Excuse Me Odisha

ଯାହା କହିବୁ ସତ କହିବୁ

ଘରେ ସଠିକ ସ୍ଥାନରେ ଦର୍ପଣ ରଖିବା ଦ୍ଵାରା ଆପଣ ହୋଇଯିବେ ଧନବାନ ! କିନ୍ତୁ ଏହି ଦିଗରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ !

ସେୟାର୍ କରନ୍ତୁ

ଐଶାନ୍ୟ କୋଣରେ ଜଳର ସ୍ଥାନ ରହିଥାଏ। ପୂର୍ବ ଦିଗ ଓ ଉତ୍ତର ଦିଗର ମଧ୍ୟଭାଗକୁ ଐଶାନ୍ୟ କୋଣ କୁହାଯାଏ। ଏହି ସ୍ଥାନରେ ଦର୍ପଣ ରଖିବା ଉଚିତ।ଅର୍ଥାତ ଘରର ପୂର୍ବ ଓ ଉତ୍ତର ଦିଗରେ ଦର୍ପଣ ରଖିବା ଉଚିତ।

କହିବାକୁ ଗଲେ ପ୍ରତ୍ୟେକ ଲୋକଙ୍କ ଘରେ ଆଇନା ରହିଛି।ଏହାକୁ ଦର୍ପଣ ମଧ୍ୟ କୁହାଯାଏ। ଏହାର ଆମ ଜୀବନରେ ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଛି। ଘର ହେଉ ଅବା ବାହାରେ ସବୁ ସ୍ଥାନରେ ଆଇନାର ଆବଶ୍ୟକତା ନିହାତି ପଡ଼ିଥାଏ। ସାଜସଜ୍ଜା, ଶୃଙ୍ଗାର, ନିଜ ଚେହେରା ଦେଖିବାରେ ଆଇନାକୁ ବ୍ୟବହାର କରାଯାଇଥାଏ। ଆଇନା ସମ୍ବନ୍ଧୀୟ ଘରକୁ ସୌଭାଗ୍ୟ ମଧ୍ୟ ଆସିଥାଏ। ଯଦି ଘରେ ଆପଣ ସଠିକ ସ୍ଥାନରେ ଆଇନା ରଖିବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଏହାସହିତ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ। ସେହିପରି ଭୁଲ ଦିଗରେ ଆଇନା ରଖିବା ଦ୍ଵାରା ଘର ଉପରକୁ ବିପତ୍ତି ମାଡି ଆସିପାରେ।

ଆଇନାକୁ ସଠିକ ସ୍ଥାନରେ ରଖିବା ନିହାତି ଜରୁରୀ ଅଟେ :-

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଲଗା ଯାଉଥିବା ଆଇନା ଯୋଗୁଁ ଏକ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଆପଣ ନିଜ ଘରେ ଆଇନା ଲଗାଉଥିବା ଥିବା ସମୟରେ ଧ୍ୟାନ ରଖିବା ନିହାତି ଜରୁରୀ ଅଟେ। ବାସ୍ତୁ ଅନୁସାରେ ଦର୍ପଣ ସଠିକ ସ୍ଥାନରେ ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଘରେ ଦକ୍ଷିଣ ଦିଗ ଓ ଦକ୍ଷିଣ ପଶ୍ଚିମ ଦିଗରେ ଦର୍ପଣ ରଖିବା ଉଚିତ ନୁହେଁ।ଆଇନା ପାଣିର ସ୍ରୋତ ଅଟେ। ଏଥିପାଇଁ ଏହାକୁ ସଠିକ ଦିଗରେ ଲଗାଇବା ଉଚିତ। ଦକ୍ଷିଣ ଦିଗ ଓ ପଶ୍ଚିମ ଦିଗରେ ଉର୍ଜା ଓଲଟା ଦିଗ ଆଡକୁ ପ୍ରତିବିମ୍ବ ହୋଇ ଯାଇଥାଏ

ରଙ୍ଗବେରଙ୍ଗ ଥିବା ଆଇନା ଠାରୁ ଦୂରେଇ ରୁହନ୍ତୁ :-

ରଙ୍ଗବେରଙ୍ଗର ଦର୍ପଣକୁ କେବେବି ଘରେ ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଘର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଘରର ଦକ୍ଷିଣ ଦିଗରେ ଦର୍ପଣ ଲଗାଇବା ଉଚିତ ନୁହେଁ।ଏହାସହିତ ରଙ୍ଗବେରଙ୍ଗର ଦର୍ପଣ ଶୋଇବା କୋଠରୀରେ ଲଗାଇବା ଉଚିତ ନୁହେଁ।ଏହାଦ୍ଵାରା ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିବ। ଅନେକ ଲୋକେ କାରବାରରେ ବୃଦ୍ଧି ହେବା ପାଇଁ ଦକ୍ଷିଣ ଦିଗ କାନ୍ଥରେ ଦର୍ପଣ ରଖିଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଭୁଲ ଅଟେ।

ଘରର ଏହି ଦିଗରେ ରଖନ୍ତୁ ଦର୍ପଣ :-

ପୂର୍ଣ୍ଣ ଦିଗ ଓ ଉତ୍ତର ଦିଗର ମଧ୍ୟଭାଗକୁ ଐଶାନ୍ୟ କୋଣ କୁହାଯାଏ। ଏହି ଦିଗରେ ଦର୍ପଣ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।ଏହାଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କାରବାରରେ ଲାଭ ମିଳିଥାଏ।

ଏହିକଥା ଉପରେ ଧ୍ୟାନ ରଖିବା ଉଚିତ :-

– ଡାଇନିଂ ଟେବୁଲ ପାଖରେ ଦର୍ପଣ ଲଗାଇବା ଶୁଭ ହୋଇଥାଏ। ଏହାଦ୍ବାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

– ଘରର ବଙ୍ଗଳାରେ ଦକ୍ଷିଣ ଦିଗ କାନ୍ଥରେ ଦର୍ପଣ ରଖିବା ଉଚିତ।

– ଗୋଲାକାର ଦର୍ପଣ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

– ଧନଭଣ୍ଡାର ଘରେ ଦର୍ପଣ ରଖନ୍ତୁ, ଏହାଦ୍ଵାରା ଧନ ବୃଦ୍ଧି ହୋଇଥାଏ।

– ଉତ୍ତର ଦିଗ ଧନର ରାଜା କୁବେରଙ୍କୁ ସମର୍ପିତ ଅଟେ। ତେଣୁ ଦକ୍ଷିଣ ଦିଗ କାନ୍ଥରେ ଦର୍ପଣ ଲଗାଇବା ଦ୍ଵାରା ଉତ୍ତର ଦିଗରୁ ଆସୁଥିବା ପ୍ରତିବିମ୍ବ ଆଇନାରେ ଦେଖା ଦେବ। ଏହା କଦାପି ଶୁଭ ହୋଇ ନଥାଏ।

– ଘରେ କେବେବି ଭଙ୍ଗା କାଚ ଥିବା ଦର୍ପଣ ରଖିବା ଉଚିତ ନୁହେଁ। ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *