Excuse Me Odisha

ଯାହା କହିବୁ ସତ କହିବୁ

ଏହି ଚେର ଧାରଣ କରିନିଅନ୍ତୁ ଭୂତ ପ୍ରେତ ଯାଦୁ ତନ୍ତ୍ର ମନ୍ତ୍ରର ହିମତ ନାହିଁ କି ଆପଣଙ୍କ ଘରକୁ ପ୍ରବେଶ କରିବ।

ସେୟାର୍ କରନ୍ତୁ

ସର୍ବଦା ଲୋକଙ୍କୁ ନଜର ଲାଗିଯାଇଥାଏ। କେବେ କେବେ ତ ଏମିତି ହୋଇଥାଏ କି ନକରାତ୍ମକ ଉର୍ଜା ଏତେ ଅଧିକ ହଇରାଣ କରିଥାଏ ଯେମିତିକି ଆପଣଙ୍କ ଧନ ରହିବ ନାହିଁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ହଠାତ ଜୀବନରେ ସମସ୍ୟା ବଢିଯାଇଥାଏ। ଏହାର ଅର୍ଥ କେହି କିଛି ଆପଣଙ୍କ ଉପରେ କରୁଛି। ଏଥିରୁ ମୁକ୍ତି ପାଇବା ପାଇଁ ଆମର ତନ୍ତ୍ର ଶାସ୍ତ୍ରରେ ଏମିତି ଗଛର ଚେର ବିଷୟରେ କୁହାଯାଇଛି ଏହାକୁ ଧାରଣ କରିଲେ ଆପଣଙ୍କ ଜୀବନରେ ଏ ଯେଉଁ ସମସ୍ୟା ଅଛି ତାହା ସମାପ୍ତ ହୋଇଯାଏ। ଏହା ଏମିତି ଚେର ଯାହାକୁ ଧାରଣ କରିଲେ ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚେରକୁ ଧାରଣ କରିଲେ ନଜର ଦୋଷରୁ ମୁକ୍ତି ମିଳିଥାଏ। ଯଦି ଆପଣଙ୍କ ଘରେ ବାରମ୍ବାର ଲୋକେ ବୀମାର ହୋଇଥାନ୍ତି ତ ବିମାରୀ ବି ଶେଷ ହୋଇଥାଏ। ଯଦି ଆପଣ କାହାକୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ତ ଏହି ଚେର କାମ କରିଥାଏ। ପ୍ରୟୋଗ କରିବାର ପ୍ରଣାଳୀ ଅଲଗା ଅଟେ କିନ୍ତୁ ଚେର ଗୋଟେ ଅଟେ ତ ତାହା ହେଉଛି ଅରଖ ଗଛ। ଏହି ଗଛର ଫୁଲ ଭଗବାନ ଶିବଙ୍କୁ ସବୁଠାରୁ ଅଧିକ ପ୍ରିୟ ଅଟେ ଏବଂ ଏହାର ଯେଉଁ ଚେର ଅଟେ ଏଥିରେ ୭ଟି ମହା ପ୍ରୟୋଗ କରାଯାଏ।

ଏହାର ପ୍ରୟୋଗ ତନ୍ତ୍ର ବିଦ୍ୟାରେ ଖାସ କରି କରିଥାନ୍ତି। ଯଦି ଆପଣଙ୍କ ଉପରେ ଲୋକେ ତନ୍ତ୍ର ମନ୍ତ୍ର କରିଥାନ୍ତି ତ ବହୁତ ଗୁଡାଏ ସମସ୍ୟା ବଢିଯାଏ। ଏଥିରୁ ବାହାରକୁ ବାହାରିବା ପାଇଁ ବି ଏହି ଚେରର ପ୍ରୟୋଗ କରାଯାଏ। ସନ୍ତାନ ପ୍ରାପ୍ତି ପାଇଁ ବି ଏହି ଚେର ସହାୟକ ଅଟେ। ଯଦି ଆପଣଙ୍କୁ ଲାଗିଥାଏ କି ଆପଣଙ୍କ ଘରେ କେହି କିଛି କରିଦେଇଛି କିମ୍ବା ପିଲାଙ୍କୁ ନଜର ଲାଗିଯାଇଛି ତ ଆପଣ ଧଳା ରଙ୍ଗର ଅରଖ ଗଛର ଚେରକୁ ଆପଣ କୌଣସି ବି ରବିପୁସ୍ୟ ନକ୍ଷତ୍ର କିମ୍ବା ଗୁରୁପୁସ୍ୟ ନକ୍ଷତ୍ରରେ ନେଇ ଆସି ଧୋଇ କରି ଶୁଦ୍ଧ କରି ଭଗବାନ ଗଣେଶଙ୍କ ପାଖରେ ରଖନ୍ତୁ ଏବଂ କୁହନ୍ତୁ ଓଁ ଗଣେଗଣପତୟେ ନମଃ ଏହି ମନ୍ତ୍ରର ଜପ କରନ୍ତୁ ଏହା ପରେ ଏହାକୁ ସମ୍ଭାଳି କରି ରଖିଦିଅନ୍ତୁ ଏବଂ ଅଳ୍ପ ଟିକେ ଖଣ୍ଡ କୌଣସି ବି ତାବିଜିରେ ଭର୍ତି କରି ଆପଣ ପିଲାଙ୍କୁ ସବୁଜ ରଙ୍ଗର କପଡ଼ାରେ ବାନ୍ଧି ପର୍ସରେ କିମ୍ବା ପକେଟରେ ରଖିଦିଅନ୍ତୁ କିମ୍ବା ତାଙ୍କ ଗଳାରେ ବି ବାନ୍ଧି ପାରିବେ। ଏମିତି କରିଲେ ଆପଣଙ୍କ ପିଲାଙ୍କୁ ନଜର ଲାଗିବ ନାହିଁ।

ଅନେକ ଥର ଏମିତି ହୋଇଥାଏ ଆପଣଙ୍କ ଘରେ ଲୋକେ ବୀମାର ହୋଇଥାନ୍ତି। ଅନେକ ଥର ଏମିତି ରୋଗ ହୋଇଥାଏ ଡାକ୍ତରବି ବୁଝି ପାରନ୍ତି ନାହିଁ ଏହାର ଅର୍ଥ କେହି କିଛି କରିଦେଇଛନ୍ତି ଏଥିପାଇଁ ରୋଗ ଭଲ ହେଉନାହିଁ। ଏଥିପାଇଁ ବୁଧବାର ଦିନ ଏହି ଗଛର ଚେରକୁ ନେଇ ଆସନ୍ତୁ। ଯେଉଁ ବ୍ୟକ୍ତି ବୀମାର ଥିବେ ତାଙ୍କ ଉପରେ ୭ ଥର ଓଲଟା ବୁଲାଇ ନିଅନ୍ତୁ ଏହା ପରେ କୌଣସି ନଦୀରେ ପ୍ରବାହିତ କରିଦିଅନ୍ତୁ ଏବଂ ପଛକୁ ନବୁଲି ସିଧା ଘରକୁ ଚାଲିଆସନ୍ତୁ। ତାଙ୍କର ରୋଗ ଭଲ ହୋଇଯିବ।

ଯଦି ଆପଣ ଜୀବନସାଥୀଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାନ୍ତି ଏବଂ ଚାହାନ୍ତି ଜୀବନସାଥୀଙ୍କ ପ୍ରେମ ଆପଣଙ୍କୁ ମିଳୁଥାଉ ଏବଂ ଆପଣ ଚାହାନ୍ତି କି ପ୍ରେମକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ତ ରବିପୁସ୍ୟ ନକ୍ଷତ୍ର କିମ୍ବା ଗୁରୁ ପୁସ୍ୟ ନକ୍ଷତ୍ର ଦିନ ସକାଳୁ ସକାଳୁ ଏହି ଗଛର ଚେରକୁ ନେଇ ଆସି ପାଣିରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଏହାକୁ ବାଟି ଦିଅନ୍ତୁ। ଏହି ପେଷ୍ଟକୁ ରୋଇରେ ମିଶାଇ ଏକ ବତୀ ବନାଇ ସୁଖେଇ ଦିଅନ୍ତୁ ଏବଂ ଏହାକୁ ଦୀପରେ ଦେଇ ଜଳାନ୍ତୁ ଏହା ଦ୍ବାରା କାଜଲ ତିଆରି କରନ୍ତୁ। ଏହି କାଜଲକୁ ନିଜ ଆଖିରେ ଲଗାନ୍ତୁ। ଯାହା ସାମ୍ନାରେ ବି ଏହି କାଜଲ ଲଗାଇ ଯିବେ ସେହି ବ୍ୟକ୍ତି ଆପଣଙ୍କ ବଶୀଭୂତ ହୋଇଯିବ।

ଯଦି ଧନ ସଞ୍ଚୟ ହୋଇ ରହିପାରୁନାହିଁ ଧନର ସମସ୍ୟା ଅଧିକ ରହୁଅଛି ତେବେ ଘରର ମୁଖ୍ୟ ଦ୍ୱାରରେ ଅରଖ ଗଛର ଚେରକୁ କଳା କପଡ଼ାରେ ବାନ୍ଧି ଟାଙ୍ଗି ଦିଅନ୍ତୁ। ଆପଣଙ୍କ ଘରେ ନକରାତ୍ମକ ଉର୍ଜା ବାସ କରିବ ନାହିଁ ଚାଲିଯିବ। ଯଦି କେହି କିଛି କରିଥିବ ତେବେ ମଧ୍ୟ ତାହାର ପ୍ରଭାବ ପଡିବ ନାହିଁ।

ଯଦି ଭୂତ ପ୍ରେତଙ୍କ ବାଧା ଅଛି ତାହା ପାଇଁ ଧଳା ରଙ୍ଗର ଅରଖ ଗଛର ଚେରକୁ ଧାରଣ କରନ୍ତୁ। ହନୁମାନଙ୍କ ଚରଣରେ ରଖିବେ ଏବଂ ଭଗବାନ ହନୁମାନଙ୍କ ଚରଣରେ ରଖି ଆପଣ ଏଥିରେ ତାଙ୍କର ସିନ୍ଦୁର ଟିକେ ଲଗାଇ ନିଜ ପାଖରେ ରଖିଦିଅନ୍ତୁ। ଏହା ଦ୍ବାରା କୌଣସି ପ୍ରକାରର ଭୂତ ପ୍ରେତର ବାଧା ତନ୍ତ୍ର ମନ୍ତ୍ରର ପ୍ରଭାବ ପଡିବ ନାହିଁ।

ଅନେକ ଥର ଏମିତି ହୋଇଥାଏ ଆପଣଙ୍କର କୌଣସି କାମ ହୋଇନଥାଏ ସବୁ କାମ ଖରାପ ହୋଇଯାଇଥାଏ। ପିଲାଙ୍କ ଚାକିରୀ ହୋଇପାରୁନାହିଁ କି ବାହାଘର ହୋଇପାରୁନାହିଁ ବହୁତ ପ୍ରକାରର ସମସ୍ୟା ହୋଇଥାଏ ତ ଆପଣଙ୍କୁ ଲାଗିଥାଏ କି ଶୁଭ ମାଙ୍ଗଳିକ କାର୍ଯ୍ୟ ଆପଣଙ୍କ ଜୀବନରେ ଲମ୍ବା ସମୟରୁ ହୋଇପାରୁନାହିଁ ଘରେ ତେବେ ଅରଖ ଗଛର ଚେରକୁ ଆଣି ଭଗବାନ ଗଣେଶଙ୍କର ସାମ୍ନାରେ ରଖନ୍ତୁ। ଏହାକୁ ପୂଜା ପାଠ କରି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଧନର ସମସ୍ୟା ଦୂର ହୋଇଯିବ। ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାକୁ ଲାଗିବ।

ସନ୍ତାନ ପ୍ରାପ୍ତି ପାଇଁ କୌଣସି ବି ସୋମବାର ଦିନ ହେଉ କିମ୍ବା କୌଣସି ଶୁଭ ନକ୍ଷତ୍ରରେ ହେଉ ଅଳ୍ପ ଏହି ଗଛର ଚେରକୁ ଆଣି ରଖିଦିଅନ୍ତୁ। ସୋମବାର ଦିନ ଶିବଲିଙ୍ଗରେ ଯାଇ ଏହି ଚେରକୁ ଅର୍ପଣ କରିଦିଅନ୍ତୁ ଏବଂ ଏହାକୁ ଭଗବାନ ଶିବଙ୍କ ମଥାରେ ଯେତେବେଳେ ରଖିବେ ତ ଭଗବାନ ଶିବଙ୍କ ମଥାରେ ୭ ଥର ବୁଲାଇବା ପରେ ଆପଣ ନେଇ ଆସିବେ। ଏହା ପରେ ଯେଉଁ ସନ୍ତାନ ପ୍ରାପ୍ତ ପାଇଁ ଚାହୁଁଥିବା ମହିଳା ଏହାକୁ ଲାଲ କିମ୍ବା ଧଳା କପଡ଼ାରେ ବାନ୍ଧି ନିଜର ଅଣ୍ଟାରେ ଧାରଣ କରନ୍ତୁ। ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ ସନ୍ତାନ ପ୍ରାପ୍ତି ପାଇଁ। ଦେଖିବେ ୩ ମାସ ମଧ୍ୟରେ ଆପଣ ଗର୍ଭଧାରଣ କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *