Excuse Me Odisha

ଯାହା କହିବୁ ସତ କହିବୁ

ମାଆ ମାନେ କାହିଁକି ତାଙ୍କ ପୁଅଙ୍କୁ ଅଧିକ ଭଲ ପାଇଥାନ୍ତି? ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ସାଧାରଣତଃ କହିବାକୁ ଗଲେ ମାଆ ମାନେ ପୁଅ ମାନଙ୍କୁ ଅଧିକ ଭଲ ପାଇଥାନ୍ତି ଓ ବାପା ମାନେ ଅଧିକ ଝିଅଙ୍କୁ ଭଲ ପାଇଥାନ୍ତି ବୋଲି ଲୋକକଥା ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମାଆ ମାନେ କାହିଁକି ପୁଅକୁ ଅଧିକ ଭଲ ପାଇଥାନ୍ତି। ସେଥିପାଇଁ ଆପଣଙ୍କୁ ଗୋଟେ କାହାଣୀ ଶୁଣିବାକୁ ପଡ଼ିବ। ଏହି ସୁନ୍ଦର କାହାଣୀ ମାଧ୍ୟମରେ ଆମେ ଜାଣିବା ମାଆ ମାନେ କାହିଁକି ପୁଅକୁ ଅଧିକ ଭଲ ପାଆନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କାହାଣୀରେ ମାଆ ଓ ପୁଅଙ୍କ ଚରିତ୍ର ରହିଛି। ପୁଅଟି ଆମେରିକାରେ ଚାକିରି କରିଥିଲା ଏବଂ ତାର ମାଆ ସବୁବେଳେ ନିଜ ପୁଅକୁ ଅପେକ୍ଷା କରି ଚାହିଁ ରହିଥାଏ। କାରଣ ତାର ଆଶା ରହିଥାଏ କି ପୁଅ ଆସିଲେ ସେ ପୁରୀ ବୁଲିବା ପାଇଁ ଯିବ। ମାଆ ସବୁବେଳେ ଫୋନ କରି ପଚାରେ କି, ପୁଅ ତୁ କେବେ ଆସିବୁ?

ପୁଅଟି ତାର ମାଆକୁ କହେ, ମୁଁ ଆସନ୍ତା ମାସରେ ଯିବି। ମା କହେ, ତୁ ଆସିଲେ ମୋତେ ପୁରୀ ନେଇକି ଯିବୁ। ପୁଅ କୁହେ, ମୁଁ ଓଡିଶା ଗଲେ, ନିଶ୍ଚିତ ଭାବରେ ତୋତେ ପୁରୀ ନେଇକି ଯିବି। କିନ୍ତୁ ସେହି ମାସରେ ପୁଅ ଘରକୁ ଆସେ ନାହିଁ। ତେଣୁ ମାଆ ପୁଣି ତାକୁ ସେହି ପ୍ରଶ୍ନ ପଚାରେ ଏବଂ ପୁଅ ପୁଣି ସେହି ଉତ୍ତର ଦିଏ। ଏହିପରି ଅନେକ ମାସ ବିତିଯାଏ। ଥରେ ପୁଅ ନିଜ ଆଡୁ କହିଲା, ମାଆ ତୁ ଯଦି ଅଧିକ ବ୍ୟସ୍ତ ହେଉଛୁ ତାହେଲେ ମୁଁ ପଇସା ପଠେଇ ଦେଉଛି ତୁ ନିଜେ ଚାଲିଯା।

ଏହା ଶୁଣି ମାଆ କହିଲା, ତୁ ବୁଝି ପାରିବୁ ନାହିଁ ତୋ ସହିତ ପୁରୀ ଯିବାର ମୋର କେତେ ଇଛା। ଏମିତି ଅନେକ ମାସ ବିତି ଯିବା ପରେ ପୁଅ ଆସି ଓଡିଶାରେ ପହଞ୍ଚିଲା। ପୁଅକୁ ଦେଖି ମାଆ ବହୁତ ଆନନ୍ଦିତ ହେଲା। ପୁଅ ଆସିବା ପରେ ମାଆ ପଚାରିଲା ଆମେ କେବେ ପୁରୀ ଯିବା? ପୁଅ କହିଲା ମୁଁ ଟିକେ ବ୍ୟସ୍ତ ଅଛି ଆମେ ପରେ ଯିବା। ଏମିତି ତିନି ଚାରି ଦିନ ବିତି ଗଲା। କିନ୍ତୁ ପୁଅ ମାଆକୁ ନେଇ ପୁରୀ ଗଲା ନାହିଁ।

ପୁଅ ବିଦେଶ ଯିବାର ଆଉ ଦୁଇ ଦିନ ରହିଥିଲା, ମାଆ ପଚାରିଲା ତୁ କଣ ମୋତେ ପୁରୀ ନେଇକି ଯିବୁନି। ପୁଅ କହିଲା ମୁଁ ଏବେ ତୋତେ ନେଇକି ଯିବି। ମାଆ ଓ ପୁଅ ପୁରୀ ଗଲେ। କିନ୍ତୁ ଅଧା ରାସ୍ତାରେ ମାଆକୁ ବାନ୍ତି ହୋଇଗଲା। ଏହାପରେ ପୁଅ ମାଆକୁ ଗାଡିରୁ ଓହ୍ଲାଇ କହିଲା, ମାଆ ତୁ ଟିକେ ଆରାମ କର ତାପରେ ଯିବା। ସେଠାରେ ଗୋଟେ ହଳଦୀ ବସନ୍ତ ବୋବାଉ ଥିଲା। ମାଆ ପଚାରିଲା ଏଇଟା କିଏ ବୋବାଉଛି କହିଲୁ? ପୁଅ କହିଲା ହଳଦୀ ବସନ୍ତ ପକ୍ଷୀ ବୋବାଉଛି।

ମାଆ ପୁଣି ସେହି ପ୍ରଶ୍ନ ପଚାରିଲା ପୁଅକୁ ଓ ପୁଅ ତାର ଉତ୍ତର ଦେଲା । ତୃତୀୟ ଥର ପଚାରିବା ବେଳକୁ ପୁଅଟି ଅଧିକ ଚିଡି କହିଲା, ମାଆ ତୋତେ କଣ ଶୁଣା ଯାଉନି? ମୁଁ ବାରମ୍ବାର କହୁଛି ହଳଦୀ ବସନ୍ତ ବୋବାଉଛି। ଏହାପରେ ମାଆ କହିଲା, ଧନରେ ତୁ ଯେତେବେଳେ ଛୋଟ ଥିଲୁ ତୋତେ ନେଇ ମୁଁ ପୁରୀ ଆସିଥିଲି ତୁ ଅଧା ରାସ୍ତାରେ ମୋ ଶାଢ଼ୀରେ ପରିସ୍ରା କରିଦେଲୁ ଓ ମୋ ଶାଢୀ ଓଦା ହୋଇଗଲା। ଏହି ଜାଗାରେ ମୁଁ ଛିଡା ହୋଇଥିଲି ଆଉ ତୁ ମୋତେ ପ୍ରଶ୍ନ ପଚାରି ଥିଲୁ କି, ମାଆ ଏଇଟା କିଏ ବୋବାଉଛି? ମୁଁ ଉତ୍ତର ଦେଇଥିଲି।

ଏହିପରି ତୁ ଥରେ ନୁହେଁ ବରଂ ୫୦ ଥର ପ୍ରଶ୍ନ ପଚାରି ଥିଲୁ। ମୁଁ ସେହିଭଳି ୫୦ ଥର ତୋତେ ଉତ୍ତର ଦେଇଥିଲି। ଆଜି ମୁଁ ତିନି ଥର ପଚାରିବାରୁ ତୁ ଚିଡି ଯାଉଛୁ। ସେହି ସମୟରେ ପୁଅ ଆଖିରୁ ଲୁହ ଝରି ଆସିଲା। ଜଣେ ମାଆ ୧୦ ମାସ ୧୦ ଦିନ ଛୁଆକୁ ନିଜ ଗର୍ଭରେ ଧରିଥାଏ

ସେଥିପାଇଁ ତାର ପିଲା ପ୍ରତି ଅନେକ ଆଶା ରହିଥାଏ। କିନ୍ତୁ ଏହି ଆଶା ପିଲାଙ୍କ ଉପରେ ବେଡି ବନେଇବା ଉଚିତ ନୁହେଁ। ଆଜିକାଲିର ଆଧୁନିକ ଯୁଗରେ ପିତାମାତା ନିଜର ସ୍ବପ୍ନ ବା ଅଭିଳାଷାକୁ ନିଜ ପିଲାଙ୍କ ଉପରେ ଚାପ ପକାଉଛନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଆପଣ ନିଜ ପିଲାଙ୍କ ସ୍ଵପ୍ନକୁ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥିଲେ, ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ। ଏହାସହିତ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *