Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଭୁଲରେ ବି ଏହି ସବୁ ଜିନିଷ ରହିବା ଉଚିତ ନୁହେଁ,ଘରକୁ ଦାରିଦ୍ରତା ମାଡି ଆସିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଏହି ଜିନିଷ ରହିବା ଉଚିତ ନୁହେଁ। ଘରେ ଦରିଦ୍ରତା ବନି ରହିଥାଏ।

ବାସ୍ତୁଶାସ୍ତ୍ରରେ ଘରର ଭିତରେ ସକାରାତ୍ମକ ଉର୍ଜାର ବୃଦ୍ଧି କରିବା ପାଇଁ ଅନେକ ପ୍ରକାରର ଉପାୟ କୁହାଯାଇଛି। ବାସ୍ତୁ ଅନୁସାରେ ଘରର ଭିତରେ ପ୍ରତ୍ୟକ ବସ୍ତୁ ସକରାତ୍ମକ ଏବଂ ନକରାତ୍ମକ ଉର୍ଜା ଛାଡି ଥାନ୍ତି। ଯଦି ତାହାକୁ ଠିକ ସ୍ଥାନରେ ରଖାନଯାଏ ତ ଏହା ଘରେ ନକରାତ୍ମକ ଉର୍ଜା ଛାଡ଼ିଥାନ୍ତି ଯାହାର ପ୍ରଭାବ ଘରର ଆର୍ଥିକ ସ୍ଥିତି ଉପରେ ପଡିଥାଏ ଏବଂ ଘରେ କ୍ଳେଶ ବଢିଥାଏ। ଯଦି ତାହାକୁ ଠିକ ଜାଗା ଠିକ ଦିଗରେ ରଖାଯାଏ ତ ଏହା ଘରେ ସକରାତ୍ମକ ଉର୍ଜାର ସଞ୍ଚାର କରିଥାନ୍ତି ଏବଂ ଘରେ ସୁଖ ସମୃଦ୍ଧି ବନି ରହିଥାଏ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ସବୁ ପ୍ରକାରର ସୁଖ ସମୃଦ୍ଧି ଏବଂ ବୈଭବର ପ୍ରବେଶ ଦ୍ୱାର ହୋଇଥାଏ କିନ୍ତୁ ଯଦି ଏହାର ଦିଗ ଭୁଲ ହୋଇଥାଏ ତ ଏମିତି ଜିନିଷ ଏହାର ସାମ୍ନାରେ ରଖାଯାଏ ଯାହା ନକରାତ୍ମକ ହୋଇଥାଏ ତ ଏହା ଦ୍ବାରା ଘରେ କ୍ଳେଶ ଦରିଦ୍ରତା ଏବଂ ରୋଗ ବି ପ୍ରବେଶ କରିଥାଏ। ଏହି କାରଣରୁ ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟ ଦ୍ୱାରକୁ ଅଧିକ ମହତ୍ୱ ଦିଆଯାଇଛି। ବାସ୍ତୁ ଅନୁସାରେ ମୁଖ୍ୟ ଦ୍ୱାର ସାମ୍ନାରେ କିଛି ଜିନିଷ ରଖିବା ଉଚିତ ନୁହେଁ।

ଏହି ଜିନିଷ ଅଶୁଭ ହେବା ସହିତ ଏହା ଅନେକ ପ୍ରକାରର ସମସ୍ୟା ଉତ୍ପନ କରିଥାଏ। ଏହାର ପ୍ରଭାବ ପରିବାରର ମହିଳାଙ୍କ ଉପରେ ବଡ଼ ଲୋକଙ୍କ ଉପରେ ଘରର ସନ୍ତାନଙ୍କ ଉପରେ ତଥା ପରିବାରର କୌଣସି ମୁଖ୍ୟ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ ଏବଂ ତାଙ୍କୁ ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାର ସାମ୍ନାରେ କେଉଁ ଜିନିଷ ରହିବା ଅଶୁଭ ମାନାଯାଏ।

ଘର ସାମ୍ନାରେ ଅପରିଷ୍କାର ପାଣି ଜମା ହୋଇ ରହିବା। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅପରିଷ୍କାର ପାଣିର ଜମା ହେବା ବଡ଼ ଅଶୁଭ ହୋଇଥାଏ। ଏହା ବାସ୍ତୁଦୋଷର କାରଣ ବନିଥାଏ ଏହା ସହିତ ଏହି ପାଣିରେ ଅନେକ ପ୍ରକାରର ବ୍ୟାକ୍ଟେରିୟା ସୃଷ୍ଟି ହୋଇଥାଏ ଯାହା ପରିବାରର ସଦସ୍ୟଙ୍କୁ ରୋଗରେ ପୀଡ଼ିତ କରିପାରେ। ଏଥିପାଇଁ ଯଦି ଘର ସାମ୍ନାରେ ଅପରିଷ୍କାର ପାଣି ଜମା ହୋଇଥାଏ ତ ତାହାକୁ ତୁରନ୍ତ ସଫା କରିଦିଅନ୍ତୁ। ଯଦି ଏହି ପାଣି ଘରର ପଶ୍ଚିମ ଦିଗରେ ଜମା ହୋଇଥାଏ ତ ଏହା ଧନର ହାନି ଏବଂ ଅପଯୋସ ହେବାର ସମ୍ଭାବନା ଥାଏ।

କଣ୍ଟା ଯୁକ୍ତ ଗଛ। ଅନେକ ଥର ଲୋକମାନେ ଘରର ସୌନ୍ଦର୍ଯ୍ୟ ପାଇଁ ଘରର ସାମ୍ନାରେ କଣ୍ଟା ଯୁକ୍ତ ଗଛ ଲଗାଇଥାନ୍ତି କିନ୍ତୁ ଏମିତି କରିବା ବିଲକୁଲ ଖରାପ ଅଟେ। ମୁଖ୍ୟ ଦ୍ୱାର ସାମ୍ନାରେ କଣ୍ଟା ଯୁକ୍ତ ଗଛ କ୍ଳେଶ ଉତ୍ପନ କରିଥାଏ। ଏହା ଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପରର ପ୍ରେମ କମ ହୋଇଥାଏ ଏହା ସହିତ ଶତ୍ରୁଙ୍କ ସଂଖ୍ୟା ବି ବୃଦ୍ଧି କରାଇଥାଏ। ଏଥିପାଇଁ ଘରର ସାମ୍ନାରେ କଣ୍ଟାଯୁକ୍ତ ଗଛ ରଖନ୍ତୁ ନାହିଁ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତୁଳସୀ କିମ୍ବା ସୁଗନ୍ଧିତ ଫୁଲ ଗଛ ନିଶ୍ଚୟ ଲଗାନ୍ତୁ।

ଅପରିଷ୍କାର ଜିନିଷ। ଡ଼ଷ୍ଟପିନରେ ଅପରିଷ୍କାର ଜିନିଷ ଫୋପାଡ଼ିବା ପାଇଁ ସହଜ ହେବ ବୋଲି କିଛି ଲୋକ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଡ଼ଷ୍ଟପିନକୁ ରଖିଦେଇଥାନ୍ତି କିନ୍ତୁ ଏହା ବାସ୍ତୁ ଅନୁସାରେ କଷ୍ଟଦାୟକ ହୋଇଥାଏ ଏବଂ ଧନ ହାନିର ସଂକେତ ମାନାଯାଇଛି। ଡ଼ଷ୍ଟପିନକୁ ଉତ୍ତର ଦିଗରେ ହିଁ ରଖିବା ଉଚିତ। ଏହାକୁ ମା ଲକ୍ଷ୍ମୀଙ୍କ ଦିଗ ବୋଲି ମାନାଯାଏ।

ବିଦ୍ୟୁତ ଖୁଣ୍ଟ। ଅନେକ ଲୋକଙ୍କ ସାମ୍ନାରେ ବିଦ୍ୟୁତ ଖୁଣ୍ଟ ଥାଏ କିନ୍ତୁ ବାସ୍ତୁ ଅନୁସାରେ ଏହା ପରିବାରର ସଦସ୍ୟଙ୍କ ଉନ୍ନତିର ବାଧା ସୃଷ୍ଟି କରିଥାଏ। ମୁଖ୍ୟ ଦ୍ୱାର ସାମ୍ନାରେ ଖୁଣ୍ଟ ରହିବା ବହୁତ ଅଶୁଭ ହୋଇଥାଏ। ଏଥିପାଇଁ ମୁଖ୍ୟ ଦ୍ୱାର ନିର୍ମାଣ କରିବା ସମୟରେ ଏହି କଥାର ଧ୍ୟାନ ଦେବେ।

ଗଛଲତା। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଗହଳିଆ ଗଛ ରହିବା ଉଚିତ ନୁହେଁ। ଏଥିରେ ବାସ୍ତୁଦୋଷ ଉତ୍ପନ ହୋଇଥାଏ ଏହା ସହିତ ସୁର୍ଯ୍ୟ କିରଣ ଘରକୁ ପ୍ରବେଶ କରିପାରି ନଥାଏ। ପ୍ରାତଃ ସମୟରେ ସୁର୍ଯ୍ୟ କିରଣ ଘରକୁ ପ୍ରବେଶ କରିବା ଉଚିତ। ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭଲ ହୋଇଥାଏ ଏହା ଘରେ ସୁଖ ଶାନ୍ତି ସମୃଦ୍ଧି ବନିରହିଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ୱାରା ସାମ୍ନାରେ ଗଛ ରହିବା ଶୁଭ ମାନାଯାଏ ନାହିଁ।

ଏରୁଣ୍ଡି ବନ୍ଧ। ବାସ୍ତୁ ଅନୁସାରେ ଘରର ଏରୁଣ୍ଡି ବଦ୍ଧ ଉଚ୍ଚ ହେବା କଷ୍ଟଦାୟକ ହୋଇଥାଏ।

ବାସ୍ତୁ ଅନୁସାରେ ଘରର ସାମ୍ନାରେ ଯେଉଁ ଗଛରେ କ୍ଷୀର ବହରୁଥିବ ସେପରି ଗଛ ଲଗାଇବା ଉଚିତ ନୁହେଁ।

ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ପ୍ରକାରର କାଦ ବା ଅପରିଷ୍କାର ଜିନିଷ ରହିବା ଶୁଭ ମାନାଯାଏ ନାହିଁ। ଏହା ଶୋକ କାରକ ହୋଇଥାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ହେବା ଉଚିତ ନୁହେଁ। ଯଦି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ଥାଏ ତ ଏହା ଦ୍ବାରା ସମସ୍ୟା ଏବଂ ସଙ୍କଟରେ ଘେରି ହୋଇରହିଥାନ୍ତି।

ମୁଖ୍ୟ ଦ୍ୱାର ସାମ୍ନାରେ ସିଡ଼ି ବନେଇବା ଉଚିତ ନୁହେଁ। ଏହା ଦ୍ବାରା ଉନ୍ନତିରେ ବାଧା ନିର୍ମାଣ ହୋଇଥାଏ। ପିଲା ମାନଙ୍କୁ ପାଠ ପଢ଼ାରେ ସଫଳତା ମିଳିନଥାଏ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅନ୍ୟ ଦ୍ୱାର ହେବା ବି କ୍ଷତିକାରକ ହୋଇଥାଏ। ଏହା ଦ୍ବାରା ଘରର ନାଶ ହୋଇଥାଏ।

ଘର ଉପରେ ପଡୁଥିବା ଛାୟା ବି ଛାୟାବିଦ ହୋଇଥାଏ। ତ ଏଥିପାଇଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ପ୍ରକାରର ଗଛ ରହିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *