Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଗୁରୁବାର ବନିଲା ଦୁର୍ଲଭ ମହାସଂଯୋଗ। ମହା ଗୁରୁ ପୂର୍ଣ୍ଣିମା। ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବଡ଼ ଗୁରୁବାର ବନିଲା ଦୁର୍ଲଭ ମହାସଂଯୋଗ। ମହା ଗୁରୁ ପୂର୍ଣ୍ଣିମା। ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ଗୁରୁ ପୂର୍ଣ୍ଣିମା ପ୍ରତ୍ୟକ ବର୍ଷ ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଏହି ଦିନ ଗୁରୁଙ୍କ ପୂଜା ଏବଂ ସମ୍ମାନ କରିବାର ପରମ୍ପରା ଅଛି। ଏହି ପୂର୍ଣ୍ଣିମାରେ ଶିଷ୍ୟ ଗୁରୁଙ୍କର ଆଭାର ବ୍ୟକ୍ତ କରିଥାନ୍ତି। ଭାରତୀୟ ସଂସ୍କୃତିରେ ଗୁରୁଙ୍କର ବହୁତ ମହତ୍ୱ ରହିଛି। ମା ବାପାଙ୍କ ବ୍ୟତୀତ ଗୁରୁ ହିଁ ପିଲାଙ୍କୁ ଠିକ ମାର୍ଗ ଦେଖାଇଥାନ୍ତି। ଗୁରୁ ପୂର୍ଣ୍ଣିମା ୧୩ ଜୁଲାଇ ବୁଧବାର ଦିନ ପ୍ରାତଃ ୪ ଟା ସମୟରେ ଆରମ୍ଭ ହୋଇ ୧୪ ଜୁଲାଇ ୧୨:୬ ମିନିଟରେ ଶେଷ ହେବ। ଏହି ଶୁଭ ଦିନରେ ଅନେକ ପ୍ରକାରର ଲାଭ ପ୍ରାପ୍ତ ହୋଇଥାଏ। ଜାତକଙ୍କ କୁଣ୍ଡଳୀରେ ଗୁରୁ ଖରାପ ଥିଲେ ଏହି ପୁର୍ଣିମାରେ ଗୁରୁଙ୍କ ପୂଜା କଲେ ଗୁରୁ ଠିକ ହୋଇଯାଏ। ଗୁରୁ ପୂଜା କଲେ ଏଥିରେ ଥିବା ପିତୃଦୋଷ ବି ଶେଷ ହୋଇଥାଏ। ଗୁରୁ ପୂଜା କଲେ ଭାଗ୍ୟ ଉଦୟ ହୋଇଥାଏ। ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହି ଦିନ ଗୁରୁ ପୂଜା କଲେ ଚାକିରୀ ବ୍ୟବସାୟରେ ଉନ୍ନତି ହୋଇଥାଏ।

ଏହି ଦିନ କୌଣସି ଅଭାବୀ ଲୋକଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ମିଠା ଦାନ କଲେ ବ୍ୟବସାୟରେ ଆସୁଥିବା ସମସ୍ୟା ଦୂର ହୋଇଥାଏ ଏହା ସହିତ ଧନ ପ୍ରାପ୍ତିର ନୂତନ ସ୍ରୋତ ବି ପ୍ରାପ୍ତି ହୋଇଥାଏ।

ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ। ପ୍ରସାଦ ଅର୍ପଣ କରନ୍ତୁ।

ଏହି ଦିନ କିଛି ଉପାୟ କରିଲେ ଶୁଭ ଫଳ ପ୍ରାପ୍ତି ହେବ। ଆଜି ଆମେ ଆପଣଙ୍କୁ ତୁଳସୀ ସହିତ ଜଡ଼ିତ ଏମିତି ଉପାୟ ଜଣେଇବୁ ଯାହା ଦ୍ୱାରା ଜନ୍ମ ଜନ୍ମର ଗରିବିକୁ ଦୂର କରିହେବ। ଏହି ଦିନ ଏମିତି ଏକ ଜିନିଷ ତୁଳସୀ ଗଛରେ ଅର୍ପଣ କରିଦେବେ ତ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପାରୁ ଘରେ ଧନ ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟ ଭରି ରହିଥାଏ। ଘରକୁ ଖୁସି ହିଁ ଖୁସି ଆସିବ।

ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବାର ବିଧି ଅଛି। ଯଦି ସମ୍ଭବ ନୁହେଁ ତେବେ ଘରେ ବ୍ରହ୍ମ ମୁହୂର୍ତ୍ତରେ ଉଠି ଗଙ୍ଗା ଜଳ ମିଶ୍ରିତ ଜଳରେ ସ୍ନାନ କରନ୍ତୁ।

ସ୍ୱଛ ଧଳା କିମ୍ବା ହଳଦିଆ ରଙ୍ଗର କପଡା ପରିଧାନ କରନ୍ତୁ। କଳା ରଙ୍ଗର ବସ୍ତ୍ର ପରିଧାନ କରିବେ ନାହିଁ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ। ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ଘରେ ଏକ ଚୌକି ଉପରେ ଲାଲ ବସ୍ତ୍ର ବିଛାଇ ସେଥିରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ମୂର୍ତି କିମ୍ବା ଫୋଟ ସ୍ଥାପିତ କରନ୍ତୁ। କୁମକୁମରେ ଘରର ମୁଖ୍ୟ ଦ୍ୱାରର ବାମ ଏବଂ ଡାହାଣ ସାଇଟରେ ସ୍ବାସ୍ତିକ ଚିହ୍ନ ବନାନ୍ତୁ। ଘରର ମନ୍ଦିରରେ ଦୀପ ଜଳାନ୍ତୁ। ଭଗବାନ ଗଣେଶ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ। ତାଙ୍କୁ ଚନ୍ଦନ ଅକ୍ଷତ ପଞ୍ଚାମୃତ ଫଳ ଫୁଲ କୁମ କୁମ କେଶର ନଡ଼ିଆ ଆଦି ଅର୍ପଣ କରନ୍ତୁ। ତୁଳସୀ ଜଟା ଅର୍ପଣ କରନ୍ତୁ। ଅଟାର ପଞ୍ଜରୀର ଭୋଗ ଅର୍ପଣ କରନ୍ତୁ। ଆଳତୀ କରନ୍ତୁ। ଗୋବିନ୍ଦ ଜପ ୧୦୮ ଥର ଜପ କରନ୍ତୁ।

ଉପାୟ କରିବା ପାଇଁ ଏକ ତମ୍ବା ଘଟିରେ ଶୁଦ୍ଧ ଜଳ ନିଅନ୍ତୁ। ଏହି ଜଳରେ ଅଳ୍ପ ଗଙ୍ଗା ଜଳ ମିଶାଇ ଦିଅନ୍ତୁ। ସେଥିରେ ଅଳ୍ପ କିଛି ଚିନି ମିଶାଇ ଦିଅନ୍ତୁ ଅଳ୍ପ ତିଳ ବି ପକେଇ ଦିଅନ୍ତୁ। ଏହି ଜଳକୁ ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ। ଜଳ ଅର୍ପଣ କରିବା ସମୟରେ ଭଗବାନ ବିଷ୍ଣୁଙ୍କର ଦ୍ଵାଦଶ ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ଏହାର ଜପ କରନ୍ତୁ।

ଶାସ୍ତ୍ର ଅନୁସାରେ ତୁଳସୀ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ।

ତୁଳସୀ ପୂଜା ଦ୍ୱାରା ସିଧା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିହେବ। ତୁଳସୀଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ଏମିତି ମା ତୁଳସୀଙ୍କର ପୂଜା କରିଲେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ।

ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ମା ତୁଳସୀଙ୍କ ଉପରେ କଳା ତିଳ ଅର୍ପଣ କରିଲେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ସୁଖ ସମୃଦ୍ଧି ଜୀବନ ପ୍ରାପ୍ତି ହୋଇଥାଏ। ଧଳା ତିଳ ଅର୍ପଣ କରିଲେ ମା ଲକ୍ଷ୍ମୀଙ୍କ କୃପାରୁ ଧନ ଚିନ୍ତା ଦୂର ହୋଇଥାଏ। ଦରିଦ୍ରତା ଦୂର ହୋଇଥାଏ।

ଏହି ଦିନ ତିଳ ଏବଂ ଚିନିର ଦାନ କରିଲେ ଜନ୍ମ ଜନ୍ମର ପାପରୁ ମୁକ୍ତି ମିଳିଥାଏ।

ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ତୁଳସୀ ବିନା ଅଧୁରା ମାନାଯାଏ। ହନୁମାନଙ୍କୁ ବି ତୁଳସୀ ବହୁତ ପ୍ରିୟ ଅଟେ। ଏମିତି ମାନ୍ୟତା ଅଛି ତୁଳସୀ ଗଛକୁ ଘରର ଅଗଣାରେ ଲଗାଇବା ଦ୍ୱାରା ପୂର୍ବ ଜନ୍ମର ସବୁ ପାପ ଶେଷ ହୋଇଯାଏ। ତୁଳସୀକୁ ହରିପ୍ରିୟ କୁହାଯାଏ। ପଦ୍ମ ପୁରାଣରେ ଉଲ୍ଲେଖ ଅଛି ଯେଉଁଠି ବି ତୁଳସୀ ଥାଏ ସେଠାରେ ଭଗବାନ ବ୍ରହ୍ମା ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବ ନିବାସ କରିଥାନ୍ତି।

ତୁଳସୀର ପୂଜା କରିଲେ ବ୍ୟକ୍ତିର ବଡ଼ରୁ ବଡ଼ ଦୋଷ ଦୂର ହୋଇଥାଏ। ସମ୍ପୂର୍ଣ୍ଣ ପାପ ବି ନଷ୍ଟ ହୋଇଯାଏ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତୁଳସୀ ପୂଜା ନିଶ୍ଚୟ କରନ୍ତୁ। ଏହି ଦିନ ଦେଶୀ ଘିଅର ଦୀପ ଧୂପ ତୁଳସୀ ଗଛ ମୂଳରେ ରଖି ଜଳାନ୍ତୁ।

ତୁଳସୀ ପୂଜା କରିବା ସମୟରେ କେଶକୁ ବାନ୍ଧି କରି ରଖନ୍ତୁ।

ବିନା ସ୍ନାନରେ ତୁଳସୀ ପତ୍ର ତୋଳିବେ ନାହିଁ।

ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ। ଅର୍ପଣ କରିବା ପରେ ସେହି ପତ୍ରକୁ ପ୍ରସାଦ ଭାବରେ ସେବନ କରନ୍ତୁ।

ତୁଳସୀ ଗଛ ମୂଳରେ ଯେଉଁ ଦୀପ ଜାଳିବେ ତା ତଳେ ଅଳ୍ପ ଚାଉଳ ନିଶ୍ଚୟ ରଖିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *