ଆଜି ରାତିରେ ଏହାକୁ ପଢିନେବେ ତ ପ୍ରତ୍ୟକ କରଜରୁ ମିଳିବ ମୁକ୍ତି! ନିଶ୍ଚୟ ଥରେ ପଢନ୍ତୁ !
ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ରାତିରେ ଏହାକୁ ଶୁଣିନେବେ ତ ପ୍ରତ୍ୟକ କରଜରୁ ମିଳିବ ମୁକ୍ତି। ନିଶ୍ଚୟ ଶୁଣନ୍ତୁ।
ଦୁନିଆରେ ଏମିତି କୌଣସି ଲୋକ ନାହିଁ ଯାହାର ଧନର ଇଛା ରଖିନଥିବ। ସମସ୍ତେ ଏହା ଚାହିଁଥାନ୍ତି କି ତା ପାଖରେ ଏତେ ଟଙ୍କା ରହୁ ଯାହା ଦ୍ୱାରା ସେ ନିଜର ସମସ୍ତ ଇଛା ପୂରଣ କରିପାରିବ। ଯଦି ବେସି ନହେଉ କିନ୍ତୁ କମସେକମ ଏତିକି ଧନ ରହୁ ଯେମିତି ସେ ନିଜର ଗୁଜୁରାଣ କରିପାରିବ। ଧନ ପ୍ରାପ୍ତ କରିବା ପାଇଁ କିଛି ଲୋକ ଠିକ ରାସ୍ତା ବାଛି ଥାନ୍ତି ସେମାନେ ଧନ ପ୍ରାପ୍ତି ପାଇଁ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ କିଛି ଲୋକ ଛଳ କପଟର ସାହାରା ନେଇ ଅତି ଶୀଘ୍ର ଧନ ରୋଜଗାର କରିବାର କାମନା କରିଥାନ୍ତି।
ଆଉ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନଙ୍କ ପାଖରେ ଟଙ୍କା ଅଧିକ ଦିନ ପର୍ଯ୍ୟନ୍ତ ରହେନାହିଁ। କେବେ କେବେ ଜୀବନରେ ଏମିତି ସମସ୍ୟା ଆସିଯାଏ ଏମିତି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଯାହା ଅସମ୍ଭବ ଲାଗିଥାଏ। ଏପରି ସ୍ଥିତିରେ ଗଜେନ୍ଦ୍ର ମୋକ୍ଷର ପାଠ ସର୍ବଶ୍ରେଷ୍ଠ ଫଳଦାୟୀ ଅଟେ। ଏହା ଦ୍ବାରା କରଜ ଏବଂ ପିତୃଦୋଷରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର।
ଶ୍ରୀ ସୁକଦେଵ ଯାହାକୁ କହିଲା ବୁଦ୍ଧି ଦ୍ୱାରା ଆଗରୁ ବର୍ଣ୍ଣିତ ରୀତିରୁ ନିଶ୍ଚୟ କରି ମନକୁ ହୃଦୟ ଦେଶରେ ସ୍ଥିର କରି ସେହି ଗଜରାଜ ନିଜର ପୂର୍ବ ଜନ୍ମରୁ ଶିଖି କଣ୍ଠସ୍ଥ କରି ସର୍ବଶ୍ରେଷ୍ଠ ଏବଂ ବାରମ୍ବାର ପୁନରାବୃତ୍ତିର ନିମ୍ନଲିଖିତ ସ୍ତତ୍ରର ମନେ ମନେ ପାଠ କରିବାକୁ ଲାଗିଲା। ଗଜରାଜ ମନେ ମନେ କହିଲା ଯାହାର ପ୍ରବେଶ କରିବା ମାତ୍ରେ ଏହି ଯୋଡ ଶରୀର ଏବଂ ମନ ଆଦି ବି ଚେତନ ବନିଯାଏ।
ଓଁ ଶବ୍ଦର ଦ୍ୱାରା ଲିଖିତ ତଥା ସମ୍ପୂର୍ଣ୍ଣ ଶରୀରରେ ପ୍ରକୃତି ଏବଂ ପୁରୁଷ ରୂପରେ ପ୍ରବେଶ ହୋଇ ସର୍ବବ୍ୟାପୀ ପ୍ରମେଶ୍ୱରଙ୍କୁ ଆମେ ମନେ ମନେ ପ୍ରଣାମ କରିଥାଉ। ଯାହାଙ୍କ ସାହାରାରେ ଏହି ବିଶ୍ୱ ଟେକି କରି ଅଛି ଯିଏ ଏହି ସଂସାରର ରଚନା କରିଥିଲେ ଏବଂ ଯିଏ ସ୍ଵୟଂ ହିଁ ଏହି ରୂପରେ ପ୍ରକଟ ଅଛନ୍ତି। ତଥାପି ଯିଏ ଏହି ଜଗତରେ ଏବଂ ଏହାର କାରଣରୁ ଭୁତ ପ୍ରକୃତିରେ ସର୍ବଦା ଦୂରରେ ଏବଂ ଶ୍ରେଷ୍ଠ ଅଟେ। ଆପଣ ବିନା କୌଣସି କାରଣରୁ ଭବନରେ ଶରଣ ନେଉଛି।
ନିଜର ସକଳ୍ପ ଶକ୍ତି ଦ୍ୱାରା ନିଜର ହିଁ ସ୍ୱରୂପ ରଚିତ କରି ଏବଂ ଏଥିପାଇଁ ସୃଷ୍ଟିର କାଳରେ ପ୍ରକଟ ଏବଂ ପ୍ରଳୟ କାଳରେ ସେହିପରି ଅପ୍ରକଟ ରହିଥିବା ଏହି ଶାସ୍ତ୍ର ପ୍ରସିଦ୍ଧ କାର୍ଯ୍ୟ କାରଣରୁ ଜଗତକୁ ଯେଉଁ ଆକୁଣ୍ଠିତ ଦୃଷ୍ଟି ହେବା କାରଣରୁ ସାକ୍ଷୀ ଭାବରେ ଦେଖନ୍ତି ତାଙ୍କ ଠାରୁ ବିଚଳିତ ହୁଅନ୍ତି ନାହିଁ। ପ୍ରଭୁ ମୋର ରକ୍ଷା କରନ୍ତୁ। ସମୟ ଯୋଗୁ ସମ୍ପୂର୍ଣ୍ଣ ଲୋକରେ ବ୍ରହ୍ମା ଆଦି ଲୋକ ପାଳରୁ ପଞ୍ଚ ଭୁତରେ ପ୍ରବେଶ କରି ତଥା ପଞ୍ଚ ଭୁତକୁ ନେଇ ମହାତତ୍ୱ ପରିୟନ୍ତ୍ର ସମ୍ପୂର୍ଣ୍ଣ କାରଣରୁ ତାଙ୍କର କରୁଣା ରୂପ ପ୍ରକୃତିରେ ଲିନ ହେବା ପରେ କିଛି ସମୟ ଦୁର୍ଯ୍ୟୟ ତଥା ଅପାର ଅନ୍ଧକାର ପ୍ରକୃତି ବଞ୍ଚିତ ଥିଲା।
ସେହି ଅନ୍ଧକାରରେ ତାଙ୍କର ପରମ ଧାମରେ ଯିଏ ସର୍ବବ୍ୟାପୀ ଭଗବାନ ସବୁଠାରେ ଥାନ୍ତି ସେ ପ୍ରଭୁ ମୋର ରକ୍ଷା କରନ୍ତୁ। ଭିନ୍ନ ଭିନ୍ନ ରୂପରେ ନାଟକ କରୁଥିବା ବାସ୍ତବିକ ସ୍ୱରୂପକୁ ଯେଉଁ ପ୍ରକାରର ସାଧାରଣ ଦର୍ଶକ ଜାଣି ପାରନ୍ତି ନାହିଁ ସେହି ପ୍ରକାରରେ ସର୍ବ ପ୍ରଧାନ ଦେବତା ଅଥବା ଋଷି ବି ଯେଉଁମାନଙ୍କର ସ୍ୱରୂପକୁ ଜାଣିନାହୁଁ ପୁଣି ଅନ୍ୟ ସାଧାରଣ ଯିବ କିଏ ଅଟେ। ଯିଏ ଜାଣିପାରିବ ଅଥବା ବର୍ଣ୍ଣନା କରିପାରିବ। ସେହି ଦୁର୍ଗମ ଚରିତ୍ର ଥିବା ପ୍ରଭୁ ମୋର ରକ୍ଷା କରନ୍ତୁ। ଆସକ୍ତିରୁ ସର୍ବଦା ନିବୃତ ସମ୍ପୂର୍ଣ୍ଣ ପ୍ରାଣୀରେ ଆତ୍ମବୁଦ୍ଧି ରଖୁଥିବା ସମସ୍ତଙ୍କ ହୃଦୟରେ ତଥା ଅତିଶୟ ସାଧୁ ମୁନି ଗଣ ଯାହାର ପରମ ମଙ୍ଗଳମୟ ସ୍ୱରୂପର ସାକ୍ଷତ ବଣରେ ରହିକରି ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତର ପାଳନ କରନ୍ତି ସେହି ପ୍ରଭୁ ହିଁ ମୋର ଗତି ଅଟେ।
ଯାହାର ଆମର ଭଳି କର୍ମ ବସତ ଜନ୍ମ ହୋଇଥାଏ ନାଁ ଯାହା ଦ୍ୱାରା ଅଂହକାର ପ୍ରେରିତ କରିଥାନ୍ତି। ଯାହାର ନିର୍ଗୁଣ ସ୍ୱରୂପର ନାଁ କେବଳ ନାମ ଅଛି ନାଁ ରୂପ ଅଛି ସେ ସମୟ ଅନୁସାରେ ଜଗତର ସୃଷ୍ଟି ଏବଂ ପ୍ରଳୟ ପାଇଁ ସ୍ଵୀଇଛାରେ ଜନ୍ମ ଆଦିକୁ ସ୍ୟୁକାର କରନ୍ତି ସେହି ଅନନ୍ତ ସ୍ୱରୂପ ସମ୍ପୂର୍ଣ୍ଣ ପରମ ବ୍ରହ୍ମ ପରମେଶ୍ବରଙ୍କୁ ନମସ୍କାର ଅଟେ। ସେହି ପ୍ରକୃତିକ ଆକାର ଏବଂ ବଡ଼ ଆକାର ଥିବା ଅଦ୍ଭୁତ କର୍ମା ଭଗବାନଙ୍କୁ ବାରମ୍ବାର ନମସ୍କାର ଅଟେ। ସେହି ଭଗବାନଙ୍କୁ ଯାହାର ମନ ବାଣୀ ଚିତ ବୃତିରେ ବି ସର୍ବଦା ଲିପ୍ତ ତାଙ୍କୁ ବାରମ୍ବାର ନମସ୍କାର ଅଟେ। ମୋକ୍ଷ ସୁଖ ଦେଉଥିବା ପ୍ରଭୁଙ୍କୁ ନମସ୍କାର ଅଟେ। ସମ୍ପୂର୍ଣ୍ଣ ରୂପରେ ଥିବା ଭଗବାନଙ୍କୁ ମୋର ପ୍ରଣାମ ଅଟେ।
ସମ୍ପୂର୍ଣ୍ଣ ବେଦ ଏବଂ ମୋକ୍ଷ ରୂପ ଏବଂ ଶ୍ରେଷ୍ଠ ପୁରୁଷ ପରମଗତି ଭଗବାନଙ୍କୁ ନମସ୍କାର ଅଟେ। ସମସ୍ତଙ୍କ ପ୍ରତି ଦୟାଳୁ ପ୍ରଭୁଙ୍କୁ ମୋର ନମସ୍କାର ଅଟେ। ନିଜର ଅଂଶରେ ସମ୍ପୂର୍ଣ୍ଣ ଜଗତରେ ଅନ୍ତର୍ଯ୍ୟାମୀ ପ୍ରଭୁଙ୍କୁ ମୋର ନମସ୍କାର ଅଟେ। ଶରୀର ପୁତ୍ର ମିତ୍ର ସମ୍ପତି ଏବଂ କୂଟମ୍ବରେ ଆସକ୍ତି ଲୋକଙ୍କ ଦ୍ୱାରା କଠିନତାରେ ପ୍ରାପ୍ତ ହେଉଥିବା ତଥା ମୁକ୍ତ ପୁରୁଷ ଦ୍ୱାରା ନିଜର ହୃଦୟରେ ନିରନ୍ତର ଚିନ୍ତିତ ଜ୍ଞାନ ସ୍ୱରୂପ ସର୍ବବ୍ୟାପୀ ଭଗବାନଙ୍କୁ ନମସ୍କାର ଅଟେ।
ପୂର୍ବକାଳରେ ହିମାଳୟର କିଛି ଦୂରରେ ତ୍ରିକୁଟ ନାମରେ ଗୋଟିଏ ପାହାଡ ଥିଲା। ସେହି ପାହାଡର ତିନୋଟି ଚୂଡା ଥିଲା। ଗୋଟିଏ ସୁନାର ଗୋଟିଏ ରୂପାର ଏବଂ ଅନ୍ଯଟି ଲୁହାର। ପାହାଡ ନିକଟବର୍ତ୍ତୀ ସମତଳ ଭୂମିରେ ଥିଲା ଏକ ମନୋରମ ସରୋବର। ଦିନେ ଏକ ଦଳପତି ହାତୀ ଅନ୍ଯ ହାତୀମାନଙ୍କ ସହିତ ଆସି ଏହି ସରୋବରରେ ପ୍ରବେଶ କରି ସ୍ନାନ କରୁଥିବା ସମୟରେ ହଠାତ ଏକ ବିରାଟକାୟ କୁମ୍ଭୀର ଏହି ଗଜେନ୍ଦ୍ରର ଗୋଟିଏ ଗୋଡକୁ କାମୁଡି ଜଳ ମଧ୍ଯକୁ ଟାଣି ନେବାକୁ ଲାଗିଲା ଗଜରାଜ ନିଜକୁ କୁମ୍ଭୀର କବଳରୁ ମୁକ୍ତ କରିବା ଲାଗି ଯଥାସାଧ୍ୟ ଚେଷ୍ଟା କଲା।
କୁମ୍ଭୀର ଏବଂ ହାତୀ ମଧ୍ଯରେ ଖୂବ ଟଣାଟଣି ଚାଲିଲା। ଗଜ ରାଜ କୁମ୍ଭୀର ଲଢେ଼ଇ ହଜାରେ ବର୍ଷ ଧରି ଚାଲିଲା। ଏହି ସମୟରେ ଦେବତାମାନେ ଉପସ୍ଥିତ ହୋଇ ଉଭୟଙ୍କ ଯୁଦ୍ଧ ଦେଖିବାକୁ ଲାଗିଲେ। ଗଜେନ୍ଦ୍ର ଭାବିବାକୁ ଲାଗିଲା ମୋ ନିଜର ଏତେ ଶକ୍ତି ଥାଉ ଥାଉ କୁମ୍ଭୀର କବଳରୁ ମୁଁ ନିଜକୁ ବଞ୍ଚାଇପାରୁ ନାହିଁ। ବର୍ତ୍ତମାନ ଅଗତିର ଗତି ସର୍ବଶକ୍ତିମାନ ସେହି ଭଗବାନଙ୍କର ଶରଣାଗତ ହେବା ଛଡା ମୋର ଅନ୍ଯ କୌଣସି ଉପାୟ ନାହିଁ। ପୂର୍ବ ଜନ୍ମର ସଂସ୍କାର ରହିଥିବା ଯୋଗୁଁ ସେ ଭଗବାନଙ୍କର ସ୍ତବ କରିବାକୁ ଆରମ୍ଭ କଲା।
ଗଜରାଜ କରୁଣ କଣ୍ଠରେ କହିଲା ହେ ପ୍ରଭୁ ତୁମେ ହିଁ ହେଉଛ ସକଳ ଜୀବର ବନ୍ଧୁ ତୁମେ ହେଉଛ ଜଗତର ଆଧାର ତୁମେ ଏ ବିଶ୍ବର ସ୍ରଷ୍ଟା ଏବଂ ନିଜେ ହିଁ ବିଶ୍ବ। ସାଧୁଗଣ ଯାହାଙ୍କ ଦର୍ଶନ ପାଇଁ ତପସ୍ଯା କରନ୍ତି ସେଇ ପରମେଶ୍ବରଙ୍କର ମୁଁ ଶରଣ ନେଲି। ସେଇ ପରମେଶ୍ବର ବ୍ରହ୍ମଙ୍କୁ ମୁଁ ପ୍ରଣାମ କରୁଛି। ପ୍ରଭୁ ମୋତେ ଏବିପଦରୁ ଉଦ୍ଧାର କର। ତୁମ ଛଡା ମୋର ଆଉ କେହି ସାହାଭରସା ନାହିଁ। ଗଜରାଜର ଡାକ ଶୁଣି ଦୟାମୟ ଶ୍ରୀହରି ଗରୁଡ ବାହନରେ ଆସି ସେଠାରେ ଉପସ୍ଥିତ ହେଲେ। ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣଙ୍କୁ ଦେଖି ଗଜପତି ସରୋବର ମଧ୍ଯରୁ ଗୋଟିଏ ପଦ୍ମଫୁଲ ଶୁଣ୍ଢରେ ଆଣି ଶ୍ରୀହରିଙ୍କୁ ଅର୍ପଣ କଲା ଏବଂ ଯନ୍ତ୍ରଣାଜନିତ କ୍ଷୀଣ ସ୍ବରରେ କହିଲା ହେ ନାରାୟଣ ହେ ଭଗବାନ ତୁମକୁ ପ୍ରଣାମ କରୁଛି। ମୋତେ ରକ୍ଷା କର ।
ଶ୍ରୀଭଗବାନ ଗରୁଡ ଉପରେ ଥାଇ ଚକ୍ରପେଶି କୁମ୍ଭୀରର ମୁଖକୁ ଛେଦନ କଲେ। ଗଜେନ୍ଦ୍ର ରକ୍ଷା ପାଇଲା। ଏହି କୁମ୍ଭୀର ଥିଲା ଅଭିଶପ୍ତ ଗନ୍ଧର୍ବ। ଜଣେ ସ୍ନାନରତ ମୁନିଙ୍କର ଅଭିଶାପ ଯୋଗୁଁ ସେ କୁମ୍ଭୀର ଜନ୍ମ ପାଇଥିଲା। ଶ୍ରୀହରିଙ୍କ ସ୍ପର୍ଶରେ ତାର ଅଭିଶାପ ମୋଚନ ହେଲା। ଗନ୍ଧର୍ବ ଭଗବାନଙ୍କୁ ସ୍ତୁତି ଓ ପ୍ରଣାମ କରି ଗନ୍ଧର୍ବ ଲୋକକୁ ଫେରିଗଲା।