Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଘରକୁ କିଣି ଆଣନ୍ତୁ ଏହି ୬ ଗୋଟି ଜିନିଷ। ଭାଗ୍ୟ ପରିବର୍ତ୍ତନ ହେବା ସହିତ କେବେବି ଅର୍ଥ ସଙ୍କଟ ଦେଖାଯିବ ନାହିଁ।

ସେୟାର୍ କରନ୍ତୁ

ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହି ମାସକୁ ଧର୍ମ ମାସ ଗୁଡ଼ିକ ମଧ୍ୟରେ ଗଣା ଯାଇଥାଏ। ଏହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କଲେ ସବୁ ପାପ କ୍ଷୟ ହେବା ସହିତ ସବୁ ମନସ୍କାମନା ପୂରଣ ହୋଇଥାଏ। ପବିତ୍ର ଶ୍ରାବଣ ମାସରେ ପ୍ରତ୍ୟେକ ଭକ୍ତ ମାନଙ୍କର ମନସ୍କାମନା ପୂରଣ ହୋଇଥାଏ। ଏହାସହିତ ଏହି ମାସରେ କିଛି ବିଶେଷ ବସ୍ତୁ କ୍ରୟ କରି ଘରକୁ ଆଣିଲେ ମଧ୍ୟ ଲାଭ ପ୍ରାପ୍ତ ହୋଇଥାଏ। ଭଗବାନ ଶିବଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଭକ୍ତ ମାନେ ଏହି ଶ୍ରାବଣ ମାସରେ ପ୍ରଭୁ ଭୋଳାନାଥଙ୍କର କୃପା ଲାଭ କରିବା ପାଇଁ ଅନେକ ପୂଜାପାଠ, ବ୍ରତ ଆଦି କରିଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତ୍ରିଶୂଳ :-

ଭଗବାନ ଶିବଙ୍କର ଅସ୍ତ୍ର ହେଉଛି ତ୍ରିଶୂଳ। ତ୍ରିଶୂଳକୁ ତିନି ଲୋକର ପ୍ରତୀକ ବୋଲି ମାନା ଯାଇଥାଏ। ଯଦି ଆପଣ ପବିତ୍ର ଶ୍ରାବଣ ମାସରେ ତ୍ରିଶୂଳ କିଣି ନିଜ ଘରକୁ ଆଣନ୍ତି, ତାହେଲେ ଶୁଭ ହୋଇଥାଏ। ପରିବାରରେ ରହିଥିବା ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ଯାଇଥାଏ।ଆପଣ ରୁପା ବା ତମ୍ବାରେ ତିଆରି ତ୍ରିଶୂଳ ଘରକୁ ଆଣି ପାରିବେ।

ରୁଦ୍ରାକ୍ଷ :-

କୁହାଯାଏ କି ରୁଦ୍ରାକ୍ଷ ଭଗବାନ ଶିବଙ୍କର ଅଂଶ ଅଟେ। ଏହି ପବିତ୍ର ଶ୍ରାବଣ ମାସରେ ଘରକୁ ରୁଦ୍ରାକ୍ଷ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ପରିବାର ଲୋକଙ୍କର ଭାଗ୍ୟ ଖୋଲି ଯାଇଥାଏ। ଯଦି ଆପଣ ଘରେ ରୁଦ୍ରାକ୍ଷ ରଖିବେ, ତାହେଲେ ଆପଣଙ୍କ ଘରୁ ସବୁ ନକାରାତ୍ମକ ଶକ୍ତିର ନାଶ ହୋଇଯିବ। ଏହାସହିତ ସକାରାତ୍ମକ ଉର୍ଜାର ସଞ୍ଚାର ହେବ।

ଡମ୍ବରୁ :-

ଭଗବାନ ଶିବ ସର୍ବଦା ଡମ୍ବରୁ ଧରିଥିବାର ଆପଣ ଦେଖିଥିବେ। ଯେଉଁ ଘରେ ଡମ୍ବରୁ ରହିଥାଏ, ସେଠାରେ କେବେବି ଅମଙ୍ଗଳ ହୋଇଥାଏ। ଡମ୍ବରୁ ଧ୍ୱନୀରେ ଏଭଳି ଶକ୍ତି ରହିଥାଏ, ଯାହାଦ୍ଵାରା ଘରର ବାତାବରଣ ସର୍ବଦା ଶାନ୍ତିପୂର୍ଣ୍ଣ ରହିଥାଏ। ଏହାସହିତ ପରିବାର ଲୋକଙ୍କ ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି।

ଗଙ୍ଗାଜଳ :-

ଗଙ୍ଗାଜଳକୁ ଅତ୍ୟନ୍ତ ପବିତ୍ର ବୋଲି ମାନା ଯାଇଥାଏ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ଅନେକ ନଦୀ ଓ ହ୍ରଦରୁ ଜଳ ନେଇ ଶିବଙ୍କୁ ଅର୍ପଣ କରିଥାନ୍ତି। ଏହାଦ୍ବାରା ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଘରେ ଗଙ୍ଗାଜଳକୁ ଠାକୁର ଘର ଛଡା ଅନ୍ୟ ସ୍ଥାନରେ ରଖନ୍ତୁ ନାହିଁ। ନଚେତ ଏହା ପରିବାର ଲୋକଙ୍କ ସମସ୍ୟାର କାରଣ ହୋଇପାରେ।

ରୂପାର ବଳା :-

ଭଗବାନ ଶିବ ନିଜ ଗୋଡ଼ରେ ରୂପାର ବଳା ଧାରଣ କରିଥାନ୍ତି।ଯଦି ଆପଣ ପବିତ୍ର ଶ୍ରାବଣ ମାସରେ ରୂପାର ବଳା ଘରକୁ ଆଣିବେ, ତାହେଲେ ଏହା ପରିବାର ପାଇଁ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। ଯଦି ଆପଣ ଏହି ବଳାକୁ ଶ୍ରାବଣ ମାସରେ ଧାରଣ କରିବେ, ତାହେଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ଭସ୍ମ :-

କୁହାଯାଏ କି ଭଗବାନ ଶିବ ନିଜ ଶରୀରରେ ଶ୍ମଶାନ ଭସ୍ମ ବୋଳି ହୋଇଥାନ୍ତି। ମାନ୍ୟତା ରହିଛି କି ଘରେ ଶ୍ମଶାନ ଭସ୍ମ ଆଣି ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି। ତେଣୁ ଶ୍ରଦ୍ଧା ପୂର୍ବକ ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *