Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଯଦି ରୋଷେଇ ଘରେ ଏମିତି ରଖନ୍ତି ତାୱା ଏବଂ କଢେଇ, ତାହେଲେ ରାତାରାତି ବଦଳିଯିବ ଭାଗ୍ୟ। ଭିକାରୀ ବି ହୋଇଯିବ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ଯଦି ରୋଷେଇ ଘରେ ଏମିତି ରଖନ୍ତି ତାୱା ଏବଂ କଢ଼ା ରାତାରାତି ବଦଳିଯିବ ଭାଗ୍ୟ। ଭିକାରୀ ବି ହୋଇଯିବେ କୋଟିପତି।

ଆଜି ଆମେ ଆଲୋଚନା କରିବା ବାସ୍ତୁର ରୋଷେଇ ଘରେ କଢ଼ା ଏବଂ ତାୱାରେ କଣ ମହତ୍ୱ ଅଛି। ଏହାକୁ ବ୍ୟବହାର କରିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ। ବାସ୍ତୁର କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହା ମନୁଷ୍ୟର ଜୀବନ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁଦୋଷ ଘରର କବାଟ କିମ୍ବା ଝରକା ଦ୍ୱାରା ହୋଇନଥାଏ ବରଂ ବାସନ ଠିକ ଜାଗାରେ ନରହିବା କାରଣରୁ ମଧ୍ୟ ହୋଇଥାଏ। ବାସନ ବି ମଧ୍ୟ ଶୁଭତା ଏବଂ ଅଶୁଭତାର କାରଣ ହୋଇପାରେ। ଏହାର କାରଣରୁ ମନୁଷ୍ୟକୁ ଶାରୀରିକ ମାନସିକ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସେଥିପାଇଁ ବାସ୍ତୁ ଅନୁସାରେ ବାସନର ଠିକ ବ୍ୟବହାର ଏବଂ ଠିକ ଜାଗାରେ ରହିବା ଦରକାର। ଆଜି ଆମେ ରୋଷେଇ ଘରେ କଢ଼ା ଏବଂ ତାୱାର ବିଷୟରେ ଜଣେଇବୁ।

ତାୱା କୁ ରୋଷେଇ ଘରର ବଡ଼ ଅଙ୍ଗ ବୋଲି ମାନାଯାଏ। ତାୱା ବିନା ଆପଣଙ୍କ ରୋଷେଇ ଘରେ ରୋଟି ପ୍ରସ୍ତୁତ ହୋଇପାରିବ ନାହିଁ। ଏଥିପାଇଁ ତାୱା ବିନା ରୋଷେଇ ଘର ଅଧୁରା ଅଟେ। ତାୱା ଏବଂ କଢେଇ ଦୁଇଟି ଯାକ ଆପଣଙ୍କ ଜୀବନକୁ ନିୟନ୍ତ୍ରଣ କରିଥାଏ। ଯଦି ତାୱାକୁ ଠିକ ଜାଗାରେ ରଖାଯାଏ ତ ଏହା ଶୁଭଫଳଦାୟୀ ହୋଇଥାଏ। ଏହାର କାରଣରୁ ଘରେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ବି ଆସିଥାଏ। ଏହା ବି ଘରର ସଦସ୍ୟଙ୍କ ଭାଗ୍ୟକୁ ବଦଳାଇ ପାରେ। ଏଥିପାଇଁ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ତାୱାକୁ ଏବଂ କଢ଼ାକୁ ଘରେ ବ୍ୟବହାର କରିଥିବା ସମୟରେ ଆମକୁ କେଉଁ କେଉଁ କଥାର ଧ୍ୟାନ ରଖିବା ଉଚିତ।

ବାସ୍ତୁ ଅନୁସାରେ ତାୱା ଏବଂ କଢ଼ାକୁ ସବୁବେଳେ ଚମକାଇ କରି ରଖିବା ଉଚିତ। ଏହାକୁ ଯେତେ ଚମକାଇ କରି ରଖିଲେ ସେହି ଘରର ଭାଗ୍ୟ ସେତେ ଚମକି ଉଠିଥାଏ। ସେଥିପାଇଁ ନିଜ ଘରର ତାୱାକୁ ସବୁବେଳେ ଚମକାଇ କରି ରଖିବା ଉଚିତ।

ମାନ୍ୟତା ଅଛି ତାୱା ଏବଂ କଢେଇକୁ ରୋଷେଇ କରିବା ପରେ ଗ୍ୟାସ ଉପରେ ରଖନ୍ତୁ ନାହିଁ। ଗ୍ୟାସକୁ ସଫା କରି ରଖନ୍ତୁ। ନଚେତ ବାସ୍ତୁଦୋଷ ଉତ୍ପନ ହୋଇଥାଏ। ଏଥିପାଇଁ ତାୱା ଏବଂ କଢ଼ାର ପବିତ୍ରତା ପ୍ରତି ଧ୍ୟାନ ଦେବା ଉଚିତ। ତାୱା ଏବଂ କଢ଼ାକୁ ସଫା କରି ରଖିବା ଦ୍ୱାରା ସେହି ଘରର ଉନ୍ନତିର ରାସ୍ତା ଖୋଲି ଯାଇଥାଏ। ଅପରିଷ୍କାର କରି ରଖିଲେ ସେହି ଘରର ଉନ୍ନତିରେ ବାଧା ଉତ୍ପନ ହୋଇଥାଏ।

ବାସ୍ତୁ ଅନୁସାରେ ଗୋଟେ ତାୱା ଏବଂ କଢ଼ାକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ପୁରୁଣା ତାୱା ଜଙ୍କ ଉତ୍ପନ କରିଥାଏ। ଏହା ଖାଦ୍ୟରେ ଯାଇ ଖାଦ୍ୟକୁବି ଦୂଷିତ କରିଦେଇଥାଏ। ଏହା ଦ୍ବାରା ଆପଣଙ୍କ ସନ୍ତାନ କିମ୍ବା ଘରର କୌଣସି ବି ସଦସ୍ୟଙ୍କୁ ଭୟଙ୍କର ରୋଗ ବି ହୋଇପାରେ। ଲମ୍ବା ସମୟ ପର୍ଯ୍ୟନ୍ତ ଭଙ୍ଗା ତାୱାରେ ଖାଦ୍ୟ ବନେଇବା ଦ୍ୱାରା ଦୋଷ ଲାଗିଥାଏ ଯେଉଁ କାରଣରୁ ଆପଣ କେବେବି ଧନୀ ହୋଇପାରିବେ ନାହିଁ। ଏହା ଦ୍ବାରା ଆପଣ ଗରିବୀ ହୋଇ ରହିବେ। ଯେବେବି ତାୱା ପୁରୁଣା ହୋଇଯିବ କିମ୍ବା ତାୱା ଭାଙ୍ଗି ଯିବ ତ ସେହି ତାୱାକୁ ଶନିବାର ଦିନ କାଢି ଦେବା ଉଚିତ।

ତାୱା ଏବଂ କଢେଇକୁ କେବେବି ଅଇଁଠା ବାସନ ସହିତ କାଢ଼ନ୍ତୁ ନାହିଁ। ପ୍ରଥମେ ତାୱା ଏବଂ କଢେଇକୁ ଅଲଗା କାଢି ନିଅନ୍ତୁ ଏହା ପରେ ଅଇଁଠା ବାସନକୁ ଧୁଅନ୍ତୁ।

ରୋଷେଇ ଘରର ତାୱା କଢେଇ ରାହୁଙ୍କର ପ୍ରତିନିଧିତ୍ୱ କରିଥାଏ। ଏଥିପାଇଁ ଅପରିଷ୍କାର ତାୱାରେ କେବେବି ରୋଟି ପ୍ରସ୍ତୁତ କରନ୍ତୁ ନାହିଁ। ଏହା ଘରେ ରହୁଥିବା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହିତ ସ୍ୱାମୀଙ୍କ ଉପରେ ବି ସଙ୍କଟ ଆସିଥାଏ। ଏଥିପାଇଁ ଅପରିଷ୍କାର ତାୱା ଏବଂ କଢ଼ାରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ। ଏହାର ସଫା ସୁତରା ଉପରେ ବିଶେଷ ଧ୍ୟାନ ଦେବା ଉଚିତ।

ଯେତେବେଳେ ଏହାର ବ୍ୟବହାର ହେଉନାହିଁ ତ ଏହାକୁ ଏମିତି ଜାଗାରେ ରଖିଦିଅନ୍ତୁ ଯେମିତି କୌଣସି ବାହାର ବ୍ୟକ୍ତିଙ୍କ ନଜର ଏହା ଉପରେ ପଡିବ ନାହିଁ। ଏହାକୁ କେବେବି ଖୋଲା ଭାବରେ ରଖନ୍ତୁ ନାହିଁ କାରଣ ଏହାକୁ ଖୋଲା କରି ରଖିବା ବାସ୍ତୁ ଅନୁସାରେ ଭଲ ବୋଲି ମାନାଯାଏ ନାହିଁ। ଏଥିପାଇଁ ଯେବେବି ତାୱାର ବ୍ୟବହାର ହେଉନାହିଁ ତ ତାହାକୁ ଖୋଲା କରି ନରଖି ସର୍ବଦା ରୋଷେଇ ଘରେ କୌଣସି ଜାଗାରେ ଭଲ ଭାବରେ ରଖିଦିଅନ୍ତୁ।

ପ୍ରତିଦିନ ରୁଟି କରିବା ପରେ ତାୱାକୁ ଧୋଇ ଦେବା ଉଚିତ। ସେମିତି ନଧୋଇ ତାୱାକୁ ରଖି ରୋଷେଇ କରିବା ଉଚିତ ନୁହେଁ। ଏହା ଦ୍ବାରା ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଆସିପାରେ ଏବଂ ଏହା ଦ୍ବାରା ମା ଅନ୍ନପୂର୍ଣ୍ଣାବି କ୍ରୋଧିତ ହୋଇଥାନ୍ତି। ଏହା ବ୍ୟତୀତ ରାହୁ ବି ଅଶୁଭ ପ୍ରଭାବ ପକାଇଥାନ୍ତି। ଏଥିପାଇଁ ତାୱାକୁ ସର୍ବଦା ଧୋଇ ହିଁ ବ୍ୟବହାର କରିବା ଉଚିତ।

ବାସ୍ତୁ ଅନୁସାରେ ତାୱା ଏବଂ କଢ଼ାକୁ କେବେବି ଓଲଟା କରି ରଖିବା ଉଚିତ ନୁହେଁ କାରଣ ଏମିତି କରିଲେ ଆପଣଙ୍କ ଭାଗ୍ୟବି ପ୍ରଭାବିତ ହୋଇଥାଏ। ଏହା ଦ୍ବାରା ରାହୁର ନକରାତ୍ମକ ପ୍ରଭାବର ସଂଚାର ହୋଇଥାଏ। ଯେଉଁ କାରଣରୁ ଘରେ ଲଢେଇ ଝଗଡା ହୋଇଥାଏ। ଘରର ଶାନ୍ତି ଶେଷ ହୋଇଥାଏ। ଏହା ସହିତ ଘରେ ଧନ ସମ୍ପତ୍ତି ଜନିତ ସମସ୍ୟା ଆସିଥାଏ ହେବାକୁ ଥିବା କାମ ଖରାପ ହୋଇଯାଇଥାଏ। ଘରେ ଅନ୍ନର ଅଭାବ ଆସିଥାଏ। ଏଥିପାଇଁ ଘରେ କେବେବି ତାୱା ଏବଂ କଢ଼ାକୁ ଓଲଟା କରି ରଖିବେ ନାହିଁ।

ବାସ୍ତୁ ଅନୁସାରେ ଗରମ ତାୱା ଉପରେ କେବେବି ପାଣି ଛିଞ୍ଚନ କରିବା ଉଚିତ ନୁହେଁ କି ଗରମ ତାୱାକୁ ଧୋଇବା ପାଇଁ ସିଧା ପାଣିରେ ନେଇ ବୁଡ଼େଇବା ଉଚିତ। ଏମିତି କରିଲେ ଘରେ ସମସ୍ୟା ଚିନ୍ତା ଆସିବାକୁ ଲାଗିଥାଏ। ଏମିତି ମାନ୍ୟତା ଅଛି ଗରମ ତାୱାରେ ଯେଉଁ ପାଣି ଛିଞ୍ଚନ କରାଯାଇଥାଏ ଆଉ ସେଥିରେ ଯେଉଁ ଆବାଜ ଆସିଥାଏ ତାହା ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ସେଥିପାଇଁ ତାୱା ଥଣ୍ଡା ହେବା ପରେ ଧୋଇ ଦିଅନ୍ତୁ।

ରାତିରେ ଖାଦ୍ୟ ଖାଇବା ପରେ ତାୱା ଏବଂ କଢ଼ାକୁ ଅପରିଷ୍କାର କରି ରଖନ୍ତୁ ନାହିଁ। କାରଣ ରାତି ସାରା ତାୱା ଏବଂ କଢ଼ାକୁ ଅପରିଷ୍କାର କରି ରଖିବା ଦ୍ୱାରା ଘରର ଉନ୍ନତି ଉପରେ ପ୍ରଭାବ ପକାଇଥାଏ ଏବଂ ଏହା ଦ୍ବାରା ଘରେ ଲଢେଇ ଝଗଡା ବି ହୋଇଥାଏ। ଏଥିପାଇଁ ରାତିରେ ଖାଦ୍ୟ ପ୍ରସ୍ତୁତ କରିବା ପରେ କଢ଼ା ଏବଂ ତାୱାକୁ ଭଲ ଭାବରେ ଧୋଇ ଦେବା ଉଚିତ।

ବାସ୍ତୁ ଅନୁସାରେ କଢ଼ା ଏବଂ ତାୱାକୁ ଗ୍ୟାସ ଚୁଲା ଉପରେ କେବେବି ରଖନ୍ତୁ ନାହିଁ। କାରଣ ଏହା ଦ୍ବାରା ଘରକୁ ନିର୍ଦ୍ଧନତା ଆସିଥାଏ। ଖାଦ୍ୟ ପ୍ରସ୍ତୁତ କରିବା ପରେ ତାୱାକୁ ସର୍ବଦା ଡାହାଣ ସାଇଟରେ ହିଁ ରଖିବା ଉଚିତ। ଏହା ମା ଅନ୍ନପୂର୍ଣ୍ଣାଙ୍କ ସ୍ଥାନ ହୋଇଥାଏ। ଏହା ଦ୍ବାରା ଘରର ଧନ ଧାନ୍ୟର ବୃଦ୍ଧି ବି ହୋଇଥାଏ।

ଯେବେବି ରୋଟି ପ୍ରସ୍ତୁତ କରିବେ ତ ପ୍ରଥମେ ତାୱାକୁ ଭଲ ଭାବରେ ଧୋଇ ରୋଟି ପ୍ରସ୍ତୁତ କରନ୍ତୁ। ତାୱାକୁ ଅଳ୍ପ ଗରମ କରି ତା ଉପରେ ଆପଣ ଅଳ୍ପ ଲୁଣ ପକେଇ ଦିଅନ୍ତୁ ଏହାପରେ ତାକୁ ପୋଛି ସେଥିରେ ରୁଟି କରନ୍ତୁ। ଏହାକୁ ବହୁତ ଶୁଭ ମାନାଯାଏ।

ରାତିରେ ନିଜ ରୋଷେଇ ଘରେ ତାୱାକୁ ଠିଆ କରି ରଖିବେ ନାହିଁ। ରାତିରେ ରୋଟି କରିବା ପରେ ଏକ ଛୋଟ ରୁଟି ତାୱା ଉପରେ ରଖିଦେବେ। ଯେବେ ରୁଟି ଗୋଟେ ସାଇଟ ହୋଇଯିବ ତ ଓଲଟି ଦିଅନ୍ତୁ। ଏହାପରେ ରୁଟି ସହିତ ତାୱାକୁ ଗ୍ୟାସ ବନ୍ଦ କରି କାଢି ଦିଅନ୍ତୁ। ଆଉ ତାୱା ଉପରେ ସେହି ରୁଟିକୁ ରଖିବାକୁ ଦିଅନ୍ତୁ। ଆଉ ସେହି ରୁଟିକୁ ସେଥିରେ ଢାଙ୍କି କରି ରଖିଲେ ଭଲ କଥା। ପର ଦିନ ଏହି ରୁଟିକୁ କୌଣସି କୁକୁର କିମ୍ବା ଚଢେଇ ମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। ଏହା ଦ୍ବାରା ଘରର ସବୁ ନକରାତ୍ମକ ଉର୍ଜା ଶେଷ ହୋଇଯିବ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧିର ବାସ ହେବ। ଏହି ଉପାୟ ଯେଉଁ ଘରେ ପ୍ରତିଦିନ ହୋଇଥାଏ ତ ସେହି ଘର ଉପରେ କାହାର ଖରାପ ନଜର ପଡି ପାରେନାହିଁ। ଘରକୁ ସୁଖ ଶାନ୍ତି ଆସିଥାଏ ଏହା ସହିତ ରାହୁର ଅଶୁଭ ପ୍ରଭାବ ବି ଶେଷ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *