Excuse Me Odisha

ଯାହା କହିବୁ ସତ କହିବୁ

ମନୀପ୍ଲାଣ୍ଟ ଗଛ ସହିତ ଜଡ଼ିତ ୫ ଟି କଥା ବନେଇ ଦେବ ଆପଣଙ୍କୁ ଧନବାନ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମନୀପ୍ଲାଣ୍ଟ ଗଛ ସହିତ ଜଡ଼ିତ ୫ ଟି କଥା ବନେଇ ଦେବ ଆପଣଙ୍କୁ ଧନବାନ।

ଶାସ୍ତ୍ର ଅନୁସାରେ ମନୀପ୍ଲାଣ୍ଟ ଗଛକୁ ବହୁତ ଶୁଭ ମାନାଯାଏ। ଏହି ଗଛକୁ ନେଇ ବହୁତ କଥା ପ୍ରଚଳିତ ଅଛି। ଏହି ଗଛ ଯେଉଁଠି ବି ଥାଏ ସେଠାରେ ଧନକୁ ନେଇ ଆସିଥାଏ। ମାନ୍ୟତା ଅନୁସାରେ ଯେଉଁଠି ଏହି ଗଛ ଲଗାଯାଇଥାଏ ସେଠାରେ ସାକ୍ଷତ ଧନର ଦେବୀ ମା ଲକ୍ଷ୍ମୀ ବାସ କରିଥାନ୍ତି। ଆପଣଙ୍କୁ ଜଣେଇ ଦେଉଛୁ ଯେଉଁ ବ୍ୟକ୍ତି ଠିକ ଉପାୟରେ ମନୀପ୍ଲାଣ୍ଟର ଦେଖା ଶୁଣା କରିଥାଏ ତାଙ୍କ ଘରେ କେବେବି ଧନର ଅଭାବ ହୋଇନଥାଏ। ଏମିତିରେ ଆମେ ଜାଣିବା କି ଏହି ଗଛରୁ ମିଳୁଥିବା ୧୦ ଟି ଚମତ୍କାରି ଲାଭ ବିଷୟରେ ଏବଂ ଏହା ସହିତ ଜାଣିବା ଏହି ଗଛରେ କେଉଁ ପାଣି ଦେବା ଉଚିତ ନୁହେଁ।

ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତ ଏହି ଗଛକୁ କେବେବି କିଣି କରି ଘରେ ଲଗାନ୍ତୁ ନାହିଁ ଏହି ଗଛକୁ ଏମିତି କୌଣସି ବ୍ୟକ୍ତିଙ୍କ ଘରୁ ଚୋରି କରିବେ ଯାହାର ଆର୍ଥିକ ସ୍ଥିତି ପୂର୍ବରୁ ହିଁ ମଜବୁତ ଥିବ। ଏହି ଗଛକୁ ଏମିତି ଘରୁ ଚୋରି କରନ୍ତୁ ଯାହା ଘରେ ଧନ ଦୌଲତ ଟଙ୍କା ପଇସା ସବୁକିଛି ଥିବ ଯେଉଁ ଘରେ ପୂଜାପାଠ କରାଯାଉଥିବ। ଏହି ଗଛକୁ ଉପରୁ ଟିକେ ନେବେ କିନ୍ତୁ ଧ୍ୟାନ ଦେବେ ଶୁଖିଲା ପତ୍ର କିମ୍ବା ହଳଦିଆ ପତ୍ର ଥିବା ମନୀପ୍ଲାଣ୍ଟ ଗଛ ନେବେ ନାହିଁ। ପତ୍ର ହରାଭରା ହୋଇଥିବା ଦରକାର।

ଏହାକୁ ପ୍ରଥମେ ଆପଣ କୌଣସି ପାଣିର ବୋତଲରେ ଲଗାନ୍ତୁ ଯାହା ଦ୍ୱାରା ଏଥିରେ ଚେର ବାହାରିବ ଏହା ପରେ ଆପଣ କୌଣସି ଭୂମି ଉପରେ ଲଗେଇ ପାରିବେ କିମ୍ବା ବୋତଲରେ ବି ଲଗେଇ ପାରିବେ। ଏମିତି ଚୋରି କରି ଆଣି ଘରେ ଲଗେଇବା ଦ୍ୱାରା ଧନ ଚୁମ୍ବକ ଭଳି ଟାଣି ହୋଇଆସିବ। ଏହି ଗଛକୁ କେବେବି କିଣି କରି ଘରେ ଲଗାନ୍ତୁ ନାହିଁ। ଯଦି ଏହି ଗଛକୁ ବୋତଲରେ ଲଗେଇ ଛନ୍ତି ତ ଲାଲ ରଙ୍ଗର ସୂତାରେ ତାହାକୁ ବାନ୍ଧି ଦିଅନ୍ତୁ ଯାହା ଦ୍ୱାରା ତାର ଚେର ଲୁଚି ଯିବ। ଲାଲ ସୂତା ବାନ୍ଧିଲେ ଏହାର ଶକ୍ତି ଅନେକ ଗୁଣା ବଢି ଯାଇଥାଏ।

ଏହି ଗଛକୁ କେଉଁ କେଉଁ ଜାଗାରେ ଲଗାଇବେ ଆସନ୍ତୁ ଜାଣିବା।

ଏହି ଗଛକୁ କୌଣସି ବୋତଲରେ ପାଣି ଦେଇ କିମ୍ବା ଭୂମି ଉପରେ ଲଗାଇ ପାରିବେ। ଏହା ମାନ୍ୟତା ଅଛି ଯେ ଯଦି ଏହାକୁ ଧନ ଭଳି ପୂଜା କରିବେ ତ ଏହାର ସକାରାତ୍ମକ ଉର୍ଜା ବଡ଼ ଶୀଘ୍ର କାମ କରିଥାଏ। ଏହି ଗଛକୁ ଘରର ଭିତରେ ମୁଖ୍ୟ ଦ୍ୱାର ଉପରେ ଏହାକୁ ଲଗାନ୍ତୁ ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ବନିରହିଥାଏ। ଏହା ସହିତ ଏହାକୁ ବାଲକୁନିରେ ବି ମଧ୍ୟ ଲଗାଇ ପାରିବେ କିମ୍ବା ଘରର ମଧ୍ୟ ଭାଗରେ ବି ଲଗାଇ ପାରିବେ।

ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ଲଗାଇବା ପାଇଁ ଦକ୍ଷିଣ-ପୂର୍ବ ଦିଗ ସବୁଠାରୁ ଭଲ ବୋଲି ମାନାଯାଇଛି। ଏହି ଦିଗରେ ଏହି ଗଛକୁ ଲଗାଇବା ଦ୍ୱାରା ଘରର ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ଏବଂ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହି ଦିଗର ଦେବତା ବିଘ୍ନ ହର୍ତା ଭଗବାନ ଗଣେଶ ଅଟନ୍ତି ଏବଂ ପ୍ରତିନିଧି ଶୁକ୍ର ଅଟନ୍ତି। ଏଥିପାଇଁ ଯଦି ଧନୀ ହେବେ ତ ଏହି ଗଛକୁ ଏହି ଦିଗରେ ଲଗାନ୍ତୁ।

ଏହି ଗଛର ଗୋଟେ ବି ପତ୍ର ଯଦି ହଳଦିଆ ହୋଇଯିବ କିମ୍ବା ଅଚାନକ ଶୁଖି ଯାଏ ତ ଏଥିରୁ ଜଣା ପଡିଥାଏ କି ଏବେ ଆମର ଆର୍ଥିକ ସ୍ଥିତି କମଜୋର ହେବାକୁ ଯାଉଛି ଧନର ନାଶ ହେବାକୁ ଯାଉଛି ତଥା ଖର୍ଚ୍ଚ ବଢିବାକୁ ଯାଉଛି କିମ୍ଵା କରଜ ବଢିବାକୁ ଯାଉଛି। ସର୍ବଦା ଏହି ଗଛ ସେହି ଘରେ ଶୁଖି ଯାଇଥାଏ ଯେଉଁଠି ଏହି ଗଛର ଠିକ ଭାବରେ ଦେଖାଶୁଣା କରାଯାଇ ନଥାଏ। ଏମିତି ସେତେବେଳେ ହୋଇଥାଏ ଯେତେବେଳେ ଏହାର ଉପରେ ଖରାପ ପାଣି ପଡିଥାଏ। ମାନ୍ୟତା ଅନୁସାରେ ଏହି ଗଛ ଧନକୁ ଆକର୍ଷଣ କରୁଥିବା ଗଛ ଅଟେ।

ଏହାର ସମ୍ମାନ କରିବା ଉଚିତ। ଏହି ଗଛରେ ସେହି ପାଣି ଦେବା ଉଚିତ ଯେଉଁ ପାଣି ଆପଣ ପିଉଥିବେ। ଏଥିରେ ସର୍ବଦା ସଫା ପାଣି ଦେବା ଉଚିତ। ଆପଣ ଚାହିଁଲେ ପାଣିରେ ଅଳ୍ପ ଆଳୁ ରସ ମିଶାଇ ଦେଇପାରିବେ। ଏହା ଦ୍ବାରା ଏହି ଗଛ ବହୁତ ଶୀଘ୍ର ହରାଭରା ହୋଇଯାଇଥାଏ। ଏହି ଗଛ ଯେତେବେଳେ ହରାଭରା ହୋଇଯିବ ତ ସେତେବେଳେ ମା ଲକ୍ଷ୍ମୀଙ୍କର ବାସ ହୋଇଯିବ। ଧନ ଆକର୍ଷଣ ହେବ। କୌଣସି ବି ସମସ୍ୟା ଆସିବ ନାହିଁ। ଏଥିରେ ଗଙ୍ଗା ପାଣି ଦେବେ ନାହିଁ।ଯଦି କୌଣସି ମହିଳାଙ୍କର ମାସିକ ଧର୍ମ ହୋଇଯାଏ ତ ଏହି ସ୍ଥିତିରେ ବି ଏହି ଗଛରେ ପାଣି ଦେବେ ନାହିଁ କି ଛୁଇଁବେ ନାହିଁ ଏହା ସହିତ ତୁଳସୀ ଗଛରେ ବି ପାଣି ଦେବେ ନାହିଁ। ଏମିତି କଲେ ଗଛ ଲତା ଶୁଖି ଯାଇଥାଏ ଆଉ ଘରେ ଧନ ଚାଲି ଯାଇଥାଏ।

ରବିବାର ଦିନ ଏହି ଗଛରେ କେବେବି ପାଣି ଦେବା ଉଚିତ ନୁହେଁ। ଶୁଭ ହୋଇନଥାଏ। ଏହି ଗଛର ଡାଳ ସର୍ବଦା ଉପରକୁ ଯିବା ଉଚିତ। ଏହି ଗଛ ଯେତେ ଉଚ୍ଚକୁ ଯିବ ଧନବି ସେତେ ଆକର୍ଷଣ ହୋଇଥାଏ। ଘରକୁ ଖୁସି ଆସିବ। ମନୀପ୍ଲାଣ୍ଟ ଗଛର ବୋତଲରେ କିମ୍ବା ମାଟିରେ ୧ ଟଙ୍କିଆ କଏନ ନିଶ୍ଚୟ ରଖିବା ଉଚିତ। ଏହା ଦ୍ବାରା ଘରକୁ ଧନ ଆକର୍ଷଣ ହୋଇଥାଏ। ଏହା ଦ୍ବାରା ସକାରାତ୍ମକ ଉର୍ଜାର ସଂଚାର ବହୁତ ଶୀଘ୍ର ହୋଇଥାଏ।

ଏହି ଗଛକୁ ନିଜ ଘରୁ କେବେବି କାହାରିକୁ ଉପହାରରେ ଦେବେ ନାହିଁ ନଚେତ ଆପଣଙ୍କ ଘରର ଆର୍ଥିକ ସ୍ଥିତି ଖରାପ ହୋଇଯିବ। ଆପଣ ଯେତେ ଟଙ୍କା ସଞ୍ଚୟ କରି ରଖିଥିବେ ସବୁ ଧୀରେ ଧୀରେ ଶେଷ ହୋଇଯିବ। ଏଥିପାଇଁ ଘରର ଏହି ଗଛକୁ ଉପହାରରେ କେବେବି କାହାରିକୁ ଦିଅନ୍ତୁ ନାହିଁ ଯଦି ଆପଣ ଦେବାକୁ ଚାହୁଁଛନ୍ତି ତ ବାହାରୁ କିଣି ଆଣି ଦେଇପାରିବେ।

ଏହି ଗଛର ସବୁଜ ରଙ୍ଗ ଆଖିକୁ ଶାନ୍ତି ଦେଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ବହୁତ ଶୁଭ ମାନାଯାଏ। ଏହି ଗଛକୁ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ। ଘର ପରିବାରରେ ଧନ ଏବଂ ବୈଭବ ବୃଦ୍ଧି ହୋଇଥାଏ। ଏହି ଗଛକୁ ଲଗାଇଲେ ଶୁକ୍ର ମଜବୁତ ହୋଇଥାଏ। ଯେତେବେଳେ ଶୁକ୍ର ମଜବୁତ ହୋଇଥାଏ ତ ସେତେବେଳେ ବ୍ୟକ୍ତି ରୋଡ଼ପତିରୁ କୋଟିପତି ହୋଇଯାଇଥାନ୍ତି। ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ।

ଯଦି ଏହି ଗଛ ପୁରା ହଳଦିଆ ହୋଇଯାଏ ପତ୍ର ଝଡ଼ିବାକୁ ଲାଗେ ତ ଏହାକୁ ତୁରନ୍ତ ଦୂରେଇ ଦେବା ଉଚିତ। ଯଦି ଗୋଟେ ଦୁଇଟା ପତ୍ର ହଳଦିଆ ପଡି ଯାଇଛି ତ ଏହାକୁ କଇଁଞ୍ଚୀରେ କାଟି ଦିଅନ୍ତୁ। କିନ୍ତୁ ପୁରା ଶୁଖିଲା ମନୀପ୍ଲାଣ୍ଟ ଗଛ ଆପଣଙ୍କୁ ବର୍ବାଦ କରିପାରେ। ତୁରନ୍ତ ତାହାକୁ ହଟେଇ ଦିଅନ୍ତୁ।

ସକାଳୁ ଯେତେବେଳେ ଆପଣ ଉଠିବେ ତ ଏହି ଗଛକୁ ପ୍ରଥମେ ନିଶ୍ଚୟ ଦେଖନ୍ତୁ। ଶୁଭ ମାନାଯାଏ। ପୁରା ଦିନ ଆପଣଙ୍କ ଉପରେ ସକରାତ୍ମକ ବନି ରହିଥାଏ।

ଏହି ଗଛକୁ ଶୁକ୍ରବାର ଦିନ ଲଗାଇବା ଉଚିତ। ଏମିତି ମାନ୍ୟତା ଅଛି ଯେ ଏହି ଦିନ ଏହି ଗଛକୁ ଲଗାଇବା ଦ୍ୱାରା ଘରେ କେବେବି ଧନର କମି ହୋଇନଥାଏ ଏବଂ ବ୍ୟବସାୟରେ ବି ଉନ୍ନତି ହୋଇଥାଏ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

ଏହି ଗଛରେ ଯେତେବେଳେ ପାଣି ଦେବେ ତ କ୍ଷୀରର କିଛି ବୁନ୍ଦା ପାଣିରେ ମିଶାଇ ଦିଅନ୍ତୁ। ଏମିତି କଲେ ଧନର ବୃଦ୍ଧି ହୋଇଥାଏ। ଗଛ ବହୁତ ଶୀଘ୍ର ବଢିଥାଏ ଏବଂ ବ୍ୟକ୍ତିର ଉନ୍ନତି ବି ବହୁତ ଶୀଘ୍ର ହୋଇଥାଏ।

ଏହି ଘର ସଫା ସୂତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଯଦି ଆପଣ ବୋତଲରେ ଲଗେଇଛନ୍ତି ତ ସେହି ପାଣି ଅପରିଷ୍କାର ନହେବା ଉଚିତ ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ। ଯଦି ମାଟିରେ ଲଗାଇଛନ୍ତି ତ ସେହି ମାଟି ପରିଷ୍କାର ହେବା ଉଚିତ। ମାଟିରୁ ଅପରିଷ୍କାର ଜିନିଷ ବାହାର କରିଦେବା ଉଚିତ। ଏହି ଗଛକୁ ଘରେ ଅଫିସରେ ରୁମରେ ଲଗାଇ ପାରିବେ। ଏକରୁ ଅଧିକ ବି ଲଗାଇ ପାରିବେ।

ଏହି ଗଛ ଛୋଟ ପତ୍ର ଥିବା ଲଗାଇବା ଉଚିତ ଶୁଭ ମାନାଯାଏ। ଏହା ଧନକୁ ତେଜରେ ଆକର୍ଷଣ କରିଥାଏ। ଏହି ଗଛ ଯେତେବେଳେ ହରାଭରା ହୋଇଯିବ ତ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେବେବି ଝଗଡା ହେବ ନାହିଁ ବରଂ ପ୍ରେମ ଆହୁରି ବଢିଯିବ। ସମ୍ପର୍କରେ ମଧୁରତା ଆସିଥାଏ। ପରିବାରରେ ପରସ୍ପର ଭିତରେ ପ୍ରେମ ରହିଥାଏ।

ଏହି ଗଛ ଖରାପ ଶକ୍ତିକୁ ଜାଣି ପାରିଥାଏ। ଯଦି ଏହି ଗଛର ପତ୍ରରେ କଳା କଳା ଦାଗ ପଡ଼ିଯାଏ ତ ବୁଝି ନିଅନ୍ତୁ ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ବାସ ଅଛି କାରଣ ମନୀପ୍ଲାଣ୍ଟ ନକରାତ୍ମକତାକୁ ସୁଖେଇ ନେଇଥାଏ। ଏଥିପାଇଁ ଏମିତି ପତ୍ରକୁ ବାହାରକୁ ବାହାର କରିଦିଅନ୍ତୁ। ଏହା ଦ୍ବାରା ନକରାତ୍ମକତା ବି ବାହାରକୁ ଚାଲିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *