Excuse Me Odisha

ଯାହା କହିବୁ ସତ କହିବୁ

ଗରମ ତାୱାରେ ରୁଟି କରିବା ପୂର୍ବରୁ କରନ୍ତୁ ଏହି ଛୋଟିଆ କାମ, ସାରା ଜୀବନ ଧନସମ୍ପତ୍ତି ଭରି ଯିବ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଧନ ପ୍ରାପ୍ତି ପାଇଁ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ପ୍ରୟୋଗ କରି ବ୍ୟକ୍ତି ଧନବାନ ହୋଇ ପାରିବେ।

ଲବଙ୍ଗ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଦୀପ ଜଳାଇବା ସମୟରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ସେହି ଦୀପରେ କିଛି ଲବଙ୍ଗ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ।

କର୍ପୁର :-

ହିନ୍ଦୁଧର୍ମରେ କୌଣସି ବିଶେଷ ପୂଜା ଅନୁଷ୍ଠାନ କରିବା ଦ୍ୱାରା କର୍ପୁର ଜଳା ଯାଇଥାଏ। ଯଦି କର୍ପୁରକୁ ପ୍ରତ୍ୟେକଦିନ ସନ୍ଧ୍ୟା ସମୟରେ ଜଳାଯାଏ, ତାହେଲେ ଘରର ନକାରାତ୍ମକ ଉର୍ଜା ଦୂର ହୋଇ ସକାରାତ୍ମକ ଊର୍ଜା ସଞ୍ଚାର ହୋଇଥାଏ।

ପକ୍ଷୀ ମାନଙ୍କୁ ଦାନା ଦିଅନ୍ତୁ :-

ହିନ୍ଦୁଧର୍ମରେ ଦାନର ବିଶେଷ ମହତ୍ତ୍ଵ ରହିଛି। ମାନ୍ୟତା ରହିଛି ଦାନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସୁଖସମୃଦ୍ଧି ବାସ କରିଥାଏ।ଯଦି ଆପଣ କ୍ୟାରିୟରରେ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରତ୍ୟେକଦିନ ପକ୍ଷୀ ମାନଙ୍କୁ ଦାନା ଓ ପାଣି ଖାଇବାକୁ ଦିଅନ୍ତୁ

ତାବାରେ କ୍ଷୀର ସିଞ୍ଚନ କରନ୍ତୁ :-

ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଏବଂ ଘରେ ସୁଖଶାନ୍ତି ବିରାଜମାନ କରିବା ପାଇଁ ଚାହୁଁଥିଲେ, ରୁଟି କରିବା ସମୟରେ ଅଳ୍ପ କ୍ଷୀର ସିଞ୍ଚନ କରନ୍ତୁ। ଏଭଳି କରିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ଓ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ।

ତୁଳସୀ ଗଛରେ କ୍ଷୀର ଅର୍ପଣ କରନ୍ତୁ :-

ଯଦି ଆପଣ ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି, ତାହେଲେ ପ୍ରତ୍ୟେକ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରନ୍ତୁ।ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *