Excuse Me Odisha

ଯାହା କହିବୁ ସତ କହିବୁ

୩ ଦିନ କରୁଥିବା ଏହି ଉପାୟ ଦେଇପାରେ ତୁରନ୍ତ ଚାକିରୀ। ଚାକିରୀରେ ଆସୁଥିବା ଅସୁବିଧାକୁ ଦୂର କରିବେ ଶନିଦେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୩ ଦିନ କରୁଥିବା ଏହି ଉପାୟ ଦେଇପାରେ ତୁରନ୍ତ ଚାକିରୀ। ଚାକିରୀରେ ଆସୁଥିବା ଅସୁବିଧାକୁ ଦୂର କରିବେ ଶନିଦେବ।

ପଢିବା ପରେ ଭଲ ଚାକିରୀଟିଏ ମିଳିଯାଉ ଏହା ସମସ୍ତଙ୍କର ସ୍ୱପ୍ନ ଅଟେ। ଯଦି ଚେଷ୍ଟା କରିବା ପରେ ମଧ୍ୟ ଚାକିରୀ ମିଳୁନାହିଁ ତେବେ ଛୋଟ ଉପାୟ କରନ୍ତୁ। ପରିଶ୍ରମ କରିବା ପରେ ମଧ୍ୟ ଯଦି ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଏପରି ସ୍ଥିତିରେ ଆପଣ ଭାବୁଥିବେ କଣ କରିବେ। ତ ଜ୍ୟୋତିଷରେ ଆପଣଙ୍କ କର୍ମର ଯେତେକି ଆବଶ୍ୟକ ଅଟେ ସେତିକି ଭାଗ୍ୟକୁ ବି ମାନାଯାଏ। କର୍ମ କରିବା ସହିତ ଭାଗ୍ୟର ବି ସାଥ ନିଶ୍ଚୟ ଆବଶ୍ୟକ।

ଯଦି ଆପଣଙ୍କୁ ଯେକୌଣସି କାର୍ଯ୍ୟରେ ଅସଫଳତା ମିଳୁଛି ତେବେ ଘରୁ ବାହାରକୁ ଯିବା ସମୟରେ ଲାଲି ଲଙ୍କାକୁ ନିଜ ଘରର ମୁଖ୍ୟ ଦ୍ୱାରରେ ରଖି ଆପଣ ତାହାକୁ ବାମ ପାଦ ତଳେ ରଖି ଆଗକୁ ଯାଆନ୍ତୁ। ପଛକୁ ବୁଲି ଚାହିଁବେ ନାହିଁ। ଏମିତି କରିଲେ ଆପଣଙ୍କ ଅସୁବିଧା ଦୂର ହୋଇଥାଏ ଏବଂ ସଫଳତା ମିଳିଥାଏ।

ଯଦି ଇଣ୍ଟରଭ୍ୟୁ ପାଇଁ ଯିବାକୁ ପଡେ ତେବେ ଗୋଟେ ଲେମ୍ବୁ ଏବଂ ୪ ଟି ଲବଙ୍ଗ ନେଇ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ହନୁମାନ ଚାଳିସା ପଢିବା ସମୟରେ ଲେମ୍ବୁର ଚାରି ପାର୍ଶ୍ଵରେ ଗୋଟେ ଗୋଟେ କରି ଲବଙ୍ଗ ପୋତି ଦିଅନ୍ତୁ ଏବଂ ଏହାପରେ ଓଁ ଶ୍ରୀଙ୍ଗ ହନୁମତେ ନମଃ ୫ ଥର ଜପ କରନ୍ତୁ। ଏହି ଲେମ୍ବୁକୁ ହନୁମାନଙ୍କ ଚରଣରେ ସ୍ପର୍ଶ କରିଦିଅନ୍ତୁ। ଯେଉଁ ବ୍ୟକ୍ତି ଇଣ୍ଟରଭ୍ୟୁ ପାଇଁ ଯିବେ ତାଙ୍କ ପକେଟରେ ତାହାକୁ ରଖି ଦିଅନ୍ତୁ। ଏମିତି କରିଲେ ଚାକିରୀର ଅସୁବିଧା ଦୂର ହୋଇଯିବ।

ଭଗବାନ ଶିବ ସମସ୍ତ ବ୍ୟକ୍ତିଙ୍କୁ ସମସ୍ତ ସମସ୍ୟାରୁ ବାହାର କରିଥାନ୍ତି। ଯଦି ବାରମ୍ବାର ଚାକିରୀରେ ବାଧା ଆସୁଥାଏ ତେବେ ସୋମବାର ଏବଂ ଶନିବାର ଦିନ ରସୁଣ ପିଆଜ ମାଛ ମାଂସ ମଦର ସେବନ କରିବେ ନାହିଁ। ସ୍ୱାତିକ ଆହାର ଗ୍ରହଣ କରିବେ। ଭଗବାନ ଶିବଙ୍କୁ ପ୍ରତିଦିନ ଚାଉଳର ଦାନା ଅର୍ପଣ କରନ୍ତୁ। ଚାକିରିର ସମସ୍ୟା ଦୂର ହୋଇଯିବ।

ଶନିଦେବ କର୍ମର ଫଳ ଦାତା ଅଟନ୍ତି। ଯଦି ଆପଣଙ୍କୁ ଲାଗୁଛି କି ଚାକିରୀରେ ବହୁତ ସମସ୍ୟା ଆସୁଛି ତ ଓଁ ନମଃ ଶନିଶ୍ଚରାୟ ନମଃ ମନ୍ତ୍ରର ୫ ଥର ପ୍ରତ୍ୟକ ଦିନ ସନ୍ଧ୍ୟାରେ ଜପ କରିନିଅନ୍ତୁ ଏହି ସମସ୍ୟା ଦୂର ହୋଇଯିବ।

ଯଦି ଚାକିରୀ ମିଳିବାରେ ବାଧା ଆସୁଛି କିମ୍ବା ଆପଣଙ୍କୁ ଆପଣଙ୍କର ଯୋଗ୍ୟତା ଅନୁସାରେ ଚାକିରୀ ମିଳୁନାହିଁ ତେବେ ଏହି ଉପାୟ କରନ୍ତୁ। ଶନିବାର ଦିନ ଶନିଦେବଙ୍କୁ ସମର୍ପଣ ଅଟେ ଏବଂ ଜୀବନରର ସମସ୍ତ ପ୍ରକାରର କର୍ମ ଏବଂ ତାର ଫଳରେ ଶନିଦେବଙ୍କ ସିଧା ସମ୍ବଦ୍ଧ ଥାଏ। କୌଣସି ବ୍ୟକ୍ତି ଯେଉଁ ପ୍ରକାରର କର୍ମ କରିଥାଏ ତାକୁ ଶନିଦେବ ସେହି ଅନୁସାରେ ଫଳ ଦେଇଥାନ୍ତି। ଯଦି କୁଣ୍ଡଳୀରେ ଶନିଦେବ ଅନୁକୂଳ ଅଟନ୍ତି ତେବେ କ୍ୟାରୀୟରେ ମନ ଇଛା ସଫଳତା ମିଳିଥାଏ ଏବଂ କୌଣସି ପ୍ରକାରର ବାଧା ଆସିନଥାଏ

ଯଦି ଶନିଦେବ କୁଣ୍ଡଳୀରେ ନେଗେଟିଭ ହୋଇଯିବେ ତେବେ ରୋଜଗାର ଏବଂ କ୍ୟାରୀୟରରେ ପ୍ରତ୍ୟକ ମୁହୂର୍ତ୍ତରେ ବାଧା ଆସିଥାଏ। ତେବେ ଶନିବାର ଦିନ ଏହି ଉପାୟ କରନ୍ତୁ। ଯଦି ଚାକିରୀ ମିଳିପାରୁନାହିଁ ତେବେ ଶୁକ୍ରବାର ଦିନ ରାତିରେ ବୁଟକୁ ପାଣିରେ ଭିଯାଇ ଦିଅନ୍ତୁ ଏବଂ ଏହା ଶନିବାର ଦିନ ସେହି ପାଣିରୁ ବୁଟକୁ ବାହାର କରିଦିଅନ୍ତୁ ଏବଂ ସୋରିଷ ତେଲରେ ରାନ୍ଧିବାକୁ ହେବ। ଏଥିରେ ଲୁଣ ମସଲା କିଛି ବି ପକେଇବେ ନାହିଁ ଏବଂ ଏହାକୁ କୌଣସି ବି ପଶୁକୁ ଖୁଆଇ ଦିଅନ୍ତୁ। ଏହି ପ୍ରୟୋଗ ଆପଣ ୩ ଟି ଶନିବାର ଲଗାତାର କରନ୍ତୁ। ଚାକିରୀ ମିଳିବାର ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *