Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କର ଏହି ଦୁଇଟି କାର୍ଯ୍ୟ ପୁରୁଷ ବ୍ୟକ୍ତି ଦେଖିଲେ, ହୋଇଥାଏ ଘୋର ପାପ। ମୃତ୍ୟୁ ପରେ ମିଳିଥାଏ କଠୋର ଶାସ୍ତି।

ସେୟାର୍ କରନ୍ତୁ

ଆପଣ ସମସ୍ତେ ଗରୁଡ଼ ପୁରାଣ ବିଷୟରେ ଜାଣି ଥିବେ। ଆମ ସନାତନ ଧର୍ମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହାପୁରାଣ ହେଉଛି ଗରୁଡ଼ ପୁରାଣ। ଏହି ପୁରାଣ ଆମକୁ ସଠିକ ଓ ଭୁଲ ବିଷୟରେ ସୂଚନା ଦେଇଥାଏ। ଏଥିରେ ତ୍ୟାଗ, ଜ୍ଞାନ, ଭକ୍ତି, ନିଷ୍କାମ କର୍ମ, ଯଜ୍ଞ, ଦାନ, ତପ, ତୀର୍ଥ ଆଦି କର୍ମକୁ ଅଧିକ ଗ୍ରୁରୁତ୍ଵ ମାନା ଯାଇଛି।

ଗରୁଡ଼ ପୁରାଣରେ ମନୁଷ୍ୟକୁ ମୃତ୍ୟୁ ପରେ କେଉଁ କର୍ମ ଆଧାରରେ ଶାସ୍ତି ମିଳିଥାଏ। କହିବାକୁ ଗଲେ ଏହି ଗରୁଡ଼ ପୁରାଣରେ ୧୯ ହଜାର ଗୋଟି ଶ୍ଳୋକ ରହିଛି, ଯାହାଦ୍ଵାରା ଆମକୁ ପୂଣ୍ୟ ଓ ପାପ ପ୍ରାପ୍ତି ହୋଇଥାଏ। ଗରୁଡ଼ ପୁରାଣରେ ପୁରୁଷ ମାନଙ୍କୁ ମହିଳା ମାନେ ଏହି ଦୁଇଟି କାର୍ଯ୍ୟ କରିଥିବାର ଦେଖିବା ଉଚିତ ନୁହେଁ। ଯଦି ପୁରୁଷ ଏଭଳି କରନ୍ତି, ତାହେଲେ ତାଙ୍କୁ ମୃତ୍ୟୁ ପରେ ନର୍କ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ପୁରୁଷ ମାନେ ମହିଳା ମାନଙ୍କର କେଉଁ ଦୁଇଟି ସ୍ଥିତି ଦେଖିବା ପାପ ହୋଇଥାଏ।

ସନ୍ତାନକୁ ସ୍ତନ୍ୟପାନ କରେଇବା ସମୟରେ :-

ଶିଶୁ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ମାଆ କ୍ଷୀର ପାନ କରିଥାଏ।ଏହି ସମୟରେ ଶିଶୁ ନିଜର ଭୋକ ଶାନ୍ତ କରିବା ପାଇଁ ମାଆ କ୍ଷୀର ଉପରେ ହିଁ ନିର୍ଭର କରିଥାଏ। ସେଥିପାଇଁ ମାଆ ମାନଙ୍କୁ ଗଣମାଧ୍ୟମରେ ମଧ୍ୟ ପିଲାକୁ ସ୍ତନ୍ୟପାନ କରେଇବାକୁ ପଡ଼ିଥାଏ। ମହିଳା ମାନେ ଶିଶୁକୁ ସ୍ତନ୍ୟପାନ କରାଉଥିବା ସମୟରେ ପୁରୁଷ ମାନଙ୍କୁ ଦେଖିବା ଉଚିତ ନୁହେଁ। ଗରୁଡ଼ ପୁରାଣ ଅନୁସାରେ ଏହାକୁ ପାପ ମାନା ଯାଇଥାଏ। କୁହାଯାଏ କି ପୁରୁଷ ମହିଳା ମାନଙ୍କ ଉପରେ କୁଦ୍ରୁଷ୍ଟି ପକାଇ ଥାଏ। ତେଣୁ ପୁରୁଷ ମାନଙ୍କୁ ମୃତ୍ୟୁ କରେ ନର୍କରେ କଠୋର ଦଣ୍ଡ ମିଳିଥାଏ

ସ୍ନାନ କରୁଥିବା ସମୟରେ :-

ପୁରାତନ ଯୁଗରେ ଅନେକ ସ୍ଥାନରେ ସ୍ନାନ ଗୃହ ନଥିଲା। ତେଣୁ ମହିଳା ମାନେ ନଦୀ ଓ ପୋଖରୀରେ ସ୍ନାନ କରୁଥିଲେ। ନଚେତ କୌଣସି ଖୋଲା ସ୍ଥାନରେ ସ୍ନାନ କରୁଥିଲେ। ଗରୁଡ଼ ପୁରାଣରେ କୁହାଯାଇଛି କି କୌଣସି ପୁରୁଷ ବ୍ୟକ୍ତି, ମହିଳା ମାନେ ସ୍ନାନ କରୁଥିବା ସମୟରେ ଦେଖିବା ଉଚିତ ନୁହେଁ। ନଚେତ ଏଭଳି କରିବା ଦ୍ୱାରା ମୃତ୍ୟୁ ପରେ କଠୋର ଦଣ୍ଡ ମିଳିଥାଏ। ଏଥିପାଇଁ କୌଣସି ମହିଳା ସ୍ନାନ କରୁଥିବା ସମୟରେ ରଙ୍କୁ ଦେଖିବା ପାପର ଭାଗୀଦାର ହେବା ସହିତ ସମାନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *