Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଶ୍ରାବଣ ମାସରେ ୧୦ ଟି ସଂକେତ ମିଳିଥାଏ ତେବେ ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ଶ୍ରାବଣ ମାସରେ ୧୦ ଟି ସଂକେତ ମିଳିଥାଏ ତେବେ ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ।

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବହୁତ ମହତ୍ୱ ରହିଛି କାରଣ ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। କୁହାଯାଏ ଭଗବାନ ଶିବ ଏହି ମାସରେ ପୃଥିବୀକୁ ଭ୍ରମଣ କରିବାକୁ ଆସିଥାନ୍ତି ଏବଂ ନିଜର ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି। ଏଥିପାଇଁ ଭଗବାନ ଶିବଙ୍କୁ ସବୁ ପ୍ରକାରର ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ। କୁହାଯାଏ ଯେଉଁ ବ୍ୟକ୍ତି ଏହି ମାସରେ ଭଗବାନ ଶିବ ଲିଙ୍ଗ ଉପରେ ୧ ଲକ୍ଷ ବେଲ ପତ୍ର ଅର୍ପଣ କରନ୍ତି ସେ ଭଗବାନ ଶିବଙ୍କର ବିଶେଷ କୃପାର ଅଧିକାରୀ ବନିଥାଏ।

ଏହା ସହିତ ଶିବ ଲିଙ୍ଗ ଉପରେ କ୍ଷୀରରେ ଅଭିଷେକ କରିବା ଦ୍ୱାରା ସବୁ ପାପ ନଷ୍ଟ ହୋଇଯାଏ।

ଯେଉଁ ବ୍ୟକ୍ତି ଭଗବାନ ଶିବଙ୍କୁ ଜଳାଭିଷେକ କରିଥାଏ ତାକୁ ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ କେବେବି ତୁଳସୀ ପତ୍ର ଅର୍ପଣ କରିବେ ନାହିଁ।

ଶିବ ପୁରାଣରେ ଏମିତି ୧୦ ଟି ସଂକେତ ଅଛି ଯଦି କୌଣସି ମନୁଷ୍ୟଙ୍କୁ ଏହି ୧୦ ଟି ସଂକେତରୁ କୌଣସି ଗୋଟିଏ ସଂକେତ ମିଳିଯାଏ ତେବେ ବୁଝିନିଅନ୍ତୁ ତାଙ୍କ ଉପରେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି। ତାଙ୍କର ମନସ୍କାମନା ଭଗବାନ ଶିବ ନିଶ୍ଚୟ ପୂରଣ କରିବେ।

ଥରେ ଭଗବାନ ଶିବଙ୍କୁ ମା ପାର୍ବତୀ ପିଚାରିଥିଲେ ଯେ ହେ ପ୍ରଭୁ ଆପଣଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ବିଭିନ୍ନ ପ୍ରକାରର ଚେଷ୍ଟା କରନ୍ତି କିନ୍ତୁ ତାଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ବୋଲି ଭକ୍ତଙ୍କୁ କେଉଁ ସଂକେତ ଆପଣ ଦିଅନ୍ତି ଯାହା ଦ୍ୱାରା ଆପଣଙ୍କ ଭକ୍ତ ବୁଝିଯିବେ କି ଆପଣ ତାଙ୍କ ଭକ୍ତିରେ ପ୍ରସନ୍ନ ଅଛନ୍ତି। ଭଗବାନ ଶିବ ମା ପାର୍ବତୀଙ୍କୁ ଏହି ୧୦ ଟି ସଂକେତ ବିଷୟରେ କହିଛନ୍ତି। ଆସନ୍ତୁ ଜାଣିବା।

ପ୍ରଥମ ସଂକେତ। ଯଦି କୌଣସି ଭକ୍ତଙ୍କୁ ଶ୍ରାବଣ ମାସରେ ଭଗବାନ ଶିବଲିଙ୍ଗର ଦର୍ଶନ ହେଉଛି ଅଥବା ସେ ସ୍ଵୟଂ ଭଗବାନ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବାର ଦେଖନ୍ତି ତେବେ ଭଗବାନ ଶିବ ସେହି ଭକ୍ତଙ୍କୁ ଏହି ସଂକେତ ଦେଇଥାନ୍ତି କି ସେ ତାଙ୍କର ପୂଜାରେ ବହୁତ ପ୍ରସନ୍ନ ଅଛନ୍ତି ଏବଂ ତାଙ୍କର ମନସ୍କାମନା ପୂରଣ କରିବେ।

ଧଳା ନନ୍ଦିର ଦର୍ଶନ। ଯଦି ଆପଣ ଭଗବାନ ଶିବଙ୍କର ମନ୍ଦିରକୁ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ ଧଳା ନନ୍ଦିର ଦର୍ଶନ ହୋଇଯାଏ ତେବେ ଏହାକୁ ବହୁତ ଶୁଭ ସଂକେତ ମାନାଯାଏ। ଏହା ବୁଝିନିଅନ୍ତୁ କି ଏହା ଦ୍ୱାରା ଆଗକୁ ଆସୁଥିବା ସମୟରେ ଆପଣଙ୍କ ଜୀବନରେ ବହୁତ ଭଲ ହେବାକୁ ଯାଉଛି।

ନାଗ ଦେବତାଙ୍କର ଦର୍ଶନ ହେବା। ଶ୍ରାବଣ ମାସରେ ଯଦି ଆପଣଙ୍କୁ ନାଗଦେବତାଙ୍କର ଦର୍ଶନ ହୋଇଥାଏ ତେବେ ଏହାକୁ ଭଗବାନ ଶିବଙ୍କର ସଂକେତ ହୋଇଥାଏ। ଭଗବାନ ଶିବ ଆପଣଙ୍କ ଭକ୍ତିରେ ବହୁତ ପ୍ରସନ୍ନ ଅଛନ୍ତି। ଏହି ମାସରେ ସ୍ଵପ୍ନରେ ନାଗଦେବତାଙ୍କ ଦର୍ଶନ ହେଲେ ଏହା ବହୁତ ଶୁଭ ହୋଇଥାଏ। ଆପଣଙ୍କୁ ଶୀଘ୍ର କୌଣସି ଜାଗାରୁ ଧନର ପ୍ରାପ୍ତି ହୋଇପାରେ।

ଶ୍ରାବଣ ମାସରେ ଯଦି ଆପଣ ଏମିତି ସ୍ୱପ୍ନ ଦେଖନ୍ତି ଯେଉଁଥିରେ ଆପଣ ପାହାଡ଼ ଚଢୁଥିବେ ଏହାକୁ ଶୁଭ ସଂକେତ ମାନାଯାଏ। ଏହା ଏହି କଥାର ସଂକେତ ଦେଇଥାଏ କି ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବାକୁ ଯାଉଛି।

ଶ୍ରାବଣ ମାସରେ ଯଦି ଆପଣଙ୍କୁ ଭଗବାନ ଶିବଙ୍କର ମନ୍ଦିର ସ୍ୱପ୍ନରେ ଦର୍ଶନ ହୁଏ ତେବେ ଏହାକୁ ଭଗବାନ ଶିବଙ୍କର ସଂକେତ ବୁଝିନେବା ଉଚିତ। ଭଗବାନ ଶିବ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କର କୌଣସି ମନର ଇଛା ଶୀଘ୍ର ପୂରଣ ହେବ।

ଯଦି ଏହି ମାସରେ ସ୍ୱପ୍ନରେ ତ୍ରିଶୂଳ କିମ୍ବା ଡ଼ମ୍ବରୁର ଦର୍ଶନ ହୋଇଥାଏ ତ ଆପଣଙ୍କୁ ବୁଝିନେବା ଉଚିତ କି ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ସ୍ୱପ୍ନରେ ତ୍ରିଶୂଳ ଦେଖାଯିବା ଏହା ଦୁଃଖ ନାଶର ସଂକେତ ଅଟେ ଏବଂ ଡ଼ମ୍ବରୁର ଦେଖାଯିବା ଏହା ଆପଣଙ୍କ ଜୀବନରେ ଆସିବାକୁ ଥିବା ଖୁସିର ସଂକେତ ଅଟେ।

ଏହି ମାସରେ ସ୍ୱପ୍ନରେ ଯଦି କୌଣସି ନଦୀର ଦର୍ଶନ ହୁଏ ଅଥବା ଆପଣ ନିଜକୁ କୌଣସି ନଦୀରେ ସ୍ନାନ କରୁଥିବାର ଦେଖନ୍ତି ତେବେ ଏହାକୁ ବହୁତ ଶୁଭ ସଂକେତ ବୁଝିନେବା ଉଚିତ। ଭଗବାନ ଶିବ ଏହି ସଂକେତ ଦେଇଥାନ୍ତି କି ଆପଣଙ୍କର ସମସ୍ତ ପାପର ନାଶ ହୋଇଛି ଏବଂ ଆପଣଙ୍କ ଆତ୍ମା ପବିତ୍ର ହୋଇଛି।

ଯଦି ଏହି ମାସରେ ବାହାରକୁ ଯିବା ସମୟରେ ମାଟିର ପାତ୍ରରେ କ୍ଷୀର ଭରା ହୋଇଥିବାର ଦେଖନ୍ତି ତ ଏହା ଧନ ପ୍ରାପ୍ତିର ସଂକେତ ଅଟେ। ଆପଣଙ୍କର ଦରିଦ୍ରତାର ଦୂର ହେବାର ସଂକେତ ଦେଇଥାଏ।

ଏହି ମାସରେ ଯଦି କୌଣସି ସ୍ଥାନରେ ସାଧୁ ସନ୍ଥଙ୍କର ଦର୍ଶନ ହୁଏ କିମ୍ବା ଆପଣଙ୍କ ଦ୍ଵାରକୁ ଆସିଥାନ୍ତି ତେବେ ଏହାକୁ ସାକ୍ଷତ ଭଗବାନ ଶିବଙ୍କର ସଂକେତ ବୁଝିନେବା ଉଚିତ। ଭଗବାନ ଶିବ ଏହି ସଂକେତ ଦେଇଥାନ୍ତି କି ସେ ଆପଣଙ୍କର କୌଣସି ମନସ୍କାମନା ଶୀଘ୍ର ପୂରଣ କରିବେ।

ଏହି ମାସରେ ଯଦି ଆପଣଙ୍କ ଦ୍ଵାରକୁ କୌଣସି କଳା ରଙ୍ଗର କୁକୁର ଆସିଥାଏ ତେବେ ସେହି କୁକୁରକୁ ରୋଟି ଅବଶ୍ୟ ଖାଇବାକୁ ଦିଅନ୍ତୁ। ଆପଣଙ୍କର ସମସ୍ତ ସଙ୍କଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *