Excuse Me Odisha

ଯାହା କହିବୁ ସତ କହିବୁ

ପରପୁରୁଷ ସହିତ ସମ୍ବନ୍ଧ ରଖୁଥିବା ପତ୍ନୀଙ୍କୁ ମୃତ୍ୟୁ ପରେ କେଉଁ ଦଣ୍ଡ ମିଳିଥାଏ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ସମସ୍ତଙ୍କ ମନରେ ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ। ବିବାହ ସମୟରେ ସ୍ଵାମୀ ଓ ସ୍ତ୍ରୀ ସାତଥର ଅଗ୍ନି ଚାରିପଟେ ପରିକ୍ରମା କରନ୍ତି। ଏହାର ଅର୍ଥ ସେମାନେ ସାତ ଜନ୍ମ ପର୍ଯ୍ୟନ୍ତ ପରସ୍ପରର ସପକ୍ଷରେ ରହିବେ ବୋଲି ବଚନ ଦିଅନ୍ତି। କିନ୍ତୁ କିଛି କ୍ଷେତ୍ରରେ ଗୋଟିଏ ଜନ୍ମ ବି ଏକାଠି ରହିବା କିଛି ସ୍ଵାମୀ ଓ ସ୍ତ୍ରୀଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ।

ଆଜିର ସମୟରେ କେତେବେଳେ ସ୍ଵାମୀ ପର ସ୍ତ୍ରୀ ସହିତ ସମ୍ବନ୍ଧ ରଖି ନିଜ ସ୍ତ୍ରୀଙ୍କ ସହିତ ବିଶ୍ବାସଘାତକତା କରୁଛନ୍ତି, ତ ଆଉ କେତେବେଳେ ସ୍ତ୍ରୀ ପର ପୁରୁଷ ସହିତ ସମ୍ବନ୍ଧ ରଖି ନିଜ ସ୍ବାମୀଙ୍କ ସହିତ ବିଶ୍ବାସଘାତକତା କରିଥିବାର ଦେଖିବାକୁ ମିଳୁଛି।ଅର୍ଥାତ ଏମାନେ ପରସ୍ପରକୁ ଧୋକା ଦେଇ ମଧ୍ୟ ଭୁଲ ବୋଲି ବିଚାର ମଧ୍ୟ କରୁ ନାହାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ବିଶ୍ବାସଘାତକତା କରିବା ଏକ ପାପ ଅଟେ। ଯଦି ବିବାହିତ ପୁରୁଷ ଓ ସ୍ତ୍ରୀ ଅନ୍ୟ ସ୍ତ୍ରୀ ଓ ପୁରୁଷଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି, ତାହେଲେ ସେମାନଙ୍କୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିଥାଏ। ଯେଉଁ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥାଏ, ସେହି ସ୍ତ୍ରୀକୁ ମୃତ୍ୟୁ ପରେ ନର୍କ ଦର୍ଣ୍ଡ ମିଳିଥାଏ। ଏହିଭଳି ସ୍ତ୍ରୀଙ୍କୁ ଯମଲୋକରେ ଲୁହାର ପୁରୁଷ ଜଳୁଥିବାର ନଜର ଆସନ୍ତି। ଯେଉଁମାନଙ୍କ ଚେହେରା ସେହିଭଳି ପୁରୁଷଙ୍କ ଭଳି ହୋଇଥାଏ, ଯେଉଁମାନଙ୍କ ସହିତ ଏମାନେ ଅନୈତିକ ସମ୍ବନ୍ଧ ରଖିଥାନ୍ତି।

ଲୁହାରେ ତିଆରି ସେହି ପୁରୁଷ ମାନେ ସ୍ତ୍ରୀର ଆତ୍ମାକୁ ଜବରଦସ୍ତି ଆଲିଙ୍ଗନ କରି ତାଙ୍କ ସହିତ ସେହିଭଳି ବ୍ୟବହାର କରନ୍ତି। ଯେଉଁଭଳି ଜଣେ ସ୍ତ୍ରୀ ନିଜ ସ୍ଵାମୀଙ୍କ ଠାରୁ ଚାହିଁ ଥାଏ। ଏହିଭଳି ସେହି ସ୍ତ୍ରୀର ଆତ୍ମାକୁ ଲୁଣ ପାଣିରେ ସ୍ନାନ ମଧ୍ୟ କରାଯାଏ ଓ ଲୁଣ ପାଣିକୁ ପିଇବାକୁ ଦିଆଯାଏ। ସ୍ତ୍ରୀର ଆତ୍ମା ଏହି ଲୁଣ ପାଣିର ସେବନ କରି କଷ୍ଟରେ ଚିତ୍କାର କରିଥାଏ। ସେହି ଜୀବାତ୍ମା ଗୋଟି ଗୋଟି କରି ସମସ୍ତ ନର୍କର ଫଳ ଭୋଗିବା ପରେ ପଶୁ ରୂପରେ ଜନ୍ମ ନେଇଥାଏ।

ଗରୁଡ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ବିବାହ ପୂର୍ବରୁ ଅନ୍ୟ ପୁରୁଷ ସହିତ ସମ୍ବନ୍ଧ ରଖି ନିଜର ହେବାକୁ ଯାଉଥିବା ସ୍ଵାମୀଙ୍କ ସହିତ ବିଶ୍ବାସଘାତକତା କରିଥାଏ, ଏହିଭଳି ସ୍ତ୍ରୀର ଆତ୍ମାକୁ ନର୍କରେ ଗରମ ଲୁହାର କଣ୍ଟାରେ ଅନନ୍ତ କାଳ ପର୍ଯ୍ୟନ୍ତ ଧରି ରଖାଯାଏ ଏବଂ ତାର ଆତ୍ମାକୁ ଶୁଦ୍ଧ କରିବା ପାଇଁ ବହୁତ ଯନ୍ତ୍ରଣା ଦିଆଯାଇଥାଏ। ଯେଉଁ ସ୍ତ୍ରୀ ବିବାହ ପରେ ନିଜ ସ୍ଵାମୀବକୁ ଧୋକା ଦେଇଥାଏ, ମୃତ୍ୟୁ ପରେ ତାର ଆତ୍ମାକୁ ମୃତ୍ୟୁର ଦେବତା ଯମରାଜ ନିଜେ ନର୍କଲୋକରେ ଗରମ ତେଲର କଢେଇରେ ଛାଣନ୍ତି।

ଯେଉଁ ସ୍ତ୍ରୀ ବିବାହ ପରେ ଅନ୍ୟ ପୁରୁଷଙ୍କୁ ଖରାପ ନଜରରେ ଦେଖନ୍ତି, ଏହିଭଳି ସ୍ତ୍ରୀ ପରଜନ୍ମରେ ଛେଳି ହୋଇ ଜନ୍ମ ପାଇଥାନ୍ତି। ସ୍ତ୍ରୀର ଆତ୍ମାକୁ ନର୍କରେ ଯେଉଁଭଳି କଷ୍ଟ ଦିଆଯାଇଥାଏ, ଠିକ୍ ସେହିଭଳି କୌଣସି ପୁରୁଷ ନିଜ ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖୁଥିଲେ, ମୃତ୍ୟୁ ପରେ ତାର ଆତ୍ମାକୁ ମଧ୍ୟ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *