Excuse Me Odisha

ଯାହା କହିବୁ ସତ କହିବୁ

ମହଙ୍ଗା ଜିନିଷ କିଣାକିଣି କରିବାକୁ ପସନ୍ଦ କରିଥାନ୍ତି ଏହି ରାଶିର ଲୋକେ। ଜାଣନ୍ତୁ କଣ ସେହି ରାଶି?

ସେୟାର୍ କରନ୍ତୁ

ପ୍ରାୟତଃ ଅଧିକାଂଶ ଲୋକଙ୍କୁ ନୂଆ ଜିନିଷପତ୍ର କିଣାକିଣି କରିବାକୁ ପସନ୍ଦ କରିଥାନ୍ତି। ଏହାସହିତ ଆଉକିଛି ଲୋକେ ଅଧିକ ମାତ୍ରାରେ କିଣାକିଣି କରିଥାନ୍ତି। ବେଳେବେଳେ ଏହି କିଣାକିଣି ଅଧିକ ହେବା ଯୋଗୁଁ ବଜେଟରେ ଗଡବଡ ହୋଇ ଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ରାଶିର ଲୋକମାନେ ରହିଛନ୍ତି, ଯେଉଁମାନେ ଅଧିକ ଖର୍ଚ୍ଚି ହୋଇଥାନ୍ତି।ଆସନ୍ତୁ ସେହି ରାଶିର ଲୋକଙ୍କ ବିଷୟରେ ଜାଣିବା

ବୃଷ ରାଶି :-

ଏହି ରାଶିର ଲୋକମାନଙ୍କୁ ଜିନିଷପତ୍ର କିଣାକିଣି କରିବା ପାଇଁ ବହୁତ ଭଲ ଲାଗିଥାଏ। କିନ୍ତୁ ଏମାନେ ବହୁତ ଭାବିଚିନ୍ତି କିଣାକିଣି କରିଥାନ୍ତି। ଏମାନେ ନିଜ ବଜେଟ ହିସାବରେ ଓ ଆବଶ୍ୟକତାକୁ ଦେଖି ଜିନିଷ କିଣି ଥାଆନ୍ତି। କହିବାକୁ ଗଲେ ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ କିଣାକିଣି କରିଥାନ୍ତି।

ସିଂହ ରାଶି :-

ଏହି ରାଶିର ଲୋକଙ୍କୁ ଦାମୀ ଜିନିଷ ଅଧିକ ପସନ୍ଦ ହୋଇଥାଏ। ଏମାନେ ଯେତେବେଳେ କୌଣସି ଚିନ୍ତାରେ ରହିଥାନ୍ତି, ସେତେବେଳେ ଏମାନେ ଜିନିଷ କିଣାକିଣି କରି ନିଜ ମୁଡ଼କୁ ଭଲ କରିଥାନ୍ତି। ଏମାନେ ଆମଦାନୀରେ ମଧ୍ୟ ଅଧିକ ଖର୍ଚ୍ଚ କରିଥାନ୍ତି, ତେଣୁ ଏହାର ପ୍ରଭାବ ଏମାନଙ୍କର ଆର୍ଥିକ ଅବସ୍ଥା ଉପରେ ପଡ଼ିଥାଏ। ଏହି ରାଶିର ପୁରୁଷ ଓ ସ୍ତ୍ରୀ ଉଭୟ ଜିନିଷ କିଣାକିଣି କରିବାକୁ ପସନ୍ଦ କରିଥାନ୍ତି।

ତୁଳା ରାଶି :-

ଏହି ରାଶିର ଲୋକେ ସୁଖ ସୁବିଧାରେ ଜୀବନ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି। ଏହି ରାଶିର ଲୋକେ ଦାମୀ ଜିନିଷକୁ ପସନ୍ଦ କରିଥାନ୍ତି।ଏମାନଙ୍କର କେବେବି ଧନର ଅଭାବ ରହି ନଥାଏ। ଏଥିପାଇଁ ଏମାନେ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏହାସହିତ ଏହି ରାଶିର ଲୋକେ ଖୁବ୍ ଶୀଘ୍ର ଗାଡ଼ି, ଘର, ଆଦି ବଦଳାଇ ଦେଇଥାନ୍ତି।

କୁମ୍ଭ ରାଶି :-

ଏହି ରାଶିର ଲୋକେ କିଣାକିଣି କରିବା ପାଇଁ ବହୁତ ପସନ୍ଦ ହୋଇଥାଏ। ଏମାନଙ୍କୁ ଇଲେଟ୍ରୋନିକ ଜିନିଷ ସବୁ ଭଲ ଲାଗିଥାଏ। ଏହାସହିତ ଏମାନେ ଅନଲାଇନ ସପିଂ ମଧ୍ୟ କରିଥାନ୍ତି। କିନ୍ତୁ ଏମାନଙ୍କୁ କେବେବି ଅଧିକ ଖର୍ଚ୍ଚ ହେବାରୁ କୌଣସି ଚିନ୍ତା ହୋଇ ନଥାଏ।

ଧନୁ ରାଶି :-

ଏହି ରାଶିର ଲୋକେ ନିଜ ଆୟର ଅଧେ ଭାଗ ନିଜ କିଣାକିଣି କରିବାରେ ଉଡ଼ାଇ ଦେଇଥାନ୍ତି। ଏମାନେ ନିଜ ପରିବାର ତଥା ନିଜ ପାଇଁ ଜିନିଷ କିଣାକିଣି କରିଥାନ୍ତି।ଏହି ରାଶିର ଲୋକେ କିଣାକିଣି କରିବା ସମୟରେ ନିଜ ବଜେଟ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହାସହିତ ଏମାନଙ୍କୁ ଦାମୀ ଜିନିଷ କିଣିବା ପାଇଁ ଭଲ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *