Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ଜିନିଷ ଖାଆନ୍ତୁ ନାହିଁ। ଭଗବାନ ଶିବ ହୋଇଥାନ୍ତି କ୍ରୋଧିତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଏହି ଜିନିଷ ଖାଆନ୍ତୁ ନାହିଁ। ଭଗବାନ ଶିବ ହୋଇଥାନ୍ତି କ୍ରୋଧିତ।

ଶ୍ରାବଣ ମାସ ୨୦୨୨ ୧୪ ଜୁଲାଇ ଗୁରୁବାର ପଡିବ। ବହୁତ ଶୁଭ ସଂଯୋଗ ବନୁଅଛି। ଏହି ଦିନ ବହୁତ ମଙ୍ଗଳକାରୀ ହୋଇଥାଏ। ଏହିଦିନ ଭଗବାନ ଶିବଙ୍କର ପୂଜା କରନ୍ତୁ। ଶ୍ରାବଣ ମାସର ପ୍ରଥମ ସୋମବାର ୧୮ କୁଳାଇ ଦିନ ପଡିବ। ଏହି ଦିନ ବ୍ରତ ନିଶ୍ଚୟ ରଖନ୍ତୁ। ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ କରିବେ। ଶ୍ରାବଣ ମାସ ଶେଷ ହେବ ୧୨ ଅଗଷ୍ଟରେ। ରାଖୀ ବନ୍ଧନ ପାଳନ କରାଯିବ ୧୧ ଅଗଷ୍ଟ ଗୁରୁବାର ଦିନରେ। ଶ୍ରାବଣ ମାସରେ ୫ ଟି ଭୁଲ କରିବେ ନାହିଁ। ଭଗବାନ ଶିବଙ୍କୁ ୩ ଟି ଜିନିଷ ସୋମବାର ଦିନ ବ୍ରତରେ ଅର୍ପଣ କରିବା ଉଚିତ ନୁହେଁ। ଏହା ସହିତ ୩ ଜଣ ମହିଳାଙ୍କୁ ଶ୍ରାବଣ ମାସର ବ୍ରତ ରଖିବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ। ଘର ବର୍ବାଦ ହୋଇଯାଏ। ତେବେ ଆସନ୍ତୁ ଜାଣିବା।

ଶ୍ରାବଣ ମାସ ସୋମବାରରେ ଜଲଦି ଉଠି ସ୍ନାନ କରିବା ଉଚିତ। ଏହା ପରେ ଭଗବାନ ଶିବଙ୍କର ଜଳ ଅଭିଷେକ କରନ୍ତୁ। ଏହା ସହିତ ମା ପାର୍ବତୀ ଏବଂ ନନ୍ଦିଙ୍କୁ ବି ଗଙ୍ଗା ଜଳ କିମ୍ବା କ୍ଷୀର ଅର୍ପଣ କରନ୍ତୁ। କେବେବି ତୁଳସୀ ପତ୍ର ଶିବ ଲିଙ୍ଗରେ ଅର୍ପଣ କରିବେ ନାହିଁ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ।

ପଞ୍ଚାମୃତରେ ହିଁ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରନ୍ତୁ ଏବଂ ବେଲ ପତ୍ର ଅର୍ପଣ କରନ୍ତୁ। ପ୍ରସାଦ ଭାବରେ ଭଗବାନ ଶିବଙ୍କୁ ଘିଅ ଚିନିର ଭୋଗ ଅର୍ପଣ କରିବା ଉଚିତ।

ଧୂପ ଦୀପରେ ଭଗବାନ ଗଣେଶଙ୍କର ଆଳତୀ କରନ୍ତୁ। ଏହାପରେ ଭଗବାନ ଶିବଙ୍କର ଆଳତୀ କରନ୍ତୁ ଏବଂ ଭଗବାନ ଶିବଙ୍କୁ ଭୋଗ ଅର୍ପଣ କରନ୍ତୁ।

କେଉଁ ଭୁଲ କଲେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ଆସନ୍ତୁ ଜାଣିବା।

ଏହ ମାସରେ ଜଲଦି ଉଠିବା ଉଚିତ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯାନ୍ତି।

ଯେଉଁ ମହିଳାମାନେ ଶ୍ରାବଣ ମାସରେ ଭଗବାନ ଭୋଳାନାଥଙ୍କର ବ୍ରତ ରଖିଥାନ୍ତି ସେମାନଙ୍କୁ ପନିପରିବା ଠାରୁ ଦୂରରେ ରହିବା ଉଚିତ।

ଶ୍ରାବଣ ମାସରେ ବାଇଗଣର ବି ସେବନ କରିବା ଉଚିତ ନୁହେଁ।

ଏହି ମାସରେ ସ୍ୱାମୀ ସ୍ତ୍ରୀଙ୍କୁ ଦୂରତା ବନେଇ ରଖିବା ଉଚିତ।

ଏହି ମାସରେ ଘରେ କାନ୍ଦିବା ଉଚିତ ନୁହେଁ। ସର୍ବଦା ଖୁସି ରହିବା ଦରକାର।

ଶ୍ରାବଣ ମାସରେ ଆପଣ କୌଣସି ବି ପ୍ରକାରର ମାଂସାହାରୀ ଭୋଜନ ମାନେ ମାଛ ମାଂସ ଓ ମଦ୍ୟପାନର ସେବନ କରିବେ ନାହିଁ। ରସୁଣ ପିଆଜ ଖାଇବେ ନାହିଁ।

ଘରେ କାହାରି ବିଷୟରେ ଚୁଗଲି କରିବା ଉଚିତ ନୁହେଁ। ଝଗଡା ଲଢେଇ କରିବା ଉଚିତ ନୁହେଁ।

ଘରେ ସଫା ସୁତରା କରିବା ଉଚିତ।

ଏହି ମାସରେ କେଶ ନଖ ଶେଭିଂ ଆଦି କରିବା ଉଚିତ ନୁହେଁ।

ଏହି ମାସରେ ମଧୁର କଥା କହୁଥିବା ବ୍ୟକ୍ତି ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିନେଇଥାଏ।

ଏହି ମାସରେ ଯେତେ ସମ୍ଭବ ଗରିବଙ୍କ ସେବା କରନ୍ତୁ। ଗରିବ ମାନଙ୍କୁ କପଡା ଆଦି ଦାନ କରନ୍ତୁ।

ଭୁଲରେ ଭଗବାନ ଶିବଙ୍କ ପାଖରେ ୫ ଟି ଜିନିଷ ରଖିବେ ନାହିଁ।

ଭଗବାନ ଶିବଙ୍କ ପାଖକୁ ଜୂତା ଚପଲ ନେଇ ଯିବେ ନାହିଁ।

ମାସିକ ଧର୍ମରେ ମହିଳାମାନେ ପୂଜା ପାଠ କରନ୍ତୁ ନାହିଁ। ଏହା ବହୁତ ବଡ଼ ପାପ ହୋଇଥାଏ।

ଶିବ ଲିଙ୍ଗ ଉପରେ ସର୍ବଦା ଜଳ ଧାରା ରହିବା ଉଚିତ।

ତୁଳସୀ ଗଛ ପାଖରେ ଭଗବାନ ଶିବ ଏବଂ ଭଗବାନ ଗଣେଶଙ୍କୁ ରଖିବେ ନାହିଁ। ଶିବ ଲିଙ୍ଗରେ ତୁଳସୀ ଅର୍ପଣ କରିବେ ନାହିଁ।

ଶାରୀରିକ ସମ୍ବଦ୍ଧ ବନେଇବା ପରେ ଭଗବାନଙ୍କ ପାଖକୁ ପୂଜା କରିବାକୁ ଯାଆନ୍ତୁ ନାହିଁ।

ଶ୍ରାବଣ ମାସରେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ବାହାଘର କରିବା ଉଚିତ ନୁହେଁ।

ଆପଣ ଜାଣିଛନ୍ତି କି ଭୋଳାନାଥଙ୍କୁ କ୍ଷୀର ଦ୍ଵାରା ଅଭିଷେକ କରାଯାଏ। ଏମିତିରେ ଶ୍ରାବଣ ମାସରେ କ୍ଷୀରର ବି ସେବନ କରିବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଭୋଳାନାଥ କ୍ରୋଧିତ ହୋଇ ଯାଆନ୍ତି।

ଏହା ଛଡା ଆପଣଙ୍କୁ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ କି ସୂର୍ଯ୍ୟ ଉଦୟ ପରେ ଶୟନ କରିବା ବିଲକୁଲବି ଶୁଭ ହୋଇ ନଥାଏ।

ଯଦି ଶ୍ରାବଣ ମାସରେ ଆପଣଙ୍କ ଘରେ କୌଣସି ଷଣ୍ଢ ଆସି ଯାଉଛି ତେବେ ତାହାକୁ ନିଜ ଘରୁ ଘଉଡାଇ ଦିଅନ୍ତୁ ନାହିଁ ତାକୁ କିଛି ଭୋଜନ କରାନ୍ତୁ। ଏହାର ଶୁଭ ଫଳ ମିଳିବ।

ଯଦି ଆପଣ ନିଜ ଘରେ ଏକ ସୁଖମୟ ପରିବେଶ ଚାହୁଁଛନ୍ତି ତେବେ ସବୁଦିନ ଭଗବାନ ଶିବ ଓ ପାର୍ବତୀଙ୍କର ପୂଜା କରିବା ଉଚିତ। ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ବନିରହିଥାଏ।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ। ଯେମିତିକି ଭଗବାନ ଶିବଙ୍କର ପସନ୍ଦର ଫୁଲ ଫଳ ବସ୍ତ୍ର ଆଦି କାହାରିକୁ ଉଧାରରେ ଦିଅନ୍ତୁ ନାହିଁ।

ଏହି ମାସକୁ ଧନ ପ୍ରାପ୍ତିର ମାସ ମାନାଯାଏ। ଏହି ମାସରେ କାହାରିକୁ ଧନ ଉଧାରରେ ଦିଅନ୍ତୁ ନାହିଁ କି ଏହି ମାସରେ କାହା ଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଏହି ମାସରେ ଧନ ଉଧାରରେ ଦେଲେ କିମ୍ବା ନେଲେ ସେହି ଧନ ଫେରସ୍ତ ମିଳିନଥାଏ କି ଯେଉଁ କରଜ ନେଇ ନେଇଥିବେ ସେହି କରଜ ପରିଶୋଧ କରିହେବ ନାହିଁ। ଏଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ଏହି ମାସରେ କେବେବି କାହାରିକୁ କ୍ଷୀର ଦହି ଉଧାରରେ ଦିଅନ୍ତୁ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।

ଏହି ମାସରେ କେବେବି କାହାରିକୁ ବି ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ। ଅନ୍ୟକୁ ଘଡିକୁ ଦେବା ଦ୍ୱାରା ଆପଣଙ୍କ ପର୍ସନାଲ ଲାଇଫରେ ଆର୍ଥିକ କ୍ଷତି ହୋଇଥାଏ। ତ ଆଗକୁ ଧ୍ୟାନ ରଖନ୍ତୁ ଆପଣ ନିଜର ଘଡିକୁ କେବେବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ କି ଉପହାରରେ ନିଅନ୍ତୁ ନାହିଁ।

ଏହି ମାସରେ କେବେବି କାହାରୁକୁ ବସ୍ତ୍ର ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ରୋଷେଇ ଘରେ କୌଣସି ବି ଜିନିଷ ଉଧାରରେ କାହାରିକୁ କିଛି ବି ଦିଅନ୍ତୁ ନାହିଁ।

ଘିଅ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ପୁରୁଣା କପଡାକୁ କେବେବି ଦାନରେ କାହାରିକୁ ଦେବେ ନାହିଁ।

ଏମିତି କଲେ ଘରେ କାଙ୍ଗାଳୀ ବାସ କରିଥାଏ।

ମା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କୌଣସି ଜିନିଷର ଦାନ କରିବେ ନାହିଁ।

ସୁହାଗିନୀ ମହିଳାମାନେ ନିଜର ସୁହାଗ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଦେବେ ନାହିଁ।

ଶ୍ରାବଣ ମାସରେ କଳା ଏବଂ ଧଳା ରଙ୍ଗର ବସ୍ତ୍ର କାହାକୁ ଦାନ କରିବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ମଧ୍ୟ ଉଚିତ ନୁହେଁ। ଧ୍ୟାନ ଦିଅନ୍ତୁ ଯେ କୌଣସି ବିବାହିତ ମହିଳାଙ୍କୁ ଧଳା ବସ୍ତ୍ର ଦାନ ଆକାରରେ କିମ୍ବା ଗିଫ୍ଟ ଆକାରରେ ମଧ୍ୟ ଦିଅନ୍ତୁ ନାହିଁ। ଯଦି ଆପଣ ଏପରି କରନ୍ତି ତେବେ ଏହା ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ। ସେହିପରି କଳା ବସ୍ତ୍ର କାହାକୁ ଦାନ କଲେ କିମ୍ବା କାହାଠାରୁ ନେଲେ ଦାରିଦ୍ର୍ୟତା ଆସିଥାଏ। ଦାନ ଦେଉଥିବା ବ୍ୟକ୍ତି ଉପରେ ରାହୁ ଦୋଷ ଲାଗିଯାଏ। ଏହାଦ୍ବାରା ସାକ୍ଷାତ ମହାଦେବ ଦାନ ଦେଉଥିବା ବ୍ୟକ୍ତି ଉପରେ କ୍ରୋଧିତ ହୁଅନ୍ତି।

ବିବାହିତା ମହିଳା ମାନେ ଶ୍ରାବଣ ମାସରେ ରୋଷେଇ ଘରର କୌଣସି ଜିନିଷ ଯଦି କାହାକୁ ଦିଅନ୍ତି ତେବେ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ। ସାଧରଣତଃ ତେଲ ଘିଅ ହଳଦୀ ଏହି ତିନୋଟି ଜିନିଷ ଘରର ସମୃଦ୍ଧ କରୁଥିବା ଜିନିଷ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଘରକୁ ଦୁଃଖ ଗ୍ରାସ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *