Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ଗାଈକୁ ଏହି ଗୋଟିଏ ଜିନିଷ ଖୁଆଇ ଦିଅନ୍ତି,ତାର ପୁରା ପରିବାର ନର୍କରେ ଯାଇଥାନ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ସ୍ତ୍ରୀ ଗାଈକୁ ଏହି ୧ ଜିନିଷ ଖୁଆଇ ଦିଅନ୍ତି ତାର ପୁରା ପରିବାର ନର୍କରେ ଯାଇଥାନ୍ତି।

ହିନ୍ଦୁ ଧର୍ମରେ ଗାଈକୁ ଅତ୍ୟନ୍ତ ପୂଜନୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ପ୍ରାଣୀ ମାନାଯାଏ। ଆମର ଧର୍ମରେ ଗାଈକୁ ମା କହି ସମ୍ବଦ୍ଧିତ କରାଯାଏ। ସମସ୍ତ ଦେବୀ ଦେବତା ମଧ୍ୟ ଗାଈର ପୂଜା କରିଥାନ୍ତି। ସମୁଦ୍ର ମନ୍ଥନ ସମୟରେ ଉତ୍ପନ ହୋଇଥିବା କାମଧେନୁ ମା ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ଆମେ ଗାଈକୁ କାମଧେନୁ ମା ମାନି କରି ତାଙ୍କର ପୂଜା କରିବା ଉଚିତ। ଏମିତି କଲେ ଆମର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏମିତି ମାନ୍ୟତା ଅଛି ଗାଈ ଶରୀରରେ ସମସ୍ତ ଦେବୀ ଦେବତାଙ୍କ ବାସ ହୋଇଥାଏ।

ଆମର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ରୁକ ବେଦରେ ବି ଆମକୁ ଏହା କୁହାଯାଇଛି ଯେ ଗାଈକୁ ମା ଭଉଣୀ ଝିଅ ଭଳି ମାନିବା ଉଚିତ। ଆଉ ଏହି ପ୍ରକାରର ଶାନ୍ତ ଜୀବକୁ କେବେବି ମାରିବା ଉଚିତ ନୁହେଁ। ଗାଈର ହତ୍ୟା କରିବା ମହାପାପ ବୋଲି ମାନାଯାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କଳିଯୁଗରେ ମନୁଷ୍ୟ କେବଳ କ୍ଷୀର ପାଇଁ ହିଁ ଗାଈକୁ ପାଳନ କରିବେ ଖୀରରୁ ଟଙ୍କା ରୋଜଗାର କରିବା ପାଇଁ ସେମାନେ ଗାଈକୁ ବହୁତ କଷ୍ଟ ଦେବେ ଯେଉଁ କାରଣରୁ ଏହି ସୃଷ୍ଟିର ଅନ୍ତ ହେବ। ଯେଉଁ ମନୁଷ୍ୟ କଳିଯୁଗରେ ବି ଗାଈର ସେବା ନିସ୍ୱାର୍ଥ ଭାବରେ କରିବ ସେ ସୁଖ ସମୃଦ୍ଧି ପାଇବ।

ଯେଉଁ ସ୍ତ୍ରୀ ପ୍ରଥମ ରୋଟି ଗାଈ ପାଇଁ କାଢ଼ିବେ ସେ ସୌଭାଗ୍ୟଶାଳୀ ହେବ। ଯେଉଁ ଘରେ ଗାଈର ପଞ୍ଚଦ୍ରବ୍ୟ ଗୋବର ରଖିବ ସେ ସମସ୍ତ ରୋଗରୁ ମୁକ୍ତ ହୋଇ ଐଶ୍ୱର୍ଯ୍ୟଶାଳି ବନିବ। ହିନ୍ଦୁ ଧର୍ମରେ ଗାଈର ସେବାକୁ ସର୍ବଶ୍ରେଷ୍ଠ ମାନାଯାଏ ଏବଂ ଯେଉଁ ବ୍ୟକ୍ତି ପ୍ରତିଦିନ କୌଣସି ନାଁ କୌଣସି ପ୍ରକାରର ଗାଈର ସେବା କରିଥାଏ ସେ ମୃତ୍ୟୁ ପରେ ଭଗବାନ ବିଷ୍ଣୁଙ୍କ ବୈକୁଣ୍ଠ ପୁରକୁ ଯାଇଥାଏ। ଗାଁ ହେଉ କିମ୍ବା ସହରରେ ଲୋକେ ଯିଏ ଯେଉଁ ପ୍ରକାରର ଗାଈର ସେବା କରିଥାନ୍ତି।

ସହରରେ ଜାଗାର କମି ହେତୁ ଲୋକେ କୌଣସି ନାଁ କୌଣସି ପ୍ରକାରର ଗାଈର ସେବା କରିଥାନ୍ତି ଯେମିତିକି ଗୋଶାଳା ଯାଇ କିମ୍ବା ଆଖପାଖରେ ଥିବା ଗାଈକୁ ୨ ଟି ରୋଟି ଖୁଆଇ ଦେଇଥାନ୍ତି। ଗାଈକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନିବା ଉଚିତ। ପ୍ରାଚୀନ କାଳରୁ ଗାଈର ସେବା ଏବଂ ତାଙ୍କର ଯତ୍ନ ନେବାର ପରମ୍ପରା ଚାଲିଆସୁଛି। ପୌରାଣିକ କଥାରେ ପଢିଥିବେ ଆଗରୁ ଋଷି ମୁନି ମାନେ ନିଜର ଆଶ୍ରମରେ ଗାଈଙ୍କୁ ପାଳନ କରି ତାଙ୍କର ସେବା କରୁଥିଲେ। ଭଗବାନ ଶ୍ରୀକୃଷ୍ଣ ବି ଗାଈକୁ ବହୁତ ମହତ୍ୱ ଦେଉଥିଲେ। ହିନ୍ଦୁ ଘରେ ପ୍ରଥମ ରୁଟି ଗାଈ ପାଇଁ ପ୍ରସ୍ତୁତ କରାଯାଏ ଏବଂ ପ୍ରମରେ ସହକାରେ ତାଙ୍କୁ ଖାଇବାକୁ ଦିଅନ୍ତି।

ଆଜି ଆମେ ଜାଣିବା ଗାଈକୁ କେଉଁ ଜିନିଷ ଖାଇବାକୁ ଦେବା ଉଚିତ ଏବଂ କେଉଁ ଜିନିଷ ଖାଇବାକୁ ଦେବା ଅନୁଚିତ।

ଗାଈ ବହୁତ ଶୁଭ ହୋଇଥାଏ ତାଙ୍କର ଦର୍ଶନ ମାତ୍ରେ ହିଁ ଆମକୁ ପୁଣ୍ୟ କର୍ମର ପ୍ରାପ୍ତି ହୋଇଥାଏ। ଏଥିପାଇଁ ଯେଉଁ ଘରର ଦ୍ଵାରକୁ ପ୍ରତିଦିନ ଗାଈ ଆସିଥାଏ ସେହି ଘରକୁ କେବେବି ଅକାଳ ମୃତ୍ୟୁ ଆସେନାହିଁ ଏବଂ ଏମିତି ଘରକୁ କେବେବି ସଙ୍କଟ ଆସେନାହିଁ।

ଯଦି କୌଣସି ଜାଗାକୁ ଯାତ୍ରା କରିବା ସମୟରେ ଗାଈର ଦର୍ଶନ ହୋଇଯାଏ ତେବେ ଆମକୁ ତାଙ୍କୁ ପ୍ରଣାମ କରି ଆଗକୁ ବଢିବା ଉଚିତ। ଏହା ଦ୍ବାରା ଆମର ଯାତ୍ରା ସୁଖଦ ଏବଂ ସଫଳ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୁଣ୍ଡଳୀରେ ପିତୃଦୋଷ ଥାଏ ତ ଅନ୍ୟ ଉପାୟ ସହିତ ଗାଈକୁ ପ୍ରତିଦିନ ରୋଟି ଏବଂ ସବୁଜ ଘାସ ଖାଇବାକୁ ଦେଲେ ଲାଭ ପ୍ରାପ୍ତ ହୋଇଥାଏ ଏବଂ ପିତୃଦୋଷରୁ ମୁକ୍ତି ମିଳିଥାଏ।

ଯଦି କୁଣ୍ଡଳୀରେ ଶନିଙ୍କ ସାଢ଼େସାତି କିମ୍ବା ମହାଦୋଷା ଥାଏ ତେବେ ତେବେ ପ୍ରତ୍ୟକ ଶନିବାର ଏବଂ ଅମାବାସ୍ୟାରେ କଳା ରଙ୍ଗର ଗାଈକୁ ରୋଟି ଖାଇବାକୁ ଦେବା ଉଚିତ। ଏମିତି କଲେ ଶନିଦୋଷାରୁ ମୁକ୍ତି ମିଳିଥାଏ।

ଗାଈର ମୂତ୍ର ବହୁତ ଉପଯୋଗୀ ପବିତ୍ର ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ହିତକାରୀ ହୋଇଥାଏ। ଆଧ୍ୟାତ୍ମିକ ଦୃଷ୍ଟିରୁ ଗାଈର ମୂତ୍ର ବହୁତ ଅଧିକ ହିତକାରୀ ହୋଇଥାଏ ଏହା ସହିତ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ଏହାକୁ ଲାଭକାରୀ ମାନାଯାଏ। ଏହା ଆମ ଶରୀରରେ ବହୁତ ରୋଗର ନିବାରଣ କରିଥାଏ। ଗାଈର ମୂତ୍ରକୁ ଘରେ ଛିଞ୍ଚନ କଲେ ବାତାବରଣରେ ଶୁଦ୍ଧତା ଏବଂ ପବିତ୍ରତା ବ୍ୟାପ୍ତ ହୋଇଥାଏ। ଏଥିପାଇଁ ପ୍ରତିଦିନ ଗାଈର ମୂତ୍ର ଘରେ ଛିଞ୍ଚନ କରିବା ଉଚିତ।

ଆସନ୍ତୁ ଜାଣିବା ଗାଈକୁ କେଉଁ ଜିନିଷ ଖାଇବାକୁ ଦେବା ଉଚିତ।

ନିଜର ଦ୍ଵାରକୁ ଆସିଥିବା ଗାଈକୁ କେବେବି ବିନା ରୋଟି ନଖୁଆଇ ଯିବାକୁ ଦିଅନ୍ତୁ ନାହିଁ। ଗାଈକୁ ରୋଟି ଖାଇବାକୁ ଦେଲେ ଆମକୁ ବହୁତ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଗାଈକୁ କେବେବି ବାସୀ କିମ୍ବା ପଚା ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ। ଭୁକରେ ଗାଈ ଏହି ଜିନିଷ ଖାଇ ନେଇଥାନ୍ତି କିନ୍ତୁ ଏହାର ପାପ ଆମକୁ ଲାଗିଥାଏ। ଗାଈ ଏକ ଶୁଦ୍ଧ ପବିତ୍ର ଏବଂ ଦିବ୍ୟ ପ୍ରାଣୀ ଅଟେ। ତାଙ୍କୁ କେବେବି ପଚା ଅପରିଷ୍କାର ବାସୀ ଜିନିଷ କଗାଇବାକୁ ଦେବା ଉଚିତ ନୁହେଁ। ଏମିତି କଲେ ମନୁଷ୍ୟ ମହାପାପୀ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *