Excuse Me Odisha

ଯାହା କହିବୁ ସତ କହିବୁ

କେହି କେତେବି ଉଦ୍ଧାର ମାଗୁ ଶ୍ରାବଣ ମାସରେ ଏହି ୪ ଟି ଜିନିଷ କାହାରିକୁ ଦିଅନ୍ତୁ ନାହିଁ। ଭୋଳାନାଥ ଛାଡି ଦିଅନ୍ତି ସାଥ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେହି କେତେବି ଉଦ୍ଧାର ମାଗୁ ଶ୍ରାବଣ ମାସରେ ଏହି ୪ ଟି ଜିନିଷ କାହାରିକୁ ଦିଅନ୍ତୁ ନାହିଁ। ଭୋଳାନାଥ ଛାଡି ଦିଅନ୍ତି ସାଥ।

ଶ୍ରାବଣ ମାସକୁ ଭଗବାନ ଶିବଙ୍କର ଶକ୍ତିର ମାସ ମାନାଯାଏ। ଏହି ମାସକୁ ପ୍ରେମର ମାସ ବି କୁହାଯାଏ। ଯେଉଁ ଭକ୍ତ ଶ୍ରଦ୍ଧାର ସହିତ ସବୁ କାମ ଛାଡି ଭଗବାନ ଶିବଙ୍କୁ ପୁଜି ଥାଏ ତାର କୁଣ୍ଡଳୀ ମଜବୁତ ହୋଇଥାଏ। ଭଗବାନ ଶିବଙ୍କର ତାଙ୍କ ଘରକୁ ଆଗମନ ହୋଇଥାଏ। ଶ୍ରାବଣ ମାସର ବିଶେଷ ମହତ୍ୱ ଅଛି। ଶ୍ରାବଣ ମାସରେ କିଛି ଭଲ କାମ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିହୁଏ ବୋଲି କୁହାଯାଇଥିବା ବେଳେ କିଛି କାମ କରିବାକୁ ମନା ମଧ୍ୟ କରାଯାଇଛି। ଏହିସବୁ ଜିନିଷର ପାଳନ କରିଲେ ପରିବାରରେ ଖୁସି ରହିଥାଏ ନଚେତ ଦୁଃଖ ଆସିଥାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ କିଛି ବି ହୋଇଗଲେ ଯିଏ ଯେତେ ମାଗିଲେ ବି ଏହିସବୁ ଜିନିଷର ଉଧାର ଏହି ମାସରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ। ଖାସ କରି ଶ୍ରାବଣ ମାସରେ ଏହି ଭୁଲ କରନ୍ତୁ ନାହିଁ ନଚେତ ଘରେ କାଙ୍ଗାଳୀ ଦେଖିବାକୁ ମିଳିବ।

ଶ୍ରାବଣ ମାସକୁ ମହାଦେବ ଶିବଙ୍କ ମାସ କୁହାଯାଏ । ଯେଉଁ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ଭଗବାନ ଖୁବଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି ଏବଂ ଭକ୍ତଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ସାଧାରଣତଃ ଲୋକେ କାହାକୁ ଧାର ଦେଇଥାନ୍ତି କିମ୍ବା କାହାଠାରୁ ନେଇଥାନ୍ତି । କିନ୍ତୁ ଶ୍ରାବଣ ମାସରେ ଏହି କିଛି ଜିନିଷ ଅଛି ଯାହାକୁ ଅର୍ପଣ କରିବା ଦ୍ୱାରା ଜୀବନରେ ଦୁଃଖ ସମସ୍ୟା ଆସିଥାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ଆଜିକାର ଲେଖାରେ ଆମେ ସେହି ବିଷୟରେ କହିବୁ ।

ପ୍ରଥମତଃ ଶ୍ରାବଣ ମାସରେ ମହାଦେବ ଶିବଙ୍କ ସହିତ ଜଡ଼ିତ କୌଣସି ଜିନିଷର ଦାନ କରନ୍ତୁ ନାହିଁ। ବିଶେଷ କରି ଭଗବାନ ଶିବଙ୍କ ସହିତ ଜଡ଼ିତ ଫଳ ବସ୍ତ୍ର ଏବଂ ପୂଜା ଜିନିଷ ଆପଣ କାହାକୁ ଧାର କିମ୍ବା ଦାନ ସ୍ୱରୂପ ଦିଅନ୍ତୁ ନାହିଁ। ଏହାଦ୍ବାରା ମହାଦେବ ଆପଣଙ୍କ ଘର ଛାଡ଼ି ଅନ୍ୟ ଘରକୁ ଚାଲି ଯାଆନ୍ତି। ଯେଉଁ କାରଣରୁ ଭଗବାନ ଶିବଙ୍କର ଯେଉଁ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବାର ଥିଲା ତାହା ଆଉ ପ୍ରାପ୍ତ ହୋଇପାରେ ନାହିଁ।

ଏହିଭଳି ଭାବରେ ଶ୍ରାବଣ ମାସକୁ ଧନପ୍ରାପ୍ତିର ମାସ ବୋଲି ମାନା ଯାଇଛି ତେଣୁ ଏହିଦିନ ଯଦି ଆପଣଙ୍କୁ କେହି ଟଙ୍କା ଧାର ମାଗୁଛନ୍ତି ତେବେ ତାଙ୍କୁ ଭୁଲରେବି କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ କିମ୍ବା କାହା ଠାରୁ ଧାର ମଧ୍ୟ ନିଅନ୍ତୁ ନାହିଁ। ନଚେତ ମହାଦେବ ଆପଣଙ୍କ ଉପରେ କ୍ରୋଧିତ ହେବେ ଏବଂ ମହାଦେବଙ୍କ ଆଶୀର୍ବାଦ ଆଉ ପ୍ରାପ୍ତ ହେବ ନାହିଁ।

ଭଗବାନ ଶିବଙ୍କର କ୍ଷୀର ଦହି ଏବଂ ଅନ୍ୟ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ ସେଥିପାଇଁ ଯଦି ଆପଣଙ୍କ ଘରକୁ ଏହି ଶ୍ରାବଣ ମାସରେ କେହି ବ୍ୟକ୍ତି କ୍ଷୀର କିମ୍ବା ଦହି ମାଗିବାକୁ ଆସୁଛନ୍ତି କିମ୍ବା ସନ୍ଧ୍ୟା ସମୟରେ କେହି କ୍ଷୀର ଦହି ମାଗୁଛନ୍ତି ତେବେ କେବେବି ଦିଅନ୍ତୁ ନାହିଁ। ନଚେତ ମାତା ଲକ୍ଷ୍ମୀ ସର୍ବଦା ପାଇଁ ଆପଣଙ୍କ ଘରୁ ଚାଲିଯିବେ। ଏହାବ୍ୟତୀତ ସାକ୍ଷାତ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ମଧ୍ୟ ପଡ଼ିଥାଏ।

ଯଦି ଆପଣ କାହାକୁ ନିଜର ପିନ୍ଧା ଘଡ଼ି କିମ୍ବା ବଜାରରୁ ନୂଆ ଘଡ଼ି କିଣି ଦେବାକୁ ଚାହୁଁଛନ୍ତି ତେବେ ଏହି କାମ ଶ୍ରାବଣ ମାସରେ ଆଦୌ କରନ୍ତୁ ନାହିଁ କିମ୍ବା କାହାଠାରୁ ଘଡ଼ି ନିଅନ୍ତୁ ନାହିଁ କାରଣ ପ୍ରତ୍ୟେକ ବ୍ୟକ୍ତିର ଭଲ ଏବଂ ଖରାପ ସମୟ ଚାଲିଥାଏ। ଆପଣଙ୍କ ସମୟ ମଧ୍ୟ ଭଲ ଚାଲୁଥିଲେ ଯଦି ଆପଣ ନିଜ ସମୟ ଆଉ କାହାକୁ ଦେଇ ଦିଅନ୍ତି ତେବେ ଘଡ଼ି ସହିତ ଭଲ ସମୟ ମଧ୍ୟ ଆପଣଙ୍କ ପାଖରୁ ଅନ୍ୟ ବ୍ୟକ୍ତି ପାଖକୁ ଚାଲିଯାଏ।

ଯଦି ଶ୍ରାବଣ ମାସରେ ସନ୍ଧ୍ୟା ସମୟରେ ଆପଣଙ୍କୁ କେହି ପିଆଜ ରସୁଣ ଏବଂ କ୍ଷୀର ଦହି ମାଗିବାକୁ ଆସୁଛନ୍ତି ତେବେ ଭୁଲରେବି ଦିଅନ୍ତୁ ନାହିଁ କାରଣ ଏହିସବୁ ଜିନିଷ ଘରର ସମୃଦ୍ଧି ସହିତ ଜଡ଼ିତ ଥାଏ ସେଥିପାଇଁ ସକାଳୁ କିମ୍ବା ସନ୍ଧ୍ୟାରେ ଏହିସବୁ ଜିନିଷ ଦେବା ଉଚିତ ନୁହେଁ। ଏପରି କଲେ ଆପଣଙ୍କ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ।

ଶ୍ରାବଣ ମାସରେ କଳା ଏବଂ ଧଳା ରଙ୍ଗର ବସ୍ତ୍ର କାହାକୁ ଦାନ କରିବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ମଧ୍ୟ ଉଚିତ ନୁହେଁ। ଧ୍ୟାନ ଦିଅନ୍ତୁ ଯେ କୌଣସି ବିବାହିତ ମହିଳାଙ୍କୁ ଧଳା ବସ୍ତ୍ର ଦାନ ଆକାରରେ କିମ୍ବା ଗିଫ୍ଟ ଆକାରରେ ମଧ୍ୟ ଦିଅନ୍ତୁ ନାହିଁ। ଯଦି ଆପଣ ଏପରି କରନ୍ତି ତେବେ ଏହା ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ। ସେହିପରି କଳା ବସ୍ତ୍ର କାହାକୁ ଦାନ କଲେ କିମ୍ବା କାହାଠାରୁ ନେଲେ ଦାରିଦ୍ର୍ୟତା ଆସିଥାଏ। ଦାନ ଦେଉଥିବା ବ୍ୟକ୍ତି ଉପରେ ରାହୁ ଦୋଷ ଲାଗିଯାଏ। ଏହାଦ୍ବାରା ସାକ୍ଷାତ ମହାଦେବ ଦାନ ଦେଉଥିବା ବ୍ୟକ୍ତି ଉପରେ କ୍ରୋଧିତ ହୁଅନ୍ତି।

ବିବାହିତା ମହିଳା ମାନେ ଶ୍ରାବଣ ମାସରେ ରୋଷେଇ ଘରର କୌଣସି ଜିନିଷ ଯଦି କାହାକୁ ଦିଅନ୍ତି ତେବେ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ। ସାଧରଣତଃ ତେଲ ଘିଅ ହଳଦୀ ଏହି ତିନୋଟି ଜିନିଷ ଘରର ସମୃଦ୍ଧ କରୁଥିବା ଜିନିଷ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଘରକୁ ଦୁଃଖ ଗ୍ରାସ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *