆଦି ଅର୍ପଣ କରିବା ଆବଶ୍ୟକ। ଭଗବାନଙ୍କୁ ଅର୍ପଣ କରିଥିବା ଲଡୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରନ୍ତୁ। ଦେଖିବେ ଆପଣ ନିଶ୍ଚିତ ଭାବରେ ଶୁଭ ଫଳ ପାଇବେ।

– ପ୍ରତ୍ୟେକ ବୁଧବାର ଦିନ ଆପଣ ପ୍ରଭୁ ଗଣେଶଙ୍କୁ ଦୁବ ଘାସ ଅର୍ପଣ କରିବା ଉଚିତ। ଏହାଦ୍ୱାରା ଆର୍ଥିକ ପରିସ୍ଥିତି ସୁଦୃଢ ରହିଥାଏ। ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଶତ୍ରୁ ମାନଙ୍କ ଠାରୁ ବିଜୟ ପ୍ରାପ୍ତ କରିବା ପାଇଁ ଆପଣ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ।

– ଆପଣ ପ୍ରଭୁ ଗଣେଶଙ୍କୁ ଲାଜକୁଳୀ ପତ୍ର ଅର୍ପଣ କରି ପାରିବେ। ଲାଜକୁଳୀ ଗଛ ଭଗବାନ ଶିବଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ଭଗବାନ ଗଣେଶଙ୍କ ପାଖରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

– ଭଗବାନ ଗଣେଶଙ୍କର ପୂଜା ସମୟରେ ଖଣ୍ଡିତ ହୋଇଥିବା ଚାଉଳକୁ ଅର୍ପଣ କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାଦ୍ୱାରା ଧନହାନୀ ମଧ୍ୟ ହୋଇଥାଏ। ପାନପତ୍ରରେ ହଳଦୀ ନେଇ ସ୍ଵସ୍ତିକ ଚିହ୍ନ ଆଙ୍କି ପ୍ରଭୁ ଗଣେଶଙ୍କ ପାଖରେ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ପରିବାରରେ ମଧ୍ୟ ପ୍ରଭୁ ଗଣେଶଙ୍କର କୃପା ଦୃଷ୍ଟି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *