Excuse Me Odisha

ଯାହା କହିବୁ ସତ କହିବୁ

ଝାଡୁ ଲଗେଇବା ୨ ମିନିଟ ପୂର୍ବରୁ କରନ୍ତୁ ଏହି ଉପାୟ ନଚେତ ବର୍ବାଦ ହୋଇଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଝାଡୁ ଲଗେଇବା ୨ ମିନିଟ ପୂର୍ବରୁ କରନ୍ତୁ ଏହି ଉପାୟ ନଚେତ ବର୍ବାଦ ହୋଇଯିବେ।

ଝାଡୁରେ ଘର ଦ୍ୱାର ହେଉ କିମ୍ବା ଅଫିସରେ ପ୍ରତିଦିନ ସଫା ସୁତରା କରାଯାଏ। ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ। କାରଣ ଝାଡୁ ଦ୍ୱାରା ଅନେକ ଥର ଅଶୁଭ ଜିନିଷ ହେବାକୁ ଲାଗିଥାଏ। ଏବଂ ବାସ୍ତୁ ଅନୁସାରେ ଝାଡୁ ଲଗେଇବାରେ ଝାଡୁ ରଖିବାରେ କିସଜି ସାବଧାନତା ଯଦି ଆପଣ ରଖିବେ ତ ଉନ୍ନତି ହେବ ନଚେତ ଜୀବନରେ ସମସ୍ୟା ସୃଷ୍ଟି ହେବ। ଯେବେବି ଆପଣ ଝାଡୁ କିଣୁଛନ୍ତି ତ ୧ଟି କିମ୍ବା ୩ ଟି ୫ ଟି ସଂଖ୍ୟାରେ କିଣନ୍ତୁ କିନ୍ତୁ ଯୋଡ଼ା ଝାଡୁ କିଣନ୍ତୁ ନାହିଁ ଯେମିତି୨ ୟି ୪ଟି ୬ ଟି।

କେତେଥର ଏମିତି ହୋଇଥାଏ ଝାଡୁ ପୁରୁଣା ହୋଇ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡୁଛି ତ ଆପଣଙ୍କୁ ତାହାକୁ ବ୍ୟବହାର କରୁଛନ୍ତି ତ ବାସ୍ତୁ ଅନୁସାରେ ଏମିତି ଝାଡୁ ଘରେ ବ୍ୟବହାର କରନ୍ତୁ ନାହିଁ। କାରଣ ଝାଡୁ ଥରେ ଛିଣ୍ଡି ଯିବା ପରେ ତାକୁ ଯୋଡି କରି ବ୍ୟବହାର କରିବା ଅଶୁଭ ମାନାଯାଏ। ଏହା ଜୀବନରେ ସମସ୍ୟାକୁ ବଢ଼ାଇ ଦେଇଥାଏ। ଆପଣଙ୍କ ଭାଗ୍ୟରେ ବାଧା ସୃଷ୍ଟି କରିଥାଏ ତ ଯେମିତି ହିଁ ଆପଣଙ୍କ ଝାଡୁ ପୁରୁଣା ହୋଇଯିବ ଛିଣ୍ଡି ବାକୁ ଲାଗିବ ତ ତୁରନ୍ତ ଘରୁ ବାହାର କରିଦିଅନ୍ତୁ। ଆଉ ନୂଆ ଝାଡୁ ଆଣି ଲଗାନ୍ତୁ।

ଝାଡୁକୁ କେବେବି ଆଲମାରୀ ପଛରେ ରଖିବେ ନାହିଁ। ଏହା ଦ୍ବାରା ଧନ ଉପରେ ପ୍ରଭାବ ପକେଇଥାଏ।

ଝାଡୁକୁ କେବେବି ଘରେ ହେଉ କିମ୍ବା ଅଫିସରେ ଠିଆ କରି ରଖିବେ ନାହିଁ। ଏହାକୁ ଅଶୁଭ ମାନାଯାଏ। ଝାଡୁକୁ ସର୍ବଦା ଭୂମି ଉପରେ ଲେଉଟି କରି ରଖନ୍ତୁ। ଆଉ ସର୍ବଦା ଲୁଚେଇ କରି ଢାଙ୍କିକି ରଖନ୍ତୁ।

ସନ୍ଧ୍ୟା ସମୟରେ କେବେବି ଝାଡୁ ଲଗେବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ। ଏହି ସମୟ ମା ଲକ୍ଷ୍ମୀଙ୍କ ସମୟ ହୋଇଥାଏ ଆଉ ଏହି ସମୟରେ ଝାଡୁ ଲଗାଇଥାନ୍ତି ତ କେଉଁଠି ନାଁ କେଉଁଠି ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଏଥିପାଇଁ ସନ୍ଧ୍ୟା ହେବା ପୂର୍ବରୁ ସଫା ସୁତରା କରି ନିଅନ୍ତୁ। ସନ୍ଧ୍ୟା ସମୟରେ ଝାଡୁ ଲଗାନ୍ତୁ ନାହିଁ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଯଦି କୌଣସି ଆବଶ୍ୟକ ପଡେ ଏହି ସମୟରେ ଝାଡୁ ଲଗେଇବା ତ ଅପରିଷ୍କାର ବସ୍ତୁକୁ ବାହାରକୁ ଫୋପାଡ଼ନ୍ତୁ ନାହିଁ କୋଣରେ ସମ୍ଭାଳି କରି ରଖିଦିଅନ୍ତୁ ଆଉ ପର ଦିନ ସକାଳେ ତାହାକୁ ଫୋପାଡ଼ି ଦିଅନ୍ତୁ। ଏମିତି କଲେ ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ।

ଝାଡୁକୁ ସର୍ବଦା ନିଜ ଘରର ପଶ୍ଚିମ କୋଣରେ ଲୁଚାଇ ଢାଙ୍କି କରି ରଖିବା ଉଚିତ। ଏହାକୁ ଶୁଭ ମାନାଯାଏ। ଏହି ଦିଗରେ ଝାଡୁ ରହିଲେ ଘରେ କୌଣସି ପ୍ରକାରର ନକରାତ୍ମକ ଉର୍ଜା ପ୍ରବେଶ କରିପାରି ନଥାଏ। ଲୋକଙ୍କର ତନ୍ତ୍ର ମନ୍ତ୍ର କ୍ରିୟା ଆପଣଙ୍କ ଉପରେ ପ୍ରଭାବ ପକାଇ ପାରିନଥାଏ।

ଭୁଲରେ ବି ଝାଡୁ ଉପରେ ଗୋଡ଼ ଲଗାନ୍ତୁ ନାହିଁ ଯଦି କେବେ କେବେ ଝାଡୁରେ ଭୁଲରେ ଗୋଡ଼ ବାଜିଯାଏ ତ ଏହାକୁ ଅଶୁଭ ମାନାଯାଏ। ଆଉ ଝାଡୁକୁ କ୍ଷମା ମାଗିନିଅନ୍ତୁ।

ଯେବେ ଆପଣ ନୂଆ ଝାଡୁ କିଣି କରି ଆଣୁଛନ୍ତି ତ ଯେଉଁ ଜାଗାରେ ଆପଣ ଝାଡୁକୁ ଧରୁଛନ୍ତି ତ ସେହି ଜାଗାରେ ଲାଲ ସୂତା କିମ୍ବା ଧଳା ସୂତା ବାନ୍ଧି ଦିଅନ୍ତୁ ଏମିତି କଲେ ମା ଲକ୍ଷ୍ମୀ ସ୍ଥିର ରହିଥାନ୍ତି। ଜୀବନରେ ସମସ୍ୟା ସୃଷ୍ଟି ହୋଇନଥାଏ। କୌଣସି ପ୍ରକାରର ଅନାଦର ସମସ୍ୟା ଚିନ୍ତା ଅପମାନ ଜୀବନରେ ଆସିନଥାଏ।

ଅଧିକ ପୁରୁଣା ଝାଡୁକୁ ବ୍ୟବହାର କରିବା ଉଚିତ ନୁହେଁ। ଶନିବାର ଦିନ ଯଦି ଆପଣ ନୂତନ ଝାଡୁର ପ୍ରୟୋଗ ଆପଣ ଆରମ୍ଭ କରିଦେବେ ତ ଆପଣଙ୍କପାଇଁ ଭଲ ରହିବ। ଆପ8ଭାଗ୍ୟର ସାଥ ମିଳିବ।

ଝାଡୁକୁ ଭୁଲରେ ବି ଖୋଲା ଆକାଶ ତଳେ ରଖିବେ ନାହିଁ। ଅଗଣାରେ ଝାଡୁ ଲଗେଇବା ପରେ ଉଚିତ ସ୍ଥାନରେ ରଖିଦିଅନ୍ତୁ। ଖୋଲା ଆକାଶ ତଳେ କେବେବି ଝାଡୁ ରଖିବେ ନାହିଁ। ଚେଷ୍ଟା କରିବେ ଝାଡୁକୁ ଏମିତି ଜାଗାରେ ରଖିବେ ଯେମିତି କେହି ନଦେଖି ପାରିବେ। ନଚେତ ଏହା ଅଶୁଭ ହୋଇଥାଏ।

ଯଦି ଘରେ ନକରାତ୍ମକ ଉର୍ଜା ଅଧିକ ସମସ୍ୟା କରୁଛି ତ ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଆପଣ ଝାଡୁକୁ ମୁଖ୍ୟ ଦ୍ୱାରର ଭିତରେ ରଖନ୍ତୁ। ଏମିତି ରଖନ୍ତୁ ଯେମିତି ଘର ଭିତରକୁ ନକରାତ୍ମକ ଉର୍ଜାକୁ ପ୍ରବେଶ କରିବାକୁ ଦେବ ନାହିଁ।

ରାତିରେ ଶୋଇବା ପୂର୍ବରୁ ୧ ଚୁଟକି ଜିରା ଘରେ ବୁଣି ଦିଅନ୍ତୁ। ଆଉ ଝାଡୁକୁ ପାଖରେ ରଖିଦିଅନ୍ତୁ। ଆଉ ସକାଳେ ଯେବେ ଆପଣ ଝାଡୁ ଲଗେଇବେ ତ ଜିରାକୁ ବି ଝାଡୁ ଲଗେଇ ବାହାର କରିଦିଅନ୍ତୁ ଏହା ଦ୍ବାରା ଘରର ଉନ୍ନତି ହୋଇଥାଏ ଆଉ ସମସ୍ୟା ଦୂର ହୋଇଥାଏ। ଏହି ଉପାୟ ସପ୍ତାହରେ ୨ ଥର କରିପାରିବେ ଚାହିଁଲେ ପ୍ରତିଦିନ ବି କରିପାରିବେ।

ଝାଡୁକୁ କେବେବି ଉତ୍ତର-ପୂର୍ବ କୋଣରେ ରଖିବେ ନାହିଁ। ଏହି ଦିଗରେ ଝାଡୁ ରଖିଲେ ଧନର ଆଗମନର ରାସ୍ତା ବନ୍ଦ ହୋଇଯାଏ। ଆପଣ ଦକ୍ଷିଣ-ପଶ୍ଚିମ କୋଣରେ ଝାଡୁ ରଖିବେ ତ ଭଲ ରହିବ।

ଅନ୍ୟର ନଜରରୁ ଲୁଚେଇ ରଖିବେ।

ସକାଳୁ ଉଠି ଝାଡୁ ଲଗେଇବା ପୂର୍ବରୁ କଣ କରିବେ।

ଯେବେ ସକାଳୁ ଉଠୁଛନ୍ତି ତ ଝାଡୁ ଏକାଥରେ ଲଗେଇବା ଆରମ୍ଭ କରନ୍ତୁ ନାହିଁ ଏହାକୁ ବହୁତ ଅଶୁଭ ମାନାଯାଏ। ସକାଳୁ ଉଠି ଘରର କବାଟ ଖୋଲନ୍ତୁ ଅଗଣାରେ ୨ ରୁ ୪ ବୁନ୍ଦା ଗଙ୍ଗା ଜଳର ଛିଞ୍ଚନ କରନ୍ତୁ ନଚେତ ଶୁଦ୍ଧ ଜଳ ନେଇ ଛିଞ୍ଚନ କରନ୍ତୁ। ଏହା ପରେ ଆପଣ ଝାଡୁ ଲଗାନ୍ତୁ।

ରୋଷେଇ ଘରେ ଭୁଲରେ ବି ଝାଡୁ ରଖନ୍ତୁ ନାହିଁ। ନଚେତ ଧନ ଧାନ୍ୟର କମି ଆସିଥାଏ ଆଉ ଘରର ଖାଦ୍ୟବି ସ୍ୱାଦିଷ୍ଟ ହୋଇନଥାଏ ଏବଂ ରୋଷେଇ ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିଯାଏ।

ଘରକୁ ଯେଉଁ ବି ବ୍ୟକ୍ତି ଆସିଥାଏ ତ ସିଧା ଆପଣଙ୍କ ଘରର ଝାଡୁ ଉପରେ ନଜର ନପଡିବା ଉଚିତ।

ଅମାବାସ୍ୟା ତିଥି ଦିନ ଝାଡୁରେ ସଫା କରି ଯଦି ଘରର ଅପରିଷ୍କାରକୁ ପୁରୁଣା ଝାଡୁ ସହିତ ବାହାରକୁ ଫୋପାଡ଼ି ଦେଉଛନ୍ତି ତ ଏହା ଦ୍ବାରା ଘରର ସମସ୍ୟା ଦୂର ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ରାହୁ କେତୁ ଦୋଷ ପିତୃଦୋଷ ଦୂର ହୋଇଥାଏ।

ଯଦି ଘରର କୌଣସି ସଦସ୍ୟ ଖାସ କାମରେ ଘରୁ ବାହାରକୁ ଯାଉଛନ୍ତି ତ ତୁରନ୍ତ ଘରୁ ବାହାରିବା ପରେ ଝାଡୁ ଲଗାନ୍ତୁ ନାହିଁ। ଏମିତି କଲେ ଯେଉଁ ବ୍ୟକ୍ତି କୌଣସି କାମରେ ଯାଇଥିବେ ସେହି କାମରେ ସଫଳତା ମିଳିନଥାଏ। ସେଥିପାଇଁ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ କିଛି ସମୟ ପରେ ଝାଡୁ ଲଗାନ୍ତୁ।

ଅନେକ ଥର ଏମିତି ହୋଇଥାଏ ନୂଆ ଘରକୁ ସିଫ୍ଟ କରିଥାନ୍ତି ତ ସେଠାକୁ ନୂଆ ଝାଡୁ ନେଇ ଯାଆନ୍ତୁ। ଏହାପରେ ପୁରୁଣା ଝାଡୁବି ନେଇକି ଯାଆନ୍ତୁ। ପୁରୁଣା ଝାଡୁକୁ ପୁରୁଣା ଘରେ ଛାଡିବା ଉଚିତ ନୁହେଁ। ଯେବେବି ଆପଣ ନୂତନ ଘରକୁ ପ୍ରବେଶ କରିବେ ଗୋଟେ ହାତରେ ତୁଳସୀ ଗଛ ଆଉ ଗୋଟେ ହାତରେ ଝାଡୁ ନେଇକି ପ୍ରବେଶ କରନ୍ତୁ। ଆଉ ଗୋଟେ ଘଟିରେ ଜଳ ଭର୍ତି କରି ନେଇ ଯାଆନ୍ତୁ ତ ଏହା ବହୁତ ଶୁଭ ହୋଇଥାଏ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *