Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ଘରେ ଶିବ ଲିଙ୍ଗ ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୪ ଟି ଜିନିଷ। ସମ୍ପୂର୍ଣ୍ଣ ପୂଜା ହୋଇଯିବ ନଷ୍ଟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା ଘରେ ଶିବ ଲିଙ୍ଗ ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୪ ଟି ଜିନିଷ। ସମ୍ପୂର୍ଣ୍ଣ ପୂଜା ହୋଇଯିବ ନଷ୍ଟ।

ଯଦି ଆପଣଙ୍କ ପୂଜାଘରେ ଶିବ ଲିଙ୍ଗ ରଖିଛନ୍ତି ତେବେ ଶିବ ଲିଙ୍ଗ ପାଖରେ ୪ ଟି ଜିନିଷ କେବେବି ରଖିବା ଉଚିତ ନୁହେଁ। ଏହି ଜିନିଷକୁ ଶିବ ଲିଙ୍ଗ ପାଖରେ ରଖିବା ବର୍ଜିତ ଅଟେ ନଚେତ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ। ସମସ୍ତ ଦେବୀ ଦେବତା ଭଗବାନ ଶିବଙ୍କୁ ପୂଜା କରନ୍ତି। ଭଗବାନ ଶିବଙ୍କର ପୂଜାର ବିଧି ଅନେକ ପ୍ରକାରର କୁହାଯାଇଛି। ଏହି ବିଧି ମଧ୍ୟରୁ ଗୋଟେ କଥା ଅଛି କୌଣସି ବି ଦେବତା ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଏହି ୪ ଟି ଜିନିଷ ରଖୁନଥିଲେ।

ପୁରାଣରେ ଶିବ ଲିଙ୍ଗକୁ ବ୍ରହ୍ମାଣ୍ଡରେ କେନ୍ଦ୍ର ମାନାଯାଏ। ଶିବ ଲିଙ୍ଗରୁ ହିଁ ବ୍ରହ୍ମାଣ୍ଡର ଉତ୍ପତ୍ତି ହୋଇଛି। ତାଙ୍କ ପାଖରେ ଏମିତି ଜିନିଷ ରଖିବା ଉଚିତ ନୁହେଁ ଯାହା ଦ୍ୱାରା ସେଥିରୁ ବାହାରୁଥିବା ଉର୍ଜା ନକରାତ୍ମକ ଉର୍ଜାରେ ପରିଣତ ନହେଉ। ବାସ୍ତୁ ଅନୁସାରେ ଯଦି ଭଗବାନ ଶିବଲିଙ୍ଗ ପାଖରେ ଏମିତି କିଛି ଜିନିଷ ରଖାଯାଏ ତେବେ ନକରାତ୍ମକ ଉର୍ଜାର ପ୍ରଭାବ ଘର ଉପରେ ପଡିଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତଶାସ୍ତ୍ର ଅନୁସାରେ ଶିବ ଲିଙ୍ଗକୁ କେମିତି ସ୍ଥାପିତ କରିବା ଉଚିତ ଏବଂ ଶିବ ଲିଙ୍ଗ ପାଖରେ କେଉଁ ଜିନିଷ ରଖିବା ଉଚିତ ନୁହେଁ।

ବାସ୍ତୁ ଅନୁସାରେ ପୂଜା ଘର ସର୍ବଦା ଇସାଣ କୋଣ କିମ୍ବା ପୂର୍ବ- ଉତ୍ତର ଦିଗର ମଝିରେ ନିର୍ମାଣ କରିବା ଉଚିତ।

ଘରର ମନ୍ଦିରରେ ଦେବୀ ଦେବତାଙ୍କ ଫୋଟ ଏବଂ ମୂର୍ତି ରଖିବା ଉଚିତ। ପୂଜା ଘରେ କୌଣସି ସାଧୁ ସନ୍ଥ ଅଥବା ବାବାଙ୍କ ଫୋଟ କିମ୍ବା ପୂର୍ବଜଙ୍କ ଫୋଟ ଭୁଲରେ ବି ରଖିବା ଉଚିତ ନୁହେଁ।

କୌଣସି ବି ଦେବତାଙ୍କର ଫୋଟ ୧ ରୁ ଅଧିକ ରଖିବା ଉଚିତ ନୁହେଁ। ଏହି ମୂର୍ତ୍ତିକୁ ପରସ୍ପରର ପିଠି କରି ବି ରଖିବେ ନାହିଁ।

ଭଗବାନଙ୍କର ଫୋଟ ସର୍ବଦା ବିରାଜମାନ ଅବସ୍ଥାରେ ରଖନ୍ତୁ। ମୂର୍ତ୍ତିକୁ କେବେବି ଠିଆ ହେବାର ରଖିବେ ନାହିଁ।

ପୂଜା ଘରର ଆଖପାଖରେ ଅଶୁଦ୍ଧ ଅପବିତ୍ର ଏବଂ ଅଶୁଭ ମାନାଯାଉଥିବା ବସ୍ତୁ ଗୁଡିକୁ ଭୁଲରେ ବି ରଖନ୍ତୁ ନାହିଁ।

ଆସନ୍ତୁ ଜାଣିବା ପୂଜା ଘରେ ଶିବ ଲିଙ୍ଗ ରଖିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ।

ପୂଜା ଘରେ କେବେବି ଏକରୁ ଅଧିକ ଶିବ ଲିଙ୍ଗ ସ୍ଥାପିତ କରନ୍ତୁ ନାହିଁ। ଏହା ଦ୍ବାରା ନକରାତ୍ମକ ଉର୍ଜା ଉତ୍ପନ୍ନ ହୋଇପାରେ। ପୂଜା ଘରେ କେବଳ ୧ ଟି ଶିବ ଲିଙ୍ଗ ସ୍ଥାପିତ କରନ୍ତୁ। ତାଙ୍କର ମୁଖ ଇସାଣ ଦିଗକୁ ରହିବା ଉଚିତ।

ଘରେ ରଖାଯାଉଥିବା ଶିବ ଲିଙ୍ଗର ଆକାର ନିଜ ହାତର ଆଙ୍ଗୁଳି ଠାରୁ ବଡ଼ ହେବା ଉଚିତ ନୁହେଁ। ଯଦି ପାରଦ ଶିବ ଲିଙ୍ଗ ରଖୁଛନ୍ତି ତେବେ ଏହା ସବୁଠାରୁ ଭଲ ହୋଇଥାଏ। ବଡ଼ ଶିବ ଲିଙ୍ଗ କେବଳ ମନ୍ଦିରରେ ଫଳଦାୟୀ ହୋଇଥାଏ।

ଯଦି ପୂଜା ଘରେ ଶିବ ଲିଙ୍ଗ ରଖିଛନ୍ତି ତେବେ ତାଙ୍କର ନିତ୍ୟ ପୂଜା କରିବା ଅନିର୍ବାଯ୍ୟ ଅଟେ। ଯଦି ପୂଜା କରିପାରୁନାହଁନ୍ତି ତେବେ ତାଙ୍କୁ ଶାନ୍ତ ରଖିବା ପାଇଁ ପ୍ରତିଦିନ ଜଳ ନିଶ୍ଚୟ ଅର୍ପଣ କରିବା ଉଚିତ।

ଗୋମାତାଙ୍କ କ୍ଷୀର ଶିବ ଲିଙ୍ଗ ଉପରେ ଅର୍ପଣ କରିଲେ ଶିବ ଲିଙ୍ଗ ସର୍ବଦା ଶାନ୍ତ ରହିଥାଏ। ଏଥିରେ କେବଳ ସକରାତ୍ମକ ଉର୍ଜା ବାହାରି ଥାଏ।

ଶିବ ଲିଙ୍ଗ ଉପରେ ପ୍ରତିଦିନ ବେଲପତ୍ର ଅର୍ପଣ କରନ୍ତୁ। ଏହା ଦ୍ବାରା ଘରର ବାତାବରଣ ପବିତ୍ର ରହିଥାଏ।

ଶିବ ଲିଙ୍ଗ ପାଖରେ କେବେବି ଶଙ୍ଖ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଘରର ବାତାବରଣ ଉଗ୍ର ବନିଯାଇଥାଏ।

ଶିବ ଲିଙ୍ଗ ପାଖରେ ତୁଳସୀ ପତ୍ରକୁ କେବେବି ରଖିବେ ନାହିଁ।

ଘରେ ଶିବ ଲିଙ୍ଗ ଥିଲେ ସେଠାରେ ନନ୍ଦିଙ୍କ ସ୍ଥାପନା କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *