Excuse Me Odisha

ଯାହା କହିବୁ ସତ କହିବୁ

ଏହି ବିଶେଷ ଉପାୟ କରନ୍ତୁ, ଦେଖିବେ ଖୁବ୍ ଅଳ୍ପ ଦିନରେ ଆପଣ ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରୁଥିବା ଦେବତା ମାନା ଯାଇଥାଏ। ତାଙ୍କର ପୂଜାର୍ଚ୍ଚନା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ କୃପା ପ୍ରାପ୍ତ ହୋଇଥାଏ।

ଧର୍ମ ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ବିବାହ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପୁତ୍ର ଭୃଗୁ, ରଙ୍କ ପୁତ୍ରୀଙ୍କ ସହିତ ହୋଇଥିଲା। ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରୁଥିବା ଦେବତା ମାନା ଯାଇଥାଏ। ତାଙ୍କର ପୂଜାର୍ଚ୍ଚନା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ କୃପା ପ୍ରାପ୍ତ ହୋଇଥାଏ। ମାନ୍ୟତା ରହିଛି କି ଯେଉଁମାନଙ୍କ ଉପରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି

ସେ ଖୁବ୍ ଶୀଘ୍ର ଧନବାନ ହୋଇ ଯାଇଥାନ୍ତି। ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଲାଭ କରିବା ପାଇଁ କିଛି ବିଶେଷ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିକୁ କେବେବି ଅନ୍ନ, ଧନ, ବସ୍ତ୍ର ଆଦିର ଅଭାବ ହୋଇ ନଥାଏ।

ଉପାୟ ଗୁଡ଼ିକ ହେଉଛି :-

– ଶୁକ୍ରବାର ଦିନ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ବ୍ରତ ରଖିବା ଉଚିତ।

– ଘରର ପୂଜା ଘରେ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ପ୍ରତିମା ସାମ୍ନାରେ ୧୧ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ପ୍ରଜ୍ବଳନ କରିବା ଉଚିତ।

– ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଜଳାଭିଷେକ କରନ୍ତୁ।ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ।

– ପ୍ରତ୍ୟେକ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ମନ୍ଦିର ବା ଭଗବାନ ବିଷ୍ଣୁଙ୍କ ମନ୍ଦିର ଯାଇ ଭଗବାନଙ୍କୁ ଲାଲ ଫୁଲ ଓ ଲାଲ କପଡା ଅର୍ପଣ କରନ୍ତୁ।

– ପ୍ରତ୍ୟେକଦିନ ସକାଳୁ ଉଠି ସ୍ନାନ ସାରି ଗୋଟେ ତମ୍ବାର କଳସରେ ଜଳ ଭର୍ତ୍ତି କରି ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ। ତାପରେ ଠାକୁର ପୂଜା କରି ସାରି ଏହି ଜଳକୁ ଘରର ପ୍ରତ୍ୟେକ ସ୍ଥାନରେ ସିଞ୍ଚନ କରନ୍ତୁ। ଦେଖିବେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବ।

– ଶୁକ୍ରବାର ଦିନ ପୂଜାର୍ଚ୍ଚନା ପରେ ଜଳରେ ତୁଳସୀ ପତ୍ର ପକାଇବା ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ” ଓଁ ନମଃ ଭଗବତେ ବାସୁଦେବାୟ” ଜପ କରନ୍ତୁ।

– ପ୍ରତ୍ୟେକଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦୁଆର ବନ୍ଧରେ ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହିତ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *